କଳା, ସାହିତ୍ୟ, ସଂସ୍କୃତିକୁ ଉଦ୍‌ଜୀବିତ କରେ ପାଲା: ଗାୟକଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ପାଟଣା,୧ା୫(ବୀରକିଶୋର ଦାଶ: କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ଶାସନର ୭୦ ତମ ବାଦୀପାଲା ମହୋତ୍ସବ ଉପଲକ୍ଷେ କଳା ଓ ସଂସ୍କୃତି ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ସ୍ବାମ୍‌ ପାଲା କମିଟିର ସଭାପତି ଭାଗିରଥି ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଏହି ପ୍ରାଚୀନ ପାଲା ଅନୁଷ୍ଠାନଟି ଉତ୍କଳୀୟ ପାଲା ପରମ୍ପରା ପୁରାଣ,କଳା, ସଂସ୍କୃତି ଓ ସାହିତ୍ୟକୁ ଉଦ୍‌ଜୀବିତ କରି ରଖିବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେଉଛି ବୋଲି କହିଥିଲେ।

ଏଥିରେ ମୁଖ୍ୟ ବକ୍ତା ଭାବେ ବଡ଼ପାଟଣା ସରପଞ୍ଚ ବିନତି ବାନରା, ସମ୍ମାନିତ ଅତିଥି ଭାବେ ପାଲାର ପୃଷ୍ଠପୋଷାକ ତଥା ଯୋଡ଼ା ଏବିଡିଓ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଚଳିତବର୍ଷ ପାଲା ପରିବେଷଣ କରୁଥିବା ଗାୟକ ଗୋପାଳକୃଷ୍ଣ ଜେନା ଓ ବିଜୟ କୁମାର ଓଝାଙ୍କୁ ପୁଷ୍ପ ଗୁଚ୍ଛ, ମାନପତ୍ର, ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଯଥା କ୍ରମେ ଗାୟକ ସୌରଭ ଓ ଗାୟକ ଲଳିତ ଉପାଧିରେ ମଣ୍ଡିତ କରିଥିଲେ। ଗ୍ରାମର ପାଲା ,କଳା,ସଂସ୍କୃତି, ଓ ସାମାଜିକ ଅନୁଷ୍ଠାନ ପାଇଁ ଜୀବନ ବ୍ୟାପୀ ଅବଦାନ ପାଇଁ ବଳଭଦ୍ର କର ଓ ଜ୍ଞାନେନ୍ଦ୍ର କୁମାର ମିଶ୍ରଙ୍କୁ ମୁଖ୍ୟ ଅତିଥି ପୁଷ୍ପ ଗୁଚ୍ଛ, ଅଙ୍ଗ ବସ୍ତ୍ର ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସରପଞ୍ଚ ଶ୍ରୀମତୀ ବାନାରା, ଏ ବି ଓ ଶ୍ରୀ ବେହେରା, ଉପସଭାପତି ଶ୍ରୀନିବାସ ଶତପଥୀ,ପାଲା କମିଟି ସଦସ୍ୟ ସୁମିତି ପତି ପ୍ରମୁଖ ଉଭୟ ପାଲାଦଳ ର ବାୟକ ଓ ପାଳିଆ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଶ୍ରୀନିବାସ ଶତପଥୀ ଦେଇଥିବା ବେଳେ ଧନ୍ୟବାଦ ପାଲା କମିଟିର କୋଷାଧକ୍ଷ କଳ୍ପତରୁ କର ପ୍ରଦାନ କରିଥିଲେ। କାର୍ଯ୍ୟ କ୍ରମ କୁ ପାଲା କମିଟି ବୀରମୋହନ ଦ୍ବିବେଦୀ, ସନ୍ତୋଷ ତ୍ରିପାଠୀ, ଚିରଞ୍ଜୀବ ଦାଶ, ସଂଜତ କର, ସୌମ୍ୟ ରଞ୍ଜନ ଦାଶ, ପ୍ରକାଶ ଦାଶ, ଅରୁଣ କୁମାର ଦାଶ , ସିଦ୍ଧାର୍ଥ ଦାଶ, ଆର୍ଯ୍ୟପ୍ରସାଦ ଦାଶ, ସମୀର ଦାଶ, ଦେବାଶିଷ ତ୍ରିପାଠୀ, ଭବତୋଶ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ୍‌ରେ ଚଢ଼ାଉ: ୧୧.୧୬୫ କିଲୋଗ୍ରାମ ଚନ୍ଦନକାଠ ଜବତ, ଜଣେ ଗିରଫ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପକ୍ଷରୁ ଶନିବାର ଦିନ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଧଳା ଚନ୍ଦନ କାଠ ଚୋରା ଚାଲାଣ ଅଭିଯୋଗରେ ଜଣେ…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

ପିକଅପ୍‌ ଭ୍ୟାନ୍‌ ଧକ୍କାରେ ହାତୀ ଆହତ: ବନ ବିଭାଗ ଦ୍ୱାରା କରାଯାଉଛି ଚିକିତ୍ସା

କେନ୍ଦୁଝର,୨୪।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜର ନରଣପୁର ସେକ୍ସନ ଅନ୍ତର୍ଗତ ବଡ଼ପଷି, ଗୋପୀନାଥପୁର ଗ୍ରାମ ନିକଟରେ ଆଜି ସକାଳେ ଏକ ୧୫ ବର୍ଷ ଅଣ୍ଡିରା…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri