ବନ୍ଦ ହେଲା ପାର୍ସଲ, ଲଗେଜ୍‌ ଟ୍ରାଫିକ୍‌

ଯାଜପୁର,୨୨ା୧୧(ହର୍ଷବର୍ଦ୍ଧନ ବେହେରା): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ଼ ରେଳ ଷ୍ଟେଶନକୁ ଅଣଦେଖା କରୁଥିବା ଅଭିଯୋଗର ସତ୍ୟତା ଏବେ ବାରି ହୋଇ ପଡୁଛି। ଦୀର୍ଘବର୍ଷ ହେଲା କାର୍ଯ୍ୟକ୍ଷମ ଥିବା ପାର୍ସଲ ଏବଂ ଲଗେଜ୍‌ ଟ୍ରାଫିକକୁ ରେଳବିଭାଗ ପକ୍ଷରୁ ଆସିଷ୍ଟାଣ୍ଟ କମର୍ସିଆଲ ମ୍ୟାନେଜର ଜି.ଆର. ନାୟକ ୧୯ା୧୧ା୨୦୨୪ରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଅବହେଳା ଜଳଜଳ ହୋଇ ଦିଶୁଛି। ଯାଜପୁର ରୋଡ଼ ଷ୍ଟେଶନକୁ ଡିଭିଜନ ମାନ୍ୟତା, ଦକ୍ଷିଣ ପାର୍ଶ୍ୱରେ ପାର୍କିଂ ଓ ଟିକେଟ୍‌ ଗୃହ, ଫ୍ଲାଏ ଓଭର ବ୍ରିଜ ନିର୍ମାଣ, ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣୀ, ଜିଆରପି ଥାନା ମାନ୍ୟତା ଇତ୍ୟାଦି ଦାବିଗୁଡିକର ପୂରଣ ଓ ଭିତ୍ତିଭୂମିର ବିକାଶ କରିବା ପରିବର୍ତ୍ତେ ପାର୍ସଲ ଓ ଲଗେଜ୍‌ ବ୍ୟବସ୍ଥାକୁ ବନ୍ଦ କରିବା ଖବରକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରି ପାରିନାହାନ୍ତି। ଏନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
କେନ୍ଦ୍ର ସରକାର ଯାଜପୁର ଜିଲାର କଳିଙ୍ଗନଗରକୁ ଏସିଆର ବୃହତ୍‌ ଶିଳ୍ପ ହବ୍‌ ବୋଲି ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁରରେ ଏକ ରେଳୱେ ଡିଭିଜନ ସ୍ଥାପନ ପାଇଁ ପୂର୍ବରୁ ଅନୁରୋଧ କରିଥିଲେ। ଏଥିସହିତ ଏଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲାରେ ବିଶ୍ୱର ୯୮ ପ୍ରତିଶତ କ୍ରୋମାଇଟ ସହିତ ବିପୁଳ ପରିମାଣରେ ଖଣିଜ ସଂପଦ ଭରପୁର ରହିଛି। ଏହାବାଦ୍‌ ଜିଲାରେ ପର୍ଯ୍ୟଟନର ସୁବିଧା ରହିଛି। ଏବେ ଜିଲାରେ ୪ଟି ଜଙ୍କଶନ ଓ ୨୧ଟି ରେଳ ଷ୍ଟେଶନ ରହିଛି। ପଡ଼ୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକତା ରହିଛି। ଉତ୍ତର ଓଡ଼ିଶାରେ ଯାଜପୁର ଦେଇ ଯାଇଥିବା ରେଳପଥ ଦୀର୍ଘତମ। ୫ ଟି ନୂତନ ରେଳପଥ ନିର୍ମାଣ କରିବାକୁ ସର୍ଭେ ଶେଷ ହୋଇଛି। ୭ଟି ଗୁଡସ୍‌ ସେଡ୍‌ ଏଠାରେ କାମ କରୁଛି। ଯାଜପୁର ହାୱାଡା-ଚେନ୍ନାଇ ମୁଖ୍ୟଲାଇନ ସହିତ ଯଖପୁରା-ନୟାଗଡ, ହରିଦାସପୁର-ପାରାଦୀପ, ଅନୁଗୋଳ-ସୁକିନ୍ଦା, ଟମକା-ଦୈତାରୀ ଏବଂ ସୁକିନ୍ଦା-ଯାଜପୁରରୋଡ ଆଦି ରେଳପଥ ରହିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଶିଳ୍ପାଞ୍ଚଳ, ପର୍ଯ୍ୟଟନସ୍ଥଳୀ, ଖଣି ରହିଛି। ତେଣୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବି ନେଇ ଆନ୍ଦୋଳନ ଜାରି ରହିଛି। ତଥାପି ଲୋକଙ୍କ ଭାବାବେଗ ସହ ଖେଳ ଖେଳି ଏହି ଷ୍ଟେଶନର ଉନ୍ନତି ପରିବର୍ତ୍ତେ ଅବନତି କରାଯାଉଛି ବୋଲି ଅଭିଯୋଗ ହେଉଛି। କେନ୍ଦୁଝର-ଖୋର୍ଦ୍ଧା ରୋଡ଼ ମେମୁ ଟ୍ରେନକୁ ସମ୍ପ୍ରସାରଣ, ନୂତନ ପାଦଚଳା ବ୍ରିଜରେ ଲିପ୍ଟ ଏବଂ ବୈଦ୍ୟୁତିକ ସିଡି ସ୍ଥାପନ, ଦ୍ରୁତଗ୍ରାମୀ ଟ୍ରେନ ରହଣୀ ଇତ୍ୟାଦି ଦାବି ପୁରଣ କରିବାରେ କେନ୍ଦ୍ର ସରକାର ବିଫଳତା ରହିଛି। ୧୨୮ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମ୍‌ସଫର, ଦୁରନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶିଆଲ ଟ୍ରେନ ରହଣୀ ନ ଥିବାରୁ ଚାକିରିଆ, ଛାତ୍ରୀଛାତ୍ର, ବ୍ୟବସାୟୀ, ରୋଗୀ, ଶିଳ୍ପ କାରଖାନା କର୍ମଚାରୀ ପ୍ରମୁଖ ରେଳସେବାରୁ ବଞ୍ଚିତ ରହୁଛନ୍ତି। ଉପରୋକ୍ତ ସମସ୍ତ ଦ୍ରୁତଗାମୀ ଟ୍ରେନ ସେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଓ ଭ୍ରଦକ ଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ଏହି କ୍ରମରେ ପାର୍ସଲ ଓ ଲଗେଜ୍‌ ଟ୍ରାଫିକ ବନ୍ଦ ହେଲେ ଏଠାକାର ଯାତ୍ରୀମାନେ ନିଜର ସାମଗ୍ରୀ ନେଇଯିବା ଏବଂ ପଠାଇବାକୁ ଭଦ୍ରକ ଓ କଟକ ଷ୍ଟେଶନ ଉପରେ ନିର୍ଭର କରିବାକୁ ପଡିବ। ତେଣୁ ତୁରନ୍ତ ଉକ୍ତ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?