Posted inଖେଳ

ଟିମ୍‌ ଇଣ୍ଡିଆକୁ ଐତିହାସିକ ବିଜୟ ଆଶା ଦେଲା ପନ୍ତଙ୍କ ଶତକ

କେପ୍‌ ଟାଉନ,୧୩।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟର ରିଷଭ ପନ୍ତ। ତାଙ୍କର ଶତକୀୟ ପାଳି ଟିମ୍‌ ଇଣ୍ଡିଆକୁ ଆଣି ଦେଇଛି ଐତିହାସିକ ସିରିଜ୍‌ ବିଜୟ ଆଶା। ତାଙ୍କ ଯୋଗୁ ଭାରତୀୟ ଦଳ ତା’ର ଦ୍ୱିତୀୟ ପାଳିରେ ୧୯୮ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ଛିଡ଼ା ହୋଇଛି ୨୧୨ ରନ୍‌ର ବିଜୟ ଲକ୍ଷ୍ୟ। ପୂର୍ବରୁ ପ୍ରଥମ ଇନିଂସରେ ଭାରତ ୨୨୩ ରନ୍‌ କରିଥିବା ବେଳେ ୨୧୦ ରନ୍‌ରେ ସୀମିତ ରହିଥିଲା ଘରୋଇ ଦକ୍ଷିଣ ଆଫ୍ରିକା।

ତୃତୀୟ ଦିନ ଖେଳ ଆରମ୍ଭ ହେବାର ୧୦ ମିନିଟ୍‌ ମଧ୍ୟରେ ପ୍ୟାଭିଲିଅନ ଫେରିଥିଲେ ଚେତେଶ୍ୱର ପୂଜାରା (୯) ଓ ଅଜିଙ୍କ୍ୟ ରାହାନେ (୧)। ଫଳରେ ୫୭/୨ରୁ ଅସମାପ୍ତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆର ସ୍କୋର ୫୮/୪ ହୋଇଯାଇଥିଲା। ଏଭଳି ସଙ୍କଟ ଜନକ ପରିସ୍ଥିତିରେ କ୍ରିଜ୍‌କୁ ଆସିଥିଲେ ପନ୍ତ। ପ୍ରଥମେ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ୫ମ ଉଇକେଟ ପାଇଁ ୯୪ ରନ୍‌ ଯୋଡ଼ିଥିଲେ। କୋହଲି (୨୯) ଆଉଟ୍‌ ହେବା ପରେ ଗୋଟିଏ ପଟେ ପନ୍ତ ଆଟାକିଂ ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟେ ଉଇକେଟ ପଡ଼ିବା ଜାରି ରହିଥିଲା। ଦଳର ୩ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଏଭଳି ବିପରିତ ପରିସ୍ଥିତି ସତ୍ତ୍ୱେ ସେ ପୂରଣ କରିଥିଲେ କ୍ୟାରିୟରର ୪ର୍ଥ ଶତକ। ତାଙ୍କ ପାଳିରେ ସାମିଲ ଥିଲା ୬ ଚୌକା ଓ ୪ ଛକା। ଘରୋଇ ଦଳ ପାଇଁ ମାର୍କୋ ଜାନସେନ ୪ ଉଇକେଟ ନେଇଥିବା ବେଳେ କାଗିସୋ ରବାଡା ଓ ଲୁଙ୍ଗି ଏନ୍‌ଗିଡି ୩ ଲେଖାଏ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

୧୫ ମୃତଦେହକୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ

ଭିଏଟନାମ, ୧୩ା୭: ଭିଏଟନାମ ‘ଫୁ କ୍ୱାକ୍‌’ ଦ୍ୱୀପ ନିକଟରେ ଗତକାଲି ଘଟିଥିବା ଦୁଖଦ ସ୍ପିଡ୍‌ବୋଟ୍‌ ଦୁର୍ଘଟଣା ପରେ ଆଜି ପରବର୍ତ୍ତୀ ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି। ଭାରତୀୟ ଦୂତାବାସର ସୂଚନା…

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri