ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ପାଟଣା ବନ୍ଦ

ପାଟଣା,୧୫।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ନେଇ ୧୨ ଘଣ୍ଟିଆ ପାଟଣା ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକାରୀମାନେ ସୋମବାର ସକାଳ ୬ରୁ ସା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପାଟଣା ବନ୍ଦ ପାଳନ କରୁଛନ୍ତି। ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ବିଭିନ୍ନ ମହଲରୁ ବନ୍ଦକୁ ଲୋକଙ୍କର ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି। ସୋମବାରଠାରୁ ପାଟଣା ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନକାରୀମାନେ ଅର୍ନିଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ପାଟଣା ଢେଙ୍କିକୋଟ ରାସ୍ତା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ବୈତରଣୀ ନଦୀର ବ୍ରିଜ, ମଙ୍ଗଳପୁରଛକ ଓ ପାଟଣା କେନ୍ଦେଇ ପଶି ରାସ୍ତାର ପୁଟୁଳିଆ ପେଟ୍ରୋଲ ପମ୍ପ ନିକଟରେ ଆନ୍ଦୋଳନ କାରୀମାନେ ବ୍ୟାନର ମାରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗମନା ଗମନ ବାଧା ପ୍ରାପ୍ତ ହୋଇଛି। ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ଯାନବାହନ ଚଳପ୍ରଚଳ, ଦୋକାନ ବଜାର ବନ୍ଦ ରହିଛି। ଧାରଣାରେ ପାଟଣାର ପୂର୍ବତନ ବ୍ଲକ ଅଧକ୍ଷ ଇଂ ବିଦ୍ୟାଧର ଦାଶ , ସାମାଜିକ କର୍ମୀ ଅଜୟ କୁମାର ଦାଶ, ଯୁବ ସାମାଜିକ କର୍ମୀ ବିଜୟ ରତ୍ନ ପତି, ମାର୍କେଟ କମିଟି ସଭାପତି ବୁଲୁ ଭଞ୍ଜ, ଯୁଗଳ କିଶୋର ଦାଶ, ପ୍ରଶାନ୍ତ କୁମାର ଭଞ୍ଜ, ଲକ୍ଷ୍ମଣ କୁମାର ଦାଶ, ଅରୁଣ କୁମାର ମିଶ୍ର, ସନାତନ ଦାଶ, ହରିହର ଓଝା, ସୁଦର୍ଶନ ଲୋହାର, ରଘୁନାଥ ଦାଶ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଣ କୁମାର ପତି, ଡବ୍ଲୁ ଆଁଶାରୀ ଓ ଶିବପ୍ରଶାଦ ଶତପଥୀ ପ୍ରମୁଖ ଶତାଧିକ ବ୍ୟକ୍ତି ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri