ପତୋରା ଡ୍ୟାମ୍‌ ପାଣି ଶୁଖିଲା, ଚାଷୀଙ୍କ ଧାନ ମଲା

ନୂଆପଡ଼ା,୨୯ା୪ (ମକାରୁ ବେମାଲ):ନୂଆପଡ଼ା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପାଣି ଶୁଖିଲା ପରେ ଧାନଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି ା ପୋଖରୀ, ମୁଡା, ନଈ ଥିବା ସ୍ଥାନରେ ଧାନ ବର୍ତ୍ତିଯାଇଥିବା ବେଳେ ପାଣି ମଡାଇବା ସୁବିଧା ନ ଥିବା ସ୍ଥାନରେ ସମ୍ପୂର୍ଣ୍ଣ ମରିଗଲାଣି। ଭେରା ପଞ୍ଚାୟତର ପଞ୍ଚମପୁର, କୁସୁମପଡା, ବରପଡା, ଲାଞ୍ଜିମାର ଇତ୍ୟାଦି ଗାଁରେ ଧାନ ସମ୍ପୂର୍ଣ୍ଣ ମରିଗଲାଣି। ସୂଚନା ଅନୁସାରେ କୁସୁମପଡ଼ାର ଚାଷୀ ନେତରାମ ହରିଜନଙ୍କ ୨ ଏକର, ମହେଶ ରାମ ହରିଜନ ଦେଢ ଏକର, ତୁଳସି ରାମ ହରିଜନ ୨ ଏକର, ଭାସୁରାମ ହରିଜନ ୨ଏକର, ବିଶୁ ହରିଜନ ଅଢେଇ ଏକର, ରାମଧର କେଉଟ ୧ ଏକର, ମେଘରାଜ କେଉଟ ସାଢେ ୯ଏକର, ଖପେରାମ ସାହୁ ଦେଢ ଏକର, ବସ୍ତିନ ସାହୁ ୧ ଏକର, ହିରାଲାଲ ସାହୁ ୧ଏକର, ପବନ ସାହୁ ୧ଏକର ଜମିରେ ଧାନ ଚାଷ କରିଥିଲେ। ପତୋରା ଜଳସେଚନ ପ୍ରକଳ୍ପ ଶୁଖିଲା ପଡିଥିବାରୁ ପାଣି ଅଭାବରୁ ଧାନ ମରିଗଲାଣି। ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଋଣ ପରିଶୋଧ କରିବା ଚିନ୍ତାରେ ପଡି ଯାଇଛନ୍ତି। ଜିଲାସ୍ତରୀୟ ଜଳ ପରିଚାଳନା ବୈଠକରେ ଚଳିତ ରବି ଋତୁରେ ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରୁ ମୋଟ ୧୯୫୧.୭ ହେକ୍ଟର ଜମିକୁ ଜଳ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା ା ସେଥିରୁ ୫୦ ପ୍ରତିଶତ ଧାନ ଓ ୫୦ ପ୍ରତିଶତ ଅଣଧାନ କରିବା ପାଇଁ ଆଲୋଚନା ହୋଇଥିଲା ା ହେଲେ ପ୍ରକୃତ ପକ୍ଷରେ ଧାର୍ଯ୍ୟଠାରୁ ଅଧିକ ୪ ହଜାର ହେକ୍ଟରରେ ଧାନ ଚାଷ ହେଉଛି ା ବୈଠକର ନିଷ୍ପତ୍ତି ଅନୁଯାୟୀ ଚାଷ ନ ହୋଇ ଧାର୍ଯ୍ୟଠାରୁ ଅଧିକ ଚାଷ କରିବା ପାଇଁ କିଏ ନିର୍ଦ୍ଦେଶ ଦେଲା ଏବଂ କାହା ସ୍ବାର୍ଥରେ ଜଳସେଚନ ବିଭାଗ ଅଧିକାରୀ ପାଣି ଯୋଗାଇଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ବିଭାଗୀୟ ଯନ୍ତ୍ରୀ ହିଁ ଦାୟୀ ବୋଲି ଚାଷୀନେତା ଭକ୍ତବନ୍ଧୁ ଧରୁଆ ଅଭିଯୋଗ କରିଛନ୍ତି। ଏହାସହ ଜଳ ଆବଣ୍ଟନରେ ପାତରଅନ୍ତର କରିଥିବା ଅଧିକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମରିଯାଇଥିବା ଧାନର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ସେ ଧାର୍ଯ୍ୟଠାରୁ ଅଧିକ ଜମିରେ ଚାଷ ହୋଇଥିବା କାରଣରୁ ଡ୍ୟାମ୍‌ ପାଣି ଶୁଖିଯାଇଥିବା କଥାକୁ ସ୍ବୀକାର କରିବା ସହ ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?