ଭକ୍ତଙ୍କୁ ପଞ୍ଚଲିଙ୍ଗେଶ୍ୱର ମନା 

ନୀଳଗିରି,୨୭।୦୯(ପ୍ରଶାନ୍ତ କୁମାର ବିଶ୍ବାଳ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାର ପ୍ରଭାରେ ଧନ ଜୀବନ ଅସ୍ତବ୍ୟସ୍ତ  ହୋଇପଡ଼ିଛି। ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାର ପ୍ରଶିଦ୍ଧ ଶୈବପିଠ ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ବର ପୂଜା ମଣ୍ଡପ ଉପରେ ପାହାଡର ଝରଣା ପାଣି ସୁଅ ଛୁଟିଛି। ଏହା ସହ  ଦେବଗିରି ପାହାଡ଼ର ୪ଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠ ସ୍ଥଳି ଓ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଲହଡ଼ି ଭାଙ୍ଗୁଛି।
ତେବେ ପାଣିର ସ୍ରୋତ ଏତେ ପ୍ରଖର ଯେ ପଥର ଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ଭକ୍ତ ଓ ପର୍ଯ୍ୟଟକ ସ୍ପର୍ଶ କରିବା କିଛି ସମୟ ଯାଏ ବନ୍ଦ ରଖାଯାଇଛି।
ଗୁରୁବାର ସାରେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ସେଠାରେ ଛିଡା ହୋଇ ସା ଆଳତୀ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ  ପାଣି ଲହଡ଼ି ଭାଙ୍ଗୁଥିବା  ସହ ବାଡା ଗୁଡିକ ଦହଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ଭକ୍ତଙ୍କୁ ବାରଣ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ...

ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକଙ୍କ ଝିଅ

ଆଳି,୧୬।୧୦(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡା. ଦେବସ୍ମିତା ଶର୍ମାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ଲାଗି ନିର୍ଯାତନା...

ଜନସେବା କେନ୍ଦ୍ରରେ ଶୋଷିତ ହେଉଛନ୍ତି କାର୍ଡଧାରୀ: ପ୍ରଶାସନ ଦୃଷ୍ଟିଦେବାକୁ…

ରସୁଲପୁର,୧୬।୧୦(ରଞ୍ଜିତ ରାଉତ): ଆଧାର କାର୍ଡ ଏକ ଅତ୍ୟାବଶ୍ୟକୀୟ ପରିଚୟପତ୍ର ଭାବରେ ବ୍ୟବହାର ହେଉଛି। ସରକାରୀ ଓ ବେସରକାରୀସ୍ତରରେ ଆଧାରକାର୍ଡକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି। ଏହି କାର୍ଡରେ...

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

କାର୍ତ୍ତିକ ପୂର୍ବରୁ ପରିବା ଦରରେ ନିଆଁ

ବ୍ରହ୍ମପୁର,,୧୬।୧୦(ସ୍ମୃତି ରଞ୍ଜନ ମହାଲିକ):କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ମହଙ୍ଗା ହୋଇଛି। ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଦିନ...

ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ପରେ…

ପାଟଣା,,୧୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରି ସେକ୍ସନରେ ହାତୀ ଉପଦ୍ରବ ଥମିବାରେ ନା ଥରୁନି। ସୋମବାର ତିଣ୍ଡାବିଟ୍‌ ନିହ୍ନୁଆ ଖେସେରା...

ଲୁଣାପାଣି, କୁମ୍ଭୀର ଆତଙ୍କ ନିଦ ହଜାଇଛି

ଚାନ୍ଦବାଲି,,୧୬।୧୦(ଅଶୋକ କୁମାର ପଣ୍ଡା):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଶ୍ଚିମରେ ସାଳନ୍ଦୀ, ଦକ୍ଷିଣରେ ବୈତରଣୀ, ପୂର୍ବରେ ମନ୍ତେଇ ନଦୀ ସହ କେତେକ କେନାଲ ଓ ଯୋର ଘେରି...

ହେଉଥିଲା ଭସାଣୀ: ହଠାତ୍‌ ପଡ଼ିଲା ପଥର, ପରେ…

ବାଲେଶ୍ୱର,,୧୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟରେ ସୋମବାର ରାତିରେ ଭସାଣି ଶୋଭାଯାତ୍ରା ବେଳେ ଉତ୍ତେଜନା ଦେଖାଦେଇଥିଲା। ଶୋଭାଯାତ୍ରା ସମୟରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri