ପାଟଣା, ଝୁମ୍ପୁରାର ଦୁଃଖ ‘ନେଉଳିଯୋଡ଼ି’

ପାଟଣା,୧୯।୧୦(ଡି.ଏନ୍.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଷ୍ଟ୍ର ଓ ରାଜ୍ୟର ଦ୍ରୁତ ବିକାଶ କଥା କହୁଛନ୍ତି। ଅନେକ କୋଟି ଖର୍ଚ୍ଚ କରି ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ସ୍ବାଧୀନତାର ୭୫ ବର୍ଷ ପରେ ବି ଆଜି ଏଭଳି କିଛି ଅଞ୍ଚଳ ଅଛି ଯେଉଁଠି ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ସେମାନଙ୍କ ନିକଟରେ ଯାତାୟାତ ଭଳି ମୌଳିକ ସୁବିଧା ପହଞ୍ଚତ୍ ପାରିନାହିଁ। ଏଭଳି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଝୁମ୍ପୁରା ଓ ପାଟଣା ବ୍ଳକ୍‌ ବାସିନ୍ଦା। ଉଭୟ ବ୍ଲକ୍‌ ମଧ୍ୟଦେଇ ଯାଇଥିବା ନେଉଳିଯୋଡ଼ି ନାଳ ଦୁଇ ବ୍ଲକ୍‌ର ୧୦ ପଞ୍ଚାୟତବାସୀଙ୍କ ଦୁଃଖର କାରଣ ସାଜିଛି। ପ୍ରଶାସନିକ ଅବହେଳା, ରାଜନେତାଙ୍କ ମିଛ ପ୍ରତିଶ୍ରୁତି ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଇଛି। ନାଳ ଉପରେ ପୋଲ ନ ଥିବାରୁ ଲୋକେ ବର୍ଷ ତମାମ ପାଣିରେ ପଶି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ମୁତାବକ, ଝୁମ୍ପୁରା ବ୍ଲକ୍‌ର ବଡ଼ନେଉଳି ପଞ୍ଚାୟତ ଶାବକ ଧନୁର୍ଜ୍ୟୟପୁର ଓ ପାଟଣା ବ୍ଲକ୍‌ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗାଁ ସୀମାରେ ନେଉଳିଯୋଡ଼ି ନାଳ ପ୍ରବାହିତ ହେଉଛି। ଝୁମ୍ପୁରା ବ୍ଲକ୍‌ ବଡ଼ ନେଉଳି ପଞ୍ଚାୟତର ଶାବକ ଧନୁର୍ଜ୍ୟୟପୁର, ପାହାଡ଼ପୁର, ରତ୍ନାପଶି, ସିଲିଟିଆ, ଯୋଡ଼ା କେନ୍ଦୁଗଁା ଲୋକଙ୍କ ସହ ଉଖୁଣ୍ଡା, ଟୁକୁଡ଼ିହା ପଞ୍ଚାୟତର ଲୋକେ ତୁରୁମୁଙ୍ଗା ସ୍ବାସ୍ଥ୍ୟକେନ୍ଦ୍ର, ତୁରୁମୁଙ୍ଗା ମହାବିଦ୍ୟାଳୟ, ବଜାର, ରେଙ୍ଗାଳ ବେଡ଼ା ଓ କେନ୍ଦୁଝର ଜିଲା ମୁଖ୍ୟାଳୟ ଚିକିତ୍ସାଳୟ କିମ୍ବା ସରକାରୀ କାର୍ଯ୍ୟକୁ ଯା’ଆସ କରିବା ପାଇଁ ନାଳ ଏକମାତ୍ର ରାସ୍ତା। ସେହିଭଳି ପାଟଣା ବ୍ଲକ୍‌ ବାଉଁଶୁଳି, ତୁରୁମୁଙ୍ଗା, ଚେମେଣା ପଞ୍ଚାୟତ ବିଶେଷକରି ବାଉଁଶୁଳି ପଞ୍ଚାୟତ ଦାଶରଥିପୁର, ବଳିଆପଶି ରେଙ୍ଗାଳ ବେଡ଼ା, ଚେମେଣାର ଲୋକେ ଉଖୁଣ୍ଡା, ଝୁମ୍ପୁରା, ଚମ୍ପୁଆ ଯିବା ଆସିବା କରିବା ସହ ଉଖୁଣ୍ଡା ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଛାତ୍ରୀଛାତ୍ର ବିପଜ୍ଜନକ ଭାବେ ନାଳ ପାର ହୋଇ ଯାତାୟାତ କରନ୍ତି।
ଉଭୟ ବ୍ଲକ୍‌ର ୧୦ରୁ ଊଦ୍ଧର୍‌ବ ପଞ୍ଚାୟତବାସୀଙ୍କ ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ନାଳରେ ପୋଲ ନିର୍ମାଣ ହୋଇ ପାରିଲାନାହିଁ। ଫଳରେ ବର୍ଷ ତମାମ ଲୋକଙ୍କୁ ଛାତିଏ ପାଣିରେ ପାର ହୋଇ ନିଜର ଦୈନଦିନ କାର୍ଯ୍ୟ ନିମନ୍ତେ ଯିବାକୁ ପଡ଼ିଥାଏ। ବର୍ଷା ସମୟରେ ଜଳସ୍ତର ବଢ଼ିଲେ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ। ଛାତ୍ରୀଛାତ୍ର ଓ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଲୋକଙ୍କୁ ପାଣି ଭିତରେ ଯିବାକୁ ପଡୁଥିବାରୁ ୨ ହଳ ଡ୍ରେସ୍‌ ସାଙ୍ଗରେ ନେଇ ନାଳ ପାରିହେବାକୁ ପଡୁଛି। ଏଭଳି ପରିସ୍ଥିତିରେ ଅନେକ ଛାତ୍ରୀଛାତ୍ର ସ୍କୁଲ୍‌, କଲେଜ ଯିବା ବନ୍ଦ କରିଦେଲେଣି। ଏ ସମସ୍ୟା ନେଇ ଉଭୟ ବ୍ଲକ୍‌ ଲୋକେ ବାରମ୍ବାର ନେତାଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ପୋଲ ନିର୍ମାଣ ହେଉନାହିଁ।
ଏ ନେଇ ବାଉଁଶୁଳି ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ତନୁରାମ ମହାନ୍ତ କହିଛନ୍ତି, ଉଭୟ ବ୍ଲକ୍‌ର ଜନସାଧାରଣ ଏହି ନାଳ ଯୋଗୁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଦୀର୍ଘ ଦିନରୁ ନେଉଳିଯୋଡ଼ି ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି ହେଉଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ବାଉଁଶୁଳି ପଞ୍ଚାୟତ ଦାଶରଥୀପୁର ଗ୍ରାମ ବାସିନ୍ଦା ସହଦେବ ମହାନ୍ତ କହିଛନ୍ତି, ଉକ୍ତ ନାଳ ଉଭୟ ବ୍ଲକ୍‌ର ସୀମାରେ ଥିବାରୁ ଆମ ଦାବିକୁ ସାବତ ପୁଅ ଭାବି ପ୍ରଶାସନ ଅଣଦେଖା କରୁଛି। ଝୁମ୍ପୁରା ବ୍ଲକ୍‌ ଅଧ୍ୟକ୍ଷା ମାଳତୀ ନାଏକ କୁହନ୍ତି, ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିଭଳି ଶୀଘ୍ର ନାଳ ଉପରେ ପୋଲ ନିର୍ମାଣ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ। ଝୁମ୍ପୁରା ବିଡିଓ ଉମାକାନ୍ତ ପରିଡ଼ାଙ୍କୁ ପଚାରିବାରୁ କହିଥିଲେ, ସେ ଏବେ ନୂଆଭାବେ ଯୋଗ ଦେଇଛନ୍ତି। ତାଙ୍କ ଦ୍ୱାରା ଯାହା ସମ୍ଭବ ସରକାରୀସ୍ତରରେ ଚେଷ୍ଟା କରିବେ। ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ କୁହନ୍ତି, ନେଉଳିଯୋଡ଼ି ନାଳ ଉପରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହା ସରକାରୀସ୍ତରରେ ବିଚାରାଧୀନ ରହିଛି। ସରକାର ତୁରନ୍ତ ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 

ବୀରକିଶୋର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?