Posted inଫୁରସତ

ଭ୍ରମଣରେ ଦେଶପ୍ରୀତି

ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଭବ୍ୟ ପରେଡ୍‌ର ଆୟୋଜନ ହେବା ସହିତ ଦେଶପ୍ରୀତି ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥାଏ। ତେଣୁ ଏହି ବିଶେଷ ଦିବସ ଅବସରରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ ଦେଶପ୍ରୀତି ଜାଗ୍ରତ ହେବା ସହ ଅନେକ ଐତିହାସିକ ତଥ୍ୟ ଜାଣିହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ସାବରମତୀ ଆଶ୍ରମ: ଗୁଜରାଟର ଅହମଦାବାଦ୍‌ସ୍ଥିତ ସାବରମତୀ ନଦୀତଟରେ ଥିବା ଏହି ଆଶ୍ରମରେ ଗାନ୍ଧିଜୀ ନିଜ ଅନୁଗତମାନଙ୍କୁ ଅହିଂସା ଓ ସତ୍ୟର ସନ୍ଧାନ ଉପରେ ଶିକ୍ଷା ଦେଉଥିଲେ। ତା’ସହିତ ଗାନ୍ଧିଜୀ ସେମାନଙ୍କୁ କୁଟୀରଶିଳ୍ପ, ହସ୍ତଶିଳ୍ପ, ଚାଷବାସ ଆଦି ବିଷୟ ଉପରେ ଜ୍ଞାନ ପ୍ରଦାନ କରୁଥିଲେ। ‘ଖଟି ଖାଅ କାଟି ପିନ୍ଧ’ ଥିଲା ଗାନ୍ଧିଜୀଙ୍କର ବାଣୀ। ସେଥିପାଇଁ ଗାନ୍ଧିଜୀ ଏଠାରେ ଚରଖା ସ୍ଥାପନ କରି ସେଥିରେ ନିଜେ ନିଜର ପୋଷାକ ତିଆରି କରି ପିନ୍ଧୁଥିଲେ ଏବଂ ଆଶ୍ରମବାସୀଙ୍କୁ ବି ତାହା ଶିଖାଉଥିଲେ। ଫଳରେ ଅନେକ ଲୋକ ଏଥିରୁ ଉପକୃତ ହେଉଥିଲେ। ତେଣୁ ଗାନ୍ଧିଜୀଙ୍କ ଆଦର୍ଶ ଓ ଶିକ୍ଷା ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ଜୀବିତ ହୋଇ ରହିଛି ଓ ରହିଥିବ। ଆଉ ଏହି ସାବରମତୀ ଆଶ୍ରମଟି ଗାନ୍ଧିଜୀଙ୍କର ଗୁଣଗାନ ବଖାଣୁଥିବ। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ଏଠାକୁ ବୁଲିଗଲେ ପର୍ଯ୍ୟଟକ ଅନେକ ଅନୁଭୂତି ସାଉଁଟି ପାରିବେ।

ଚନ୍ଦ୍ରଶେଖର ଆଜାଦ୍‌ ପାର୍କ: ଏହା ଆଲ୍‌ଫ୍ରେଡ୍‌ ପାର୍କ ନାମରେ ବି ପରିଚିତ। କୁହାଯାଏ, ୧୮୭୦ରେ ଏହି ପାର୍କଟି ଆଲ୍ଲାହାବାଦରେ ପ୍ରିନ୍ସ ଆଲ୍‌ଫ୍ରେଡ୍‌ଙ୍କ ନାଁରେ ପ୍ରଥମେ ଗଢ଼ି ଉଠିଥିଲା। କିନ୍ତୁ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ୍‌ ଏହି ପାର୍କରେ ଦେହତ୍ୟାଗ କରିବା ପରେ ଏହା ଲୋକମୁଖରେ ଚନ୍ଦ୍ରଶେଖର ଆଜାଦ୍‌ ପାର୍କ ଭାବେ ପରିଚିତ ହେବାକୁ ଲାଗିଲା। ଆଉ ଯେଉଁ ଗଛ ମୂଳରେ ଆଜାଦ୍‌ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ, ସେଠାରେ ଏକ ସ୍ମୃତିସ୍ତମ୍ଭ ଗଢ଼ାଯିବା ସହିତ ଆଜାଦ୍‌ଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ପାର୍କ ମଧ୍ୟରେ ସ୍ଥାପିତ ହେଲା। ତେଣୁ ଉକ୍ତ ପାର୍କଟିର ସୌନ୍ଦର୍ଯ୍ୟ ଓ ଐତିହାସିକ ମହତ୍ତ୍ୱ କେବଳ ଭାରତୀୟଙ୍କୁ ନୁହେଁ, ବିଦେଶୀଙ୍କୁ ମଧ୍ୟ ଖୁବ୍‌ ଆକୃଷ୍ଟ କରିଥାଏ। ସେଥିପାଇଁ ବର୍ଷସାରା ଏଠାରେ ବେଶ୍‌ ଭିଡ଼ ଜମିଥାଏ। ଖାସ୍‌ କରି ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ, ଶହୀଦ ଦିବସ ପରି ବିଶେଷ ଦିନମାନଙ୍କରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯାହା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ଅଗଷ୍ଟକ୍ରାନ୍ତି ମୈଦାନ: ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ମୁମ୍ବାଇସ୍ଥିତ ଏକ ମୈଦାନ ବା ପଡ଼ିଆରେ ସାର୍ବଜନିନ ସମ୍ମିଳନୀରେ ଭାରତଛାଡ଼ ଆନ୍ଦୋଳନର ନାରାବାଜି ଦେଇଥିଲେ। ଯେଉଁ ପଡ଼ିଆରୁ ଗାନ୍ଧିଜୀ ଏହି ଅଭିଯାନର ମୂଳଦୁଆ ପକାଇଥିଲେ, ତାହା ବର୍ତ୍ତମାନ ଅଗଷ୍ଟକ୍ରାନ୍ତି ମୈଦାନ ନାଁରେ ଜଣାଶୁଣା। ପୂର୍ବରୁ ଏହା ଗୋଓ୍ବାଲିୟା ଟ୍ୟାଙ୍କ ମୈଦାନ ଭାବେ ଜଣାଯାଉଥିଲା। କାରଣ ପୂର୍ବେ ଏହି ସ୍ଥାନରେ ଗାଈଗୁଡ଼ିକୁ ଗାଧୁଆ ଯାଉଥିଲା। ଇତିହାସ ଅନୁସାରେ, ‘ଗୋ-ଓ୍ବାଲିୟା’ ଶବ୍ଦଟି ମରାଠୀ ଭାଷା ‘ଗାଏ’ ଏବଂ ‘ଓ୍ବାଲା’ରୁ ଉଦ୍ଧୃତ। ମରାଠୀ ଭାଷାରେ ‘ଗାଏ’ ଶବ୍ଦର ଅର୍ଥ ଗାଈ ଏବଂ ‘ଓ୍ବାଲା/ଓ୍ବାଲି’ର ଅର୍ଥ ଗାଈର ମାଲିକ। ଅର୍ଥାତ୍‌ ଏଠାରେ ଥିବା ପାଣିଟାଙ୍କି ପାଖରେ ଗାଈଗୁଡ଼ିକୁ ଗାଧୋଇ ଦେବା ପାଇଁ ପୂର୍ବରୁ ଗାଈ ମାଲିକମାନେ ଏଠାରେ ଭିଡ଼ ଜମାଉଥିଲେ। ଏବେ ବି ସେହି ପାଣି ଟାଙ୍କି ଏଠାରେ ଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏହି ମୈଦାନଟି ପାଞ୍ଚ ଭାଗରେ ବିଭକ୍ତ। ତନ୍ମଧ୍ୟରୁ ସବୁଠୁ ବଡ଼ ଭାଗଟି ଖେଳପଡ଼ିଆରେ ପରିଣତ ହୋଇଥିବାବେଳେ ଆଉ ଏକ ଭାଗରେ ଶିଶୁ ଉଦ୍ୟାନ ହୋଇଛି। ସେହିପରି ବୟସ୍କ ବ୍ୟକ୍ତିଙ୍କ ବସାଉଠା ପାଇଁ ଗୋଟିଏ ଭାଗ ପାର୍କରେ ପରିଣତ ହୋଇଛି। ଚତୁର୍ଥ ଭାଗଟି ନିକଟରେ ଥିବା ଫେଲୋଶିପ୍‌ ସ୍କୁଲ୍‌ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଛଡ଼ା ଯାଇଥିବାବେଳେ ପଞ୍ଚମ ଭାଗରେ ସ୍ମାରକୀ ସ୍ତମ୍ଭକୁ ସ୍ଥାନ ଦିଆଯାଇଛି। ଏହି ସ୍ମାରକୀ ସ୍ତମ୍ଭ ନିକଟରେ ପ୍ରତିବର୍ଷ ସେହି କ୍ରାନ୍ତିକାରୀ ଘଟଣାକୁ ସ୍ମରଣ କରି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଅନ୍ୟପକ୍ଷେ ବିଭିନ୍ନ ସ୍ମରଣୀୟ ଦିବସରେ ବି ପର୍ଯ୍ୟଟକ ଏଠାକୁ ଯାଇ ବିଶେଷ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଉପଭୋଗ କରିପାରିବେ।

ଚମ୍ପାରଣ: ଏହା ବିହାରସ୍ଥିତ ଏକ ଐତିହାସିକ ସ୍ଥଳ, ଯାହା ଏବେ ପୂର୍ବ ଚମ୍ପାରଣ ଓ ପଶ୍ଚିମ ଚମ୍ପାରଣ ନାମରେ ଦୁଇଟି ଭିନ୍ନ ଜିଲା ହୋଇଯାଇଛି। ତେବେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସହ ଚମ୍ପାରଣର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଇତିହାସ ଅନୁଯାୟୀ, ବିଦେଶରୁ ଫେରିବା ପରେ ଜାତିର ପିତା ମହାତ୍ମା ଗାନ୍ଧୀ ଇଂରେଜଙ୍କ ବିରୋଧରେ ନିଜର ପ୍ରଥମ ଅହିଂସା ଆନ୍ଦୋଳନ ଏହିଠାରୁ ଆରମ୍ଭ କରିଥିଲେ। ଏହାକୁ ଆମେ ଭାରତର ଏକ କୃଷକ ଆନ୍ଦୋଳନ ମଧ୍ୟ କହିପାରିବା, ଯାହାର ପ୍ରତିନିଧିତ୍ୱ ସ୍ବୟଂ ବାପୁ ହିଁ କରିଥିଲେ। ଚମ୍ପାରଣର ଇତିହାସ ଏତେସବୁ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ନିଜ ଭିତରେ ସାଇତି ରଖିଥିବାରୁ ଏହି ସ୍ଥାନଟିର ମହତ୍ତ୍ୱ ସବୁବେଳେ ରହିଆସିଛି। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଏଠାକୁ ମଧ୍ୟ ବୁଲିଯାଇ ଅନେକ ଅନୁଭୂତି ହାସଲ କରିପାରିବେ।

ଏହିସବୁ ସ୍ଥାନ ନୁହେଁ, କୋଲକାତାର ନେତାଜୀ ଭବନ, ଦିଲ୍ଲୀର ଲାଲକିଲ୍ଲା ଓ ଇଣ୍ଡିଆ ଗେଟ୍‌ ହେଉ ଅବା ଅଟାରି-ଓ୍ବାଘା ବର୍ଡର ଆଦି ସ୍ଥାନକୁ ମଧ୍ୟ ବୁଲିଗଲେ ପର୍ଯ୍ୟଟକ ଦେଶପ୍ରୀତିର କିଛିଟା ନିଆରା ଅନୁଭୂତି ନିଶ୍ଚୟ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri