ସ୍ବପ୍ନ ପାଲଟିଛି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ

କେନ୍ଦୁଝର, ୧୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଲାଣିସ୍ଥିତ ବଲାଣି ଖାଦାନ ଷ୍ଟେଶନ କାର୍ଯ୍ୟକ୍ଷମ ହେବାର ୬୦ ବର୍ଷ ଅତିକ୍ରମ କରିଛି। ଏକଦା ଖଣିଜ ପରିବହନ ନିମନ୍ତେ ପ୍ରତିଷ୍ଠା ହୋଇଥିବା ଉକ୍ତ ରେଳଷ୍ଟେଶନରେ ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ବହୁ ବର୍ଷ ହେଲା ଦାବି ହୋଇଆସୁଛି। ମାତ୍ର ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବାହାନା ଦେଖାଇ ଗୋଟିଏ ବି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରାଯାଇନାହିଁ। ଫଳରେ ଷ୍ଟେଶନ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସେବାରେ ଆସୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଉକ୍ତ ରେଳଷ୍ଟେଶନ ୧୯୬୧ ମସିହାରେ ଲୁହାପଥର ପରିବହନ ପାଇଁ ଚକ୍ରଧରପୁର ଡିଭିଜନ ଅଧୀନରେ ପ୍ରତିଷ୍ଠା ହୋଇଥିଲା। ବିଶେଷ କରି ଉକ୍ତ ଅଞ୍ଚଳରେ ସରକାରଙ୍କ ଅଧୀନ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (ସେଲ୍‌)ର ବଲାଣି ଲୌହ ଖଣି ରହିଛି। ଏହି ଖଣିରୁ ସେଲ ଅଧୀନ ବିଭିନ୍ନ କାରଖାନାକୁ ଲୁହାପଥର ପରିବହନ ହୋଇଥାଏ। ଏହି ଷ୍ଟେଶନ୍‌ରୁ ଯାତ୍ରୀମାନଙ୍କ ଯାତାୟାତ ପାଇଁ କୌଣସି ଟ୍ରେନ୍‌ ବ୍ୟବସ୍ଥା କରାଯାଇନାହିଁ। ଅଞ୍ଚଳର ଲୋକମାନଙ୍କୁ ରେଳରେ ଯିବା ଆସିବା ପାଇଁ ପ୍ରାୟ ୪୦ କିମି ବଡ଼ବିଲ ରେଳ ଷ୍ଟେଶନକୁ ଯିବାକୁ ପଡୁଛି। ସ୍ଥାନୀୟ ଲୋକମାନେ ବହୁ ବାର ଦାବି ଉପସ୍ଥାପନ କରିବା ସହ ଆନ୍ଦୋଳନ କରିଆସୁଛନ୍ତି। କିନ୍ତୁ ଯାତ୍ରୀବାହୀ ଟ୍ରେନ୍‌ ବଦଳରେ ଆନ୍ଦୋଳନକାରୀ ନାମରେ କେସ୍‌ ରୁଜୁ ହେଉଛି। ଯାହା ଫଳରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ନାହିଁ ବୋଲି ମତପ୍ରକାଶ ପାଉଛି। ସୂଚନା ଅଧିକାର କର୍ମୀ ଶିବାଶିଷ ନନ୍ଦଙ୍କ ଆବେଦନର ୨୦୧୩ରେ ସୂଚନା ଦେଇ ଏଠାରେ ପ୍ଲାଟଫର୍ମ, ଯାତ୍ରୀମାନଙ୍କ ପାଇଁ ସୁବିଧା ନ ଥିବା କାରଣରୁ ଯାତ୍ରୀବାହୀ ରେଳଷ୍ଟେଶନ ପରିଣତ କରାଯାଇପାରୁନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଥିଲା। ଏବେ ରେଳ ମନ୍ତ୍ରଣାଳୟ ସମତଳ ନ ଥିବା କାରଣ ଦର୍ଶାଉଛନ୍ତି। ଏଣୁ ରେଳ ମନ୍ତ୍ରଣାଳୟ ଏଠାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ନ କରିବାକୁ ଏଭଳି ଭିନ୍ନ ସୂଚନା ଦେଉଛି ବୋଲି ନନ୍ଦ କହିଛନ୍ତି। ଅନ୍ୟପକ୍ଷରେ ଗତ ୫ ବର୍ଷ ମଧ୍ୟରେ ବଡ଼ବିଲରୁ ବଲାଣି ମଧ୍ୟରେ ରେଳଧାରଣା ସମସ୍ୟା କାରଣରୁ କୌଣସି ଦୁର୍ଘଟଣା ଘଟି ନ ଥିବା ସୂଚନା ଦେଇଛନ୍ତି। ଏ ନେଇ ଚକ୍ରଧରପୁର ଡିଭିଜନର ପବ୍ଲିକ ରିଲେଶନ ଅଫିସର ମନୀଷ ପାଠକଙ୍କୁ ଫୋନ କରିଥିଲେ ହେଁ ନ ଉଠାଇବାରୁ ମତାମତ ନିଆଯାଇପାରିନାହିଁ। ସେଠାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ହେଲେ ସେ ବାବଦ ହେବାକୁ ଥିବା ଖର୍ଚ୍ଚ ଆଦାୟ ହୋଇପାରିଲେ ଷ୍ଟେଶନ ଖୋଲି ପାରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ରେଳ ଷ୍ଟେଶନରୁ ଦୈନିକ ୬ ରୁ ୭ ରେକ୍‌ ଲୁହାପଥର ଏହି ସାଇଡିଂରୁ ପରିବହନ ହୋଇଥାଏ। ବାର୍ଷିକ ୮୦୦ରୁ ୧୦୦୦ କୋଟି ଟଙ୍କା ରେଳ ମନ୍ତ୍ରଣାଳୟ ଲାଭ କରିଥାଏ ବୋଲି ବେସରକାରୀ ଭାବେ ଜଣାପଡ଼ିଛି। ଦୀର୍ଘ ୫୮ ବର୍ଷ ଧରି ଏଭଳି ଲୁହାପଥର କାମ ଚାଲିଛି। ମାତ୍ର ରେଳ ଷ୍ଟେଶନର ଉନ୍ନତୀକରଣ କରି ବ୍ୟବହାର ଯୋଗ୍ୟ କରାଯାଉନି। ରେଳ ଲାଇନକୁ ସମତଳ କରି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଉପଯୋଗୀ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri