Posted inଖେଳ

୩୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରହିବେ ପାଣ୍ଡ୍ୟା ବ୍ରଦର୍ସ; ଟାଇଗର ଶ୍ରଫ-ଦିଶା ପଟାନୀ ହେବେ ପଡୋଶୀ

ନୂଆଦିଲ୍ଲୀ,୨୯।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ପାଣ୍ଡ୍ୟା ବ୍ରଦର୍ସ ଅର୍ଥାତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସର୍ବଦା ନିଜର ଜୀବନଚର୍ଯ୍ୟାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ଶୁଣାଯାଉଛି ଦୁଇ ଭାଇ ମୁମ୍ବାଇର ବାନ୍ଦ୍ରାସ୍ଥିତ ରୁସ୍ତମଜୀ ପାରାମାଉଣ୍ଟରେ ୩୦ କୋଟିର ଭବ୍ୟ ବଙ୍ଗଳାରେ ରହିବେ। ନିକଟରେ ଏକ ସାକ୍ଷାତକାରରେ ହାର୍ଦ୍ଦିକ ମୁମ୍ବାଇରେ ଘର କିଣୁ ନ ଥିବା ସ୍ପଷ୍ଟ କରିବା ସହ ଭଡ଼ାରେ ରହିବେ ବୋଲି କହିଥିଲେ। ମୁମ୍ବାଇରେ ୮ ବିଏଚ୍‌କେ ଆପାର୍ଟମେଣ୍ଟକୁ ଭଡ଼ାରେ ନେବେ ପାଣ୍ଡ୍ୟା। ୟୁଏଇରୁ ସେମାନେ ଫେରିବା ପରେ ଉକ୍ତ ଘରେ ଗୃହ ପ୍ରବେଶ କରିବେ।

ପାଣ୍ଡ୍ୟା ଭାଇ ଯେଉଁ ଘରେ ରହିବେ ତାର ମୂଲ୍ୟ ପାଖାପାଖି ୨୮ରୁ ୩୦ କୋଟି ଟଙ୍କା ହେବ। ଉକ୍ତ ବଙ୍ଗଳାରେ ପ୍ରାଇଭେଟ ସୁଇମିଂ ପୁଲ୍‌ଠାରୁ ଆରମ୍ଭ କରି ଥିଏଟର ଭଳି ସୁବିଧା ରହିଛି। ଏହାଛଡ଼ା ଜିମ୍‌ ଏବଂ ଗେମିଂ ଜୋନ ମଧ୍ୟ ରହିଥିବା କୁହାଯାଉଛି।
ହାର୍ଦ୍ଦିକଙ୍କ ଏହି ଭଡ଼ା ଘର ନିକଟରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ ଏବଂ ତାଙ୍କ କଥିତ ପ୍ରେମିକା ଦିଶା ପଟାନୀ ମଧ୍ୟ ରୁହନ୍ତି। ଏଣୁ ଏହି ଯୋଡ଼ିଙ୍କ ପଡୋଶୀ ହେବେ ସେ।

ପ୍ରକାଶ ଯେ, ଏବେ ୟୁଏଇରେ ଆଇପିଏଲ୍‌ ୨୦୨୧ ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ଅଛନ୍ତି ପାଣ୍ଡ୍ୟା ବ୍ରଦର୍ସ। ଟୁର୍ନାମେଣ୍ଟ ପରେ ହାର୍ଦ୍ଦିକ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ସହ ଯୋଡ଼ି ହେବେ। ସେହିଭଳି କ୍ରୁନାଲ ଭାରତ ଫେରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri