Posted inଫୁରସତ

ପାକିସ୍ତାନର ଅଜବ ଆଇନ

ପ୍ରତ୍ୟେକ ଦେଶରେ କେତେକ ଆଇନ ରହିଛି; ଯାହାକୁ ଉକ୍ତ ଦେଶର ନାଗରିକମାନେ ମାନିବାକୁ ବାଧ୍ୟ। ତେବେ ପାକିସ୍ତାନରେ ରହିଛି ଏଭଳି କିଛି ଅଜବ ଆଇନ, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଏହାକୁ ଉଲ୍ଲଂଘନ କଲେ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ଘରେ ଛୋଟପିଲାଙ୍କୁ ବୟସ୍କମାନଙ୍କ ବିନା ଅନୁମତିରେ ଫୋନ୍‌ ଧରିବାକୁ ବାରଣ କରିଥା’ନ୍ତି। କିନ୍ତୁ ପାକିସ୍ତାନରେ ଛୋଟ ହେଉ କି ବୟସ୍କ, ଯଦି କେହି ବିନାନୁମତିରେ କାହାର ମୋବାଇଲ୍‌ ଧରନ୍ତି, ତେବେ ଏଠାରେ ଏହା ଦଣ୍ଡନୀୟ ଅପରାଧ। ଏମିତିକି ଏଥିପାଇଁ ୬ମାସ ଜେଲ୍‌ଦଣ୍ଡ ହୋଇପାରେ।
ନାଗରିକଙ୍କୁ ଇସ୍ରାଏଲ ଯିବାକୁ ଭିଜା ମିଳି ନ ଥାଏ। ଇସ୍ରାଏଲ୍‌ ବ୍ୟତୀତ ସେମାନେ ଅନ୍ୟ ସବୁ ଦେଶ ବୁଲିବାକୁ ଯାଇପାରିବେ। ଏହାର କାରଣ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଇସ୍ରାଏଲ୍‌କୁ ଦେଶ ବୋଲି ମାନ୍ୟତା ଦିଏ ନାହିଁ।
ଆଲ୍ଲା, ମସ୍‌ଜିଦ୍‌, ନବୀ, ରସୁଲ ଆଦି ଶବ୍ଦକୁ ଇଂଲିଶ୍‌ରେ ଅନୁବାଦ କରିବା ଆଇନଗତ ଅପରାଧ।
କେହି ବି ପ୍ରଧାନମନ୍ତ୍ରୀଙ୍କୁ କୌଣସି ପ୍ରକାର ବ୍ୟଙ୍ଗ କରିପାରିବେ ନାହିଁ। ଏପରି କଲେ ସେହି ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନା ଦେବାକୁ ପଡ଼ିଥାଏ।
ପାକିସ୍ତାନ ଏପରି ଏକ ଦେଶ, ଯେଉଁଠାରେ ରାଷ୍ଟ୍ରପତି ପଦ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ପଡ଼େ ନାହିଁ। କିନ୍ତୁ ଏଠାରେ ଥିବା ସ୍କୁଲ୍‌ରେ ଚାକିରି କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ଦରକାର ପଡ଼ିଥାଏ।
ଦେଶରେ ରମ୍‌ଜାନ ମାସରେ ବାହାରେ କିଛି କିଣି ଖାଇପାରିବେ ନାହିଁ। ଏଠାରେ ଏହାକୁ ଅପରାଧ ବୋଲି ଧରାଯାଏ। କେବଳ ମୁସଲମାନ ନୁହନ୍ତି, ସେଠାରେ ରହୁଥିବା ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଧ୍ୟ ନିୟମ ଲାଗୁ ହୋଇଥାଏ।
ସମୁଦାୟ ଜନସଂଖ୍ୟାରେ ଟ୍ରାନ୍ସଜେଣ୍ଡରଙ୍କ ସଂଖ୍ୟା ଅଧିକ। କିନ୍ତୁ ସେମାନେ ଆର୍ମିରେ ଯୋଗ ଦେଇପାରିବେ ନାହିଁ ବୋଲି ନିୟମ ଅଛି।
ବିବାହ ପୂର୍ବରୁ ଯୁବତୀ ଯୁବକ ଏକାଠି ରହିବା ଆଇନ ସମ୍ମତ ନୁହେଁ। ତେଣୁ କେହି ଏପରି କରୁଥିଲେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଥାଏ।
ଛାତ୍ରୀଛାତ୍ରଙ୍କୁ ପାକିସ୍ତାନରେ ରହି ପାଠ ପଢ଼ିବାକୁ ହେଲେ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ତେଣୁ ଏଠାରେ ଦୁଇଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିବା ଛାତ୍ରୀଛାତ୍ରଙ୍କୁ ହିଁ ପଢିବାକୁ ଅନୁମତି ରହିଛି।
କାହାକୁ ଅଯଥାରେ ମେସେଜ୍‌ କରିପାରିବେ ନାହିଁ। ଏପରି କରୁଥିବାର ଧରାପଡ଼ିଲେ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?