Posted inଜାତୀୟ

୧୦ ବର୍ଷରୁ ଅଧିକ ବିଚାରାଧୀନ ମାମଲାକୁ ପ୍ରାଥମିକତା ଦେବାକୁ କ୍ୟାଟଙ୍କୁ ସଂସଦୀୟ କମିଟିଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୪ : ପର୍ସନାଲ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ)ଙ୍କୁ ୧୦ ବର୍ଷରୁ ଅଧିକ ସମୟ ବିଚାରାଧୀନ ଥିବା ମାମଲାର ବିଚାରକୁ ପ୍ରାଥମିକତା ଦେବାକୁ କହିଛନ୍ତି। ସଂସଦୀୟ କମିଟି ୧,୩୫୦ ଏଭଳି ମାମଲାକୁ ଚିହ୍ନଟ କରିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସେବା ସହ ଜଡିତ ବିଷୟ ଉପରେ କ୍ୟାଟ ନିଷ୍ପତ୍ତି ନେଇଥାନ୍ତି। ୩୧ ଡିସେମ୍ବର ୨୦୨୨ ସୁଦ୍ଧା ଟ୍ରିବ୍ୟୁନାଲର ବିଭିନ୍ନ ବେଞ୍ଚ ସମ୍ମୁଖରେ ୮୦,୫୪୫ ମାମଲା ବିଚାରାଧୀନ ଅଛି।

।ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହାର ରିପୋର୍ଟରେ ଦର୍ଶାଇଛି ଯେ ଗୋଟିଏ ବର୍ଷ କିମ୍ବା ତା’ଠାରୁ କମ ସମୟ ଧରି ୧୬,୬୬୧ ମାମଲା ବିଚାରାଧୀନ ମାମଲା ରହିଥିବାବେଳେ ଗୋଟିଏ ରୁ ପାଞ୍ଚ ବର୍ଷ ଧରି ଚାଲିଥିବା ବିଚାର ମାମଲା ସଂଖ୍ୟା ୪୬,୫୩୪ ରହିଛି। ପାଞ୍ଚରୁ ୧୦ ବର୍ଷ ଧରି ବିଚାର ହେଉଥିବା ମାମଲା ସଂଖ୍ୟା ୧୬ ହଜାର ରହିଛି। ୧୦ ବର୍ଷରୁ ଅଧିକ ସମୟ ଧରି ୧,୩୫୦ ମାମଲା ବିଚାରାଧୀନ ଅଛି। କମିଟି ସୂଚାଇ ଦେଇଛି ଯେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ନିୟମ ୧୯୮୭ ଅନୁଯାୟୀ ଯଥାସମ୍ଭବ ପ୍ରତ୍ୟେକ ଆବେଦନ ଶୁଣାଣି ହେବା ଉଚିତ ଏବଂ ଦାଖଲ ତାରିଖଠାରୁ ଛଅ ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଜରୁରୀ। ରିପୋର୍ଟରେ କୁହାଯାଇଛି, କମିଟି ଜାଣିବାକୁ ପାଇଛି ଯେ ପ୍ରାୟ ୧,୩୫୦ ମାମଲା ୧୦ବର୍ଷରୁ ଅଧିକ ସମୟ ବିଚାରାଧୀନ ଅଛି। କମିଟି ଏହା ମଧ୍ୟ ଜାଣିବାକୁ ପାଇଛି ଯେ ପେନ୍ସନ ସହ ଜଡିତ ପ୍ରାୟ ୩,୭୧୬ ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି।

ରିପୋର୍ଟରେ କୁହାଯାଇଛି ଯେ ପେନ୍ସନ, ବରିଷ୍ଠ ନାଗରିକଙ୍କ ସହ ଜଡିତ ମାମଲା ଏବଂ ପ୍ରାଥମିକତା ଭିତ୍ତିରେ ୧୦ ବର୍ଷରୁ ଅଧିକ ସମୟ ବିଚାରାଧୀନ ମାମଲା ଏବଂ ଆବଶ୍ୟକ ସ୍ଥଳେ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ କମିଟି ସୁପାରିଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨6ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

ନୂଆଦିଲ୍ଲୀ,୨୬।୮: ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ବଡ଼ ଘୋଷଣା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri