Posted inଖେଳ

ନିଜ ସଫଳତାର ରହସ୍ୟ ଖୋଲିଲେ ପାଣ୍ଡ୍ୟା

ଅହମ୍ମଦାବାଦ,୨।୨: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତକୁ ୨-୧ରେ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସଫଳତାର ରହସ୍ୟ କହିଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ‘ପ୍ଲେୟାର ଅଫ ଦି ସିରିଜ’ ମନୋନୀତ ହୋଇଥିଲେ। ଏହି ସିରିଜରେ ସେ ୬୬ ରନ କରିବା ସହ ୫ଟି ଉଇକେଟ ନେଇଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ସତ କହିବାକୁ ଗଲେ ମୋର ଏହି ମ୍ୟାନ ଅଫ ସିରିଜ ପୁରସ୍କାର ସମଗ୍ର ସପୋର୍ଟ ଷ୍ଟାଫଙ୍କୁ ନିକଟକୁ ଯାଇଥାଏ। ମୁଁ ସବୁବେଳେ ଏହିପରି ଖେଳ ଖେଳୁଛି। ମୁଁ ପରିସ୍ଥିତି ପଢିବାକୁ ଚେଷ୍ଟା କଲେ ଏବଂ ସେହି ସମୟରେ ଯାହା ଆବଶ୍ୟକ ତାହା କରେ। ମୁଁ ଆଗରୁ ଯୋଜନା କରି ଖେଳେ ନାହିଁ। ଅଧିକାଂଶ ସମୟରେ ମୁଁ ମୋର ଆତ୍ମବିଶ୍ୱାସ ସହ କାମ କରେ।
ମୋ ଜୀବନ ଏବଂ ଅଧିନାୟକତ୍ୱ ବିଷୟରେ ମୋର ଏକ ସରଳ ନିୟମ ଅଛି। ଯଦି ମୁଁ ହାରୁଛି, ମୋର ନିଷ୍ପତ୍ତି ହେତୁ ମୁଁ ହାରିବି। ସେଥିପାଇଁ ମୁଁ ସବୁବେଳେ ନିଜେ ସମସ୍ତ ନିଷ୍ପତ୍ତି ନିଏ। ମୁଁ ଦାୟିତ୍ୱ ନେବାକୁ ପସନ୍ଦ କରେ। ଯେତେବେଳେ ମୁଁ ଆଇପିଏଲ ଫାଇନାଲ ଖେଳିଲି। ମୁଁ ଭାବିଲି ଦ୍ୱିତୀୟ ପର୍ଯ୍ୟାୟ ଅଧିକ ଆକର୍ଷଣୀୟ। ମୁଁ ଏହି ଚାପଯୁକ୍ତ ମ୍ୟାଚ୍‌କୁ ସରଳ କରିବାକୁ ଚାହେଁ ଏବଂ ଆଶା ଅଛି ବଡ଼ ମ୍ୟାଚ୍‌ରେ ମଧ୍ୟ ସମାନ କାର୍ଯ୍ୟ କରିବାକୁ ସମର୍ଥ ହେବି। ଭାରତୀୟ ଦଳ ଶେଷ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୬୮ ରନ ବ୍ୟବଧାନରେ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀ ଉତ୍ସାହ

ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଆୟୋଜନ ହେବ। ଦୀର୍ଘ ଦିନପରେ ଏହି ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ...

ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କ ପ୍ରେମରେ ପାଗଳ ଲିଆଣ୍ଡର୍‌ ପେସ୍‌: ଇନ୍‌ଷ୍ଟାଗ୍ରାମରେ ଏକାଠି ଛାଡିଲେ ଫଟୋ

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ନିକଟରେ ଉଭୟ ଗୋଆରେ...

ଓସିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ଶେଷ

କଟକ ଅଫିସ,୨୧ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ୬ ପଦବୀ ପାଇଁ ଆବେଦନ କରିଛନ୍ତି ମୋଟ...

ଆଇସିସିର ନେତ୍ୱତ୍ୱ ନେଇପାରିବେ ଗାଙ୍ଗୁଲି :ଗାଓ୍ବାର

ନୂଆଦିଲ୍ଲୀ, ୧୫।୫(ପି.ଟି.): ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବା ପାଇ ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ...

‘ରନ୍‌ ମେଶିନ’ ପାଲଟିଲେ ଋତୁରାଜ…

ଅହମ୍ମଦାବାଦ,୩।୧୨: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡ। ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦଳ ପକ୍ଷରୁ ଖେଳି ସେ ୧୩୧ ବଲ୍‌ରେ...

ପନ୍ତଙ୍କ ପରେ ଜାଡେଜାଙ୍କ ସେଞ୍ଚୁରୀ

ବର୍ମିଂହାମ,୨।୭:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଶନିବାର ଆରମ୍ଭ ହୋଇଛି। ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ଏବଂ...

ଅଭିଷେକଙ୍କୁ ବିଶ୍ୱ ଆଇରନ୍‌ ମ୍ୟାନ୍‌ ଟାଇଟଲ

ଧର୍ମଗଡ,୨୪।୭(ଡି.ଏନ.ଏ.)-ବିଶ୍ୱ ଟ୍ରାଇଥଲନ୍‌ କର୍ପୋରେଶନ ଦ୍ୱାରା ସୁଇଜରଲାଣ୍ଡର ଜୁରିଚ୍‌ଠାରେ ଆୟୋଜିତ ବିଶ୍ୱ ଆଇରନ ମ୍ୟାନ ପ୍ରତିଯୋଗିତାରେ କଳାହାଣ୍ଡି ଜିଲା ଅନ୍ତର୍ଗତ ଧର୍ମଗଡ଼ର ଅଭିଷେକ ପଟ୍ଟଯୋଶୀ ଟାଇଟଲ ହାସଲ...

୨୦ କିମି ରେସ୍‌ରେ ବାଜି ମାରିଲେ ଜୁନେଦ୍‌

ଭୁବନେଶ୍ୱର, ୧ା୩ (ସ୍ପୋର୍ଟ୍ସ ବ୍ୟୁରୋ)- ପୁରୁଷ ୨୦ କିମି ରେସ୍‌ରେ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ଜୁନେଦ୍‌ ବାଜିମାତ୍‌ କରିନେଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରେସ୍‌ରେ ଜୁନେଦ୍‌ ୧...

Advertisement
Archives

Model This Week