Posted inଖେଳ

ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ହେଲେ ପ୍ୟାଟ କୁମିନ୍ସ

ସିଡନୀ,୧୮।୧୦: ଦିନିକିଆ କ୍ରିକେଟରୁ ଆରୋନ ଫିଞ୍ଚଙ୍କ ଅବସର ପରେ କ୍ରିକେଟ ଅଷ୍ଟ୍ରେଲିଆ ନୂତନ ଅଧିନାୟକ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆ ଏହାର ଏକ ନମ୍ବର ଦ୍ରୁତ ବୋଲର ପ୍ୟାଟ କୁମିନ୍ସଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି। ଡେଭିଡ ୱାର୍ନର ମଧ୍ୟ ଦିନିକିଆ ଦଳର ଅଧିନାୟକ ଦୌଡ଼ରେ ଜଡିତ ଥିଲେ। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ୱାର୍ଣ୍ଣରଙ୍କ ବଦଳରେ କୁମିନ୍ସଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନେଇଛି।
ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କୁମିନ୍ସଙ୍କୁ ଦିନିକିଆ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଗତ ବର୍ଷ ଟିମ ପେନ୍‌ ହଟିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ପ୍ୟାଟ କୁମିନ୍ସଙ୍କୁ ଟେଷ୍ଟ ଦଳର ଦାୟିତ୍ୱ ଦେଇଥିଲା। ଏହି ନିଷ୍ପତ୍ତି ପାଇଁ କୁମିନ୍ସ କ୍ରିକେଟ ଅଷ୍ଟ୍ରେଲିଆକୁ ଧନ୍ୟବାଦ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀ ମ୍ୟାଚ୍‌ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୮ା୬: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶଜନକ ଖବର। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟ୍‌କା।...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି, ୯ା୨ (ଏପି)-ଫାଷ୍ଟ ବୋଲର ହସନ ଅଲୀଙ୍କ ପ୍ରଥମ ଟେଷ୍ଟ ୧୦ ଉଇକେଟ ସଫଳତା ସହାୟତାରେ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ...

ଅନ୍ତିମ ଟେଷ୍ଟରେ ସ୍ମିଥ୍‌ ଅଧିନାୟକ

ଅହମଦାବାଦ,୬ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ରହିବା...

‘ପନ୍ତ ମୋଟା ହୋଇଗଲେଣି, କିପିଂ ବେଳେ ନଇଁ ପାରୁନାହାନ୍ତି’

କରାଚି,୧୯।୬: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଫିଟ୍‌ନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ସ୍ପିନର ଡାନିଶ କାନେରିଆ। ପନ୍ତ ଏବେ...

ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ...

ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌: ରାଜେଶ ଚାମ୍ପିୟନ

ଭୁବନେଶ୍ୱର, ୧୬।୫(କ୍ରୀଡ଼ା ପ୍ରତିନିଧି): ଚଣ୍ଡିଖୋଲସ୍ଥିତ ଗୁରୁକୁଳ ପବ୍ଲିକ୍‌ ସ୍କୁଲ ପରିସରରେ ଖଗେଶ୍ୱର ବେଉରିଆ ସ୍ମାରକୀ ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ ଗତ ୧୩ ଓ...

ଏବେ ବି ରହିଛି କ୍ରିକେଟ ନିଶା

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜାଙ୍କୁ ସୋମବାର ସେ ୫୦ ବର୍ଷ ପୂରଣ ହୋଇଛି। ସେ ୫୧ ବର୍ଷରେ ପାଦ ଦେଇଛନ୍ତି। ୧୯୭୧ ଫେବୃୟାରୀ...

କର୍ତ୍ତବ୍ୟ ପରାୟଣ ଯୋଗୀନ୍ଦର ଶର୍ମାଙ୍କୁ ଆଇସିସିର ପ୍ରଶଂସା

ନୂଆଦିଲ୍ଲୀ,୨୯।୩(ପି.ଟି.)-୨୦୦୭ ଟି୨୦ ବିଶକପ୍‌ ହିରୋ ପୂର୍ବତନ ଭାରତୀୟ କ୍ରିକେଟର ତଥା ପୋଲିସ୍‌ ଅଧିକାରୀ ଯୋଗୀନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଭୂୟିୟସୀ ପ୍ରଶଂସା କରିଛି।...

Advertisement
Archives

Model This Week