Posted inଖେଳ

୩୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରହିବେ ପାଣ୍ଡ୍ୟା ବ୍ରଦର୍ସ; ଟାଇଗର ଶ୍ରଫ-ଦିଶା ପଟାନୀ ହେବେ ପଡୋଶୀ

ନୂଆଦିଲ୍ଲୀ,୨୯।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ପାଣ୍ଡ୍ୟା ବ୍ରଦର୍ସ ଅର୍ଥାତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସର୍ବଦା ନିଜର ଜୀବନଚର୍ଯ୍ୟାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ଶୁଣାଯାଉଛି ଦୁଇ ଭାଇ ମୁମ୍ବାଇର ବାନ୍ଦ୍ରାସ୍ଥିତ ରୁସ୍ତମଜୀ ପାରାମାଉଣ୍ଟରେ ୩୦ କୋଟିର ଭବ୍ୟ ବଙ୍ଗଳାରେ ରହିବେ। ନିକଟରେ ଏକ ସାକ୍ଷାତକାରରେ ହାର୍ଦ୍ଦିକ ମୁମ୍ବାଇରେ ଘର କିଣୁ ନ ଥିବା ସ୍ପଷ୍ଟ କରିବା ସହ ଭଡ଼ାରେ ରହିବେ ବୋଲି କହିଥିଲେ। ମୁମ୍ବାଇରେ ୮ ବିଏଚ୍‌କେ ଆପାର୍ଟମେଣ୍ଟକୁ ଭଡ଼ାରେ ନେବେ ପାଣ୍ଡ୍ୟା। ୟୁଏଇରୁ ସେମାନେ ଫେରିବା ପରେ ଉକ୍ତ ଘରେ ଗୃହ ପ୍ରବେଶ କରିବେ।

ପାଣ୍ଡ୍ୟା ଭାଇ ଯେଉଁ ଘରେ ରହିବେ ତାର ମୂଲ୍ୟ ପାଖାପାଖି ୨୮ରୁ ୩୦ କୋଟି ଟଙ୍କା ହେବ। ଉକ୍ତ ବଙ୍ଗଳାରେ ପ୍ରାଇଭେଟ ସୁଇମିଂ ପୁଲ୍‌ଠାରୁ ଆରମ୍ଭ କରି ଥିଏଟର ଭଳି ସୁବିଧା ରହିଛି। ଏହାଛଡ଼ା ଜିମ୍‌ ଏବଂ ଗେମିଂ ଜୋନ ମଧ୍ୟ ରହିଥିବା କୁହାଯାଉଛି।
ହାର୍ଦ୍ଦିକଙ୍କ ଏହି ଭଡ଼ା ଘର ନିକଟରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ ଏବଂ ତାଙ୍କ କଥିତ ପ୍ରେମିକା ଦିଶା ପଟାନୀ ମଧ୍ୟ ରୁହନ୍ତି। ଏଣୁ ଏହି ଯୋଡ଼ିଙ୍କ ପଡୋଶୀ ହେବେ ସେ।

ପ୍ରକାଶ ଯେ, ଏବେ ୟୁଏଇରେ ଆଇପିଏଲ୍‌ ୨୦୨୧ ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ଅଛନ୍ତି ପାଣ୍ଡ୍ୟା ବ୍ରଦର୍ସ। ଟୁର୍ନାମେଣ୍ଟ ପରେ ହାର୍ଦ୍ଦିକ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ସହ ଯୋଡ଼ି ହେବେ। ସେହିଭଳି କ୍ରୁନାଲ ଭାରତ ଫେରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?