ବେଡ୍‌ରେ ରୋଗୀ, ତଳେ ମୃତଦେହ

କଟକ ଅଫିସ,୮।୫: ବେଡ୍‌ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡିଛି ମୃତଦେହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିରେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମେଡିକାଲ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୨୪ ଘଣ୍ଟା ପରେ ମୃତଦେହକୁ ଉଠାଇ ନିଆଯାଇ ଶବଗୃହରେ ରଖାଯାଇଛି।
ଭଦ୍ରକ ଜିଲା ତିହିଡି ଅଞ୍ଚଳର ବିଦ୍ୟାଧର ଜେନା(୬୬) କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ସମ୍ପର୍କୀୟମାନେ ଗତ ଶୁକ୍ରବାର ସକାଳ ୭ଟା ୫୦ରେ ଏସ୍‌ସିବି ମେଡିକାଲ ଆଣିଥିଲେ। ତାଙ୍କୁ କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିବାବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ସମ୍ପର୍କୀୟମାନେ ମୃତଦେହ ଛାଡ଼ି ଚାଲିଯାଇଥିଲେ। ଏହି ସମୟରେ ଆଉ ଜଣେ ରୋଗୀ ଆସିବାରୁ ବିଦ୍ୟାଧରଙ୍କ ମୃତଦେହ ବେଡ୍‌ ତଳକୁ ଓହ୍ଲାଇ ଦିଆଯାଇଥିଲା। ଉକ୍ତ ବେଡ୍‌ରେ ଅନ୍ୟ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଦୁଃଖର ବିଷୟ ୨୪ ଘଣ୍ଟା ଧରି ମୃତଦେହ ପଡିରହିଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନ ଥିଲା। ଡାକ୍ତର ଓ ନର୍ସ ଆସି ରୋଗୀଙ୍କ ଚିକିତ୍ସା କରୁଥିଲେ ମଧ୍ୟ ତଳେ ପଡିଥିବା ମୃତଦେହକୁ ଉଠାଇ ନ ଥିଲେ। ଏ ସମ୍ପର୍କରେ ଜଣାପଡିବା ପରେ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମେଡିକାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତର, ମେଡିକାଲ କର୍ମଚାରୀ ଓ ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ମୃତଦେହକୁ ଉଠାଇ ନିଆଯାଇ ଶବଗୃହରେ ରଖାଯାଇଥିଲା। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଲୁସି ଦାସ କହିଛନ୍ତି, ଘଟଣା ଜାଣିବା ପରେ ପ୍ରଶାସନିକ ଅଧିକାରୀମାନେ ପଦକ୍ଷେପ ନେଇଛନ୍ତି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସେମାନଙ୍କୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ: ନବୀନ

ଶେରଗଡ଼/ହିଞ୍ଜିଳିକାଟୁ/ସୋରଡା/ ଆସିକା,୮୧୧(ସୂର୍ଯ୍ୟ ନାରାୟଣ ଦାଶ/ ଦ୍ୱିତୀକୃଷ୍ଣ ପଣ୍ଡା/ରଜନୀ ମହାପାତ୍ର/ସୁରେନ୍ଦ୍ର ନାଥ ସାହୁ) ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ବାତ୍ୟା ଅର୍ଣ୍ଣବ…

ଅଧିକାଂଶ ଅଫିସରେ ଏମିତି ଦୁର୍ନୀତିଗ୍ରସ୍ତ ଅଫିସର ଅଛନ୍ତି: ଏମ୍‌ପି ପ୍ରତାପ

ବାଲେଶ୍ୱର,୮।୧୧(ବାଞ୍ଛାନିଧି ଦେ): ବାଲିଆପାଳର ସବ୍‌ ରେଜିଷ୍ଟ୍ରାର ମନୀଷା ମିଶ୍ର ଭିଜିଲାନ୍ସ ଟିମ୍‌ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେବା ଜାଣି ଏମ୍‌ପି ପ୍ରତାପ ଚନ୍ଦ୍ର…

ପାକିସ୍ତାନର ବିକାଶରେ ହିନ୍ଦୁମାନଙ୍କ ଅବଦାନ’: ସ୍ବର ବଦଳାଇଲେ ଶେହବାଜ, ଜଣାଇଲେ ଦୀପାବଳି ଶୁଭେଚ୍ଛା

ଇସଲାମାବାଦ,୮।୧୧: ଦେଶ ତଥା ସମଗ୍ର ବିଶ୍ୱରେ ଦୀପାବଳି ପର୍ବ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଉଛି। ଆମର ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦୀପାବଳି ଅବସରରେ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ

ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ କଳକାରାଖାନା ସହ ଗାଡିମୋଟର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ବାୟୁମଣ୍ଡଳରେ ଧୂଆଁ ଆସ୍ତରଣ ଓ ଅଙ୍ଗାରକାମ୍ଳ…

୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ…

ଗୋଟିଏ ରାତିରେ ୨ ହତ୍ୟାକାଣ୍ଡ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ବମିଖାଲ କଟକ ରୋଡ ଝାରପଡ଼ା ବ୍ରିଜ୍‌ ନିକଟରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ…

‘ମୋ ପରିବାରକୁ ଶୁଭେଚ୍ଛା’, ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୧: ଆଜି ସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳନ କରୁଛି। ଏହି ଅବସରରେ ଅନେକ ନେତା ‘ଏକ୍ସ’ (ପୂର୍ବରୁ ଟୁଇଟର) ମାଧ୍ୟମରେ ଏହି ଶୁଭ ପର୍ବ…

ମଧ୍ୟରାତ୍ରିରେ ଥରିଲା ଜାପାନ,ଜରୁରୀକାଳୀନ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କଲେ ପ୍ରଧାନମନ୍ତ୍ରୀ

ଟୋକିଓ,୮।୧୧: ଶନିବାର ମଧ୍ୟରାତ୍ରି ପରେ ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ତେବେ ରବିବାର ସକାଳେ ଘଟିଥିବା 5.7 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?