ସୂଚନା ଫଳକରେ ସୀମିତ ଡିଏମ୍‌ଏଫ୍‌ ରାସ୍ତା

କେନ୍ଦୁଝର,୧୮ା୧୦(ସ୍ବ.ପ୍ର.): ଖଣି ପ୍ରଭାବିତ ଲୋକ ତଥା ଅଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ବିଭିନ୍ନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଅନେକ ପ୍ରକଳ୍ପ କାମ ଆରମ୍ଭ କିମ୍ବା ଶେଷ ହୋଇପାରୁନାହିଁ। ଏଭଳି ଦେଖିବାକୁ ମିଳିଛି ସଦର ବ୍ଲକ୍‌ ଅନ୍ତର୍ଗତ ଟିକରପଡ଼ାଠାରୁ କୁଡ଼ିଆ ଘର ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ। ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ହେବାକୁ ଥିବା ଉକ୍ତ ରାସ୍ତା ସରିବା ତ ଦୂରର କଥା ଅବଧି ସରିଥିଲେ ମଧ୍ୟ କାମ ଆରମ୍ଭ ହୋଇ ନାହିଁ।
ଏହି ବ୍ୟୟବହୁଳ ରାସ୍ତାକାମ ସୂଚନା ଫଳକରେ ସୀମିତ ରହିଛି। ରାସ୍ତା ନିର୍ମାଣ ଆରମ୍ଭ ୩ ଜାନୁୟାରୀ ୨୦୨୨ରେ ହୋଇ ୨ଅକ୍ଟୋବର ୨୦୨୨ରେ ଶେଷ ହେବ ବୋଲି ସୂଚନା ଫଳକରେ ଲେଖାଯାଇଛି। ଖଣି ପ୍ରଭାବିତ ଅଞ୍ଚଳ ଓ ଲୋକଙ୍କ ବିକାଶ ପାଇଁ ୫ କୋଟି ୩୫ ଲକ୍ଷ ୫୬ ହଜାର ୯୭୭ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରିବା ଲକ୍ଷ୍ୟ ରଖାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ଅଧୀନରେ ଏହି କାମ ରହିଛି। କିନ୍ତୁ ଉପଯୁକ୍ତ ତଦାରଖର ଅଭାବ ଏବଂ ଠିକା ସଂସ୍ଥାର ମନମାନି ଯୋଗୁ ରାସ୍ତା କାମ ଆରମ୍ଭ ହୋଇପାରୁନି। ଏହି ରାସ୍ତା ହେଲେ ନାଉପଦା, ସଲରାପେଣ୍ଠ, ମଦରଙ୍ଗାଯୋଡ଼ି, କାଳିମାପୁର, କୁଡ଼ିଆଘର ଆଦି ଗ୍ରାମର ଲୋକମାନେ ଉପକୃତ ହେବେ। ମାତ୍ର କାମ ହୋଇ ନ ଥିବାରୁ ବର୍ଷା ହେଲେ ଲୋକମାନେ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି। ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଟିକରପଡ଼ା ଗ୍ରାମର ବୟୋଜ୍ୟେଷ୍ଠ ବିକ୍ରମ ଚରଣ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ପୂର୍ବତନ ବିଧାୟକ ସୁବର୍ଣ ନାୟକ କହିଛନ୍ତି ଯେ, ଏସବୁ କାମର ସମୀକ୍ଷା ବିଧାୟକ ତଥା ଅନ୍ୟ ଲୋକ ପ୍ରତିନିଧିମାନେ କରୁନାହାନ୍ତି। କାମ ପାଇଁ ପ୍ରଶାସନ ନିକଟରେ ଚାପ ପକାଉ ନ ଥିବାରୁ କାମ ହୋଇପାରୁନାହିଁ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ କାମ କରିବାକୁ ଦାବି କରିଛନ୍ତି। ନଚେତ୍‌ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri