Posted inଜାତୀୟ

‘…ତେବେ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ସଂସଦ ଭବନର ଉଦଘାଟନ’, କଂଗ୍ରେସ ନେତାଙ୍କ ବିରୋଧୀଙ୍କୁ ଉପଦେଶ

ନୂଆଦିଲ୍ଲୀ,୨୫।୫: ଦେଶର ନୂଆ ସଂସଦ ଭବନ ଭାବେ ଲୋକତନ୍ତ୍ରକୁ ନୂଆ ମନ୍ଦିର ମିଳିବାକୁ ଯାଉଛି। ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ। ଏବେ ପ୍ରାୟ ସମସ୍ତ ବିରୋଧୀ ଦଳ ଏହାର ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ ବୋଲି ଅଡି ବସିଛନ୍ତି। ଏହି କ୍ରମରେ ୧୯ଟି ବିରୋଧୀ ଦଳ ମଧ୍ୟ ଉଦଘାଟନୀ ସମାରୋହକୁ ବଇକଟ କରିବାକୁ ଘୋଷଣା କରିଛନ୍ତି। ଯେଉଁଥିରେ କଂଗ୍ରେସ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି, ହେଲେ ଏବେ କଂଗ୍ରେସର ଜଣେ ନେତା ଏହି ବିରୋଧକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କହିଛନ୍ତି ଯେ ଯଦି ଭାରତର ପ୍ରଧାନମନ୍ତ୍ରୀ ସଂସଦ ଗୃହର ଉଦଘାଟନ ନକରନ୍ତି, ତେବେ କ’ଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ।

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ବିରୋଧୀ ଦଳର ଆଭିମୁଖ୍ୟକୁ ବିରୋଧ କରି କହିଛନ୍ତି ଯେ ଭାରତର ସଂସଦ ହେଉଛି ଭାରତରଐତିହ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା)ର ନୁହେଁ … ଯଦି ଭାରତର ପ୍ରଧାନମନ୍ତ୍ରୀ ଦେଶର ସଂସଦର ଉଦଘାଟନ ନ କରନ୍ତି, ତେବେ କ’ଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ସଂସଦ ଭବନ, ରାଷ୍ଟ୍ରପତି ଭବନ ଏଭଳି ଅଟ୍ଟାଳିକା ଯାହା କୌଣସି ଦଳର ନୁହେଁ। ଏସବୁ ଦେଶର ସମ୍ପତ୍ତି। ପ୍ରଧାନମନ୍ତ୍ରୀଙ୍କ ନୀତିକୁ ବିରୋଧ କରିବା ଉଚିତ, ଆମେ କରିବା ଉଚିତ, ଆମେ ଏହା ସବୁଠାରେ କରିବୁ। କିନ୍ତୁ ଦେଶର ଲୋକଙ୍କ ଭାବନାକୁ ସମ୍ମାନ ଦେଇ, ଆମ ପାଖରେ ମୋଦିଙ୍କୁ ବିରୋଧ କରିବାର ଅଧିକାର ଅଛି, କିନ୍ତୁ ଦେଶକୁ ବିରୋଧ କରିବା ଠିକ ନୁହେଁ।

ବିରୋଧୀମାନେ ଓୱାଇସିଙ୍କ ପଥ ଅନୁସରଣ କରିବା ଉଚିତ ନୁହେଁ । ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ବିରୋଧୀ ଦଳମାନଙ୍କୁ କହିଛନ୍ତି, ମୁଁ ସେମାନଙ୍କର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସମସ୍ତ ପକ୍ଷଙ୍କୁ ନିବେଦନ କରୁଛି। ମୋଦିଙ୍କୁ ବିରୋଧ କରନ୍ତୁ, ଦେଶକୁ ବିରୋଧ କରିବା ଠିକ ନୁହେଁ। ଦେଶର ସଂସଦ ସମଗ୍ର ଦେଶର ଏବଂ କୌ ଣସି ଦଳର ନୁହେଁ। ଦେଶର ସଂସଦକୁ ଭାଜପାର ବୋଲି ଭାବିବା ଭୁଲ। ସେଥିପାଇଁ ମୁଁ ଅନୁରୋଧ କରୁଛି ଯେ ସମସ୍ତ ବିରୋଧୀ ଓୱାଇସିଙ୍କ ପଥ ଅନୁସରଣ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri