ବଞ୍ଚୋ,୬ା୧୧(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବ ଆଣିଛନ୍ତି ଯୁବ ଶିକ୍ଷାବିତ୍ ଦୀପକ କୁଅଁର। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ୨୦୨୫-୨୬ ବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି।
ଦୀପକଙ୍କ ପୈତୃକ ଘର ହାଟଡିହି ବ୍ଲକ ଅନ୍ତର୍ଗତ ଶାଳଣିଆଁ ଗ୍ରାମରେ। ବର୍ତ୍ତମାନ ସେ ନୟାଗଡ଼ ଜିଲାରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଆନନ୍ଦପୁର ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। କେନ୍ଦୁଝରର ଯୁବ ଭାଜପା ନେତା ଯଜ୍ଞପ୍ରସାଦ ସାହୁ ଦୀପକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି।

