Posted inଖେଳ

ସକାଳୁ ସକାଳୁ ପଡ଼ିଲା ରାହୁଲଙ୍କ ଉଇକେଟ; ସ୍ଥିତି ସମ୍ଭାଳିଛନ୍ତି ଜାଡେଜା

ଲଡର୍‌ସ,୧୩।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନରେ ଇଂଲଣ୍ଡ ମ୍ୟାଚ୍‌କୁ ଫେରିବା ଆରମ୍ଭ କରିଛି। ପୂର୍ବ ଦିନର ସ୍କୋର (୨୭୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆକୁ ପ୍ରଥମ ଓଭରରେ ଲେକେଶ ରାହୁଲ (୧୨୯)ଙ୍କ ରୂପେ ଲାଗିଥିଲା ପ୍ରଥମ ଝଟ୍‌କା। ରାହୁଲଙ୍କ ପଛେ ପଛେ କ୍ରିଜରୁ ଚାଲିଥିଲେ ଉପଅଧିନାୟକ ଅଜିଙ୍କ୍ୟ ରାହାନେ (୧)। ଲଗାତାର ଦୁଇ ଉଇକେଟ ପଡ଼ିବା ପରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ସମ୍ଭାଳି ଥିଲେ। ଦୁହେଁ ୬ଷ୍ଠ ଉଇକେଟ ପାଇଁ ଯୋଡ଼ିିଥିଲେ ୪୯ ରନ୍‌। ପୁଣି ଥରେ ଭଲ ଆରମ୍ଭ ପାଇବା ପରେ ବିଫଳ ହୋଇଥିଲେ ପନ୍ତ। ୩୭ (୫ ଚୌକା) ରନ୍‌ କରିଥିବା ପନ୍ତ ଏକ ବେପରୁଆ ଶଟ୍‌ରେ ଉଇକେଟ ଦାନ କରିଥିଲେ। ଖାତା ଖୋଲିପାରି ନ ଥିଲେ ମହମ୍ମଦ ଶାମି। ରବୀନ୍ଦ୍ର ଜାଡେଜା (୩୧) ଗୋଟିଏ ପକ୍ଷ ସମ୍ଭାଳି ଖେଳୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୭ ଉଇକେଟ ୩୪୬ ରନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ଇନିଂସ ବିଜୟ

ବେଲ୍‌ଗାଭି, ୨୮।୫- ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲି ଟେଷ୍ଟ ମ୍ୟାଚ୍‌କୁ ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ ଏକ ଇନିଂସ ଓ...

ଆଡିଲେଡ୍‌ ଟେଷ୍ଟରେ ବିରାଟବାହିନୀର ଶୋଚନୀୟ ପରାଜୟ

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟ ହାସଲ କରିଛି ଭାରତୀୟ ଦଳ। ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ମାତ୍ର ୯୦ ମିନିଟ୍‌...

ଆଇପିଏଲ୍‌ରେ ଏହି ‘ବିରାଟ’ କାରନାମା କରିବେ କୋହଲି; ଏବେ ଯାଏ ଧୋନୀ-ରୋହିତ-ରାଇନା-କାର୍ତ୍ତିକ ହିଁ…

ନୂଆଦିଲ୍ଲୀ,୧୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌। ସେ ଆଇପିଏଲ୍‌ ପ୍ରଥମ ସିଜିନରୁ ଆର୍‌ସିବି ସହ ଜଡ଼ିତ ଅଛନ୍ତି।...

କୋହଲିଙ୍କୁ ପ୍ରସ୍ତାବ ଦେଇଥିଲେ କିଛି ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୮।୨: “ଅତୀତରେ କିଛି ଫ୍ରାଞ୍ଚାଇଜ ମୋତେ ଅକ୍‌ଶନରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ବାଛିଥିଲି”। ଏଭଳି କହିଛନ୍ତି...

ହଟିଲା ସଫ୍ଟ ସିଗ୍‌ନାଲ: ଫ୍ରି ହିଟ୍‌ ପାଇଁ ଆସିଲା ନୂତନ ନିୟମ

ଦୁବାଇ,୧୫ା୫: ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌(ଆଇସିସି) ପକ୍ଷରୁ ସୋମବାର କେତେକ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏପରିକି ବିବାଦୀୟ ସଫ୍ଟ ସିଗ୍‌ନାଲ ନିୟମକୁ ଆଇସିସି ହଟାଇ ଦେଇଛି।...

ଧୋନୀଙ୍କ ପରେ ଋତୁରାଜ ହେବେ ସିଏସକେ ଅଧିନାୟକ, ରାଇଡୁ ଦେଲେ ସୂଚନା…

ନୂଆଦିଲ୍ଲୀ,୨୩।୭ : ଆଇପିଏଲ ୨୦୨୩ ଟ୍ରଫି ଜିତିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଘୋଷଣା କରିଛନ୍ତି ସେ ଆଗାମୀ ସିଜନରେ...

ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତୁ ଏହି ଯୋଡ଼ିଙ୍କ ଅନେକ ସିକ୍ରେଟ୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର...

ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି କ୍ରିକେଟର

ମୁମ୍ବାଇ, ୧୬।୨ : ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ‘ଫ୍ରେଣ୍ଡଶିପ୍‌’ ନାମକ ତାମିଲ ଫିଲ୍ମ ଜରିଆରେ ଡେବ୍ୟୁ...

Advertisement
Archives

Model This Week