Posted inଫୁରସତ

ପାକିସ୍ତାନର ଅଜବ ଆଇନ

ପ୍ରତ୍ୟେକ ଦେଶରେ କେତେକ ଆଇନ ରହିଛି; ଯାହାକୁ ଉକ୍ତ ଦେଶର ନାଗରିକମାନେ ମାନିବାକୁ ବାଧ୍ୟ। ତେବେ ପାକିସ୍ତାନରେ ରହିଛି ଏଭଳି କିଛି ଅଜବ ଆଇନ, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଏହାକୁ ଉଲ୍ଲଂଘନ କଲେ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ଘରେ ଛୋଟପିଲାଙ୍କୁ ବୟସ୍କମାନଙ୍କ ବିନା ଅନୁମତିରେ ଫୋନ୍‌ ଧରିବାକୁ ବାରଣ କରିଥା’ନ୍ତି। କିନ୍ତୁ ପାକିସ୍ତାନରେ ଛୋଟ ହେଉ କି ବୟସ୍କ, ଯଦି କେହି ବିନାନୁମତିରେ କାହାର ମୋବାଇଲ୍‌ ଧରନ୍ତି, ତେବେ ଏଠାରେ ଏହା ଦଣ୍ଡନୀୟ ଅପରାଧ। ଏମିତିକି ଏଥିପାଇଁ ୬ମାସ ଜେଲ୍‌ଦଣ୍ଡ ହୋଇପାରେ।
ନାଗରିକଙ୍କୁ ଇସ୍ରାଏଲ ଯିବାକୁ ଭିଜା ମିଳି ନ ଥାଏ। ଇସ୍ରାଏଲ୍‌ ବ୍ୟତୀତ ସେମାନେ ଅନ୍ୟ ସବୁ ଦେଶ ବୁଲିବାକୁ ଯାଇପାରିବେ। ଏହାର କାରଣ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଇସ୍ରାଏଲ୍‌କୁ ଦେଶ ବୋଲି ମାନ୍ୟତା ଦିଏ ନାହିଁ।
ଆଲ୍ଲା, ମସ୍‌ଜିଦ୍‌, ନବୀ, ରସୁଲ ଆଦି ଶବ୍ଦକୁ ଇଂଲିଶ୍‌ରେ ଅନୁବାଦ କରିବା ଆଇନଗତ ଅପରାଧ।
କେହି ବି ପ୍ରଧାନମନ୍ତ୍ରୀଙ୍କୁ କୌଣସି ପ୍ରକାର ବ୍ୟଙ୍ଗ କରିପାରିବେ ନାହିଁ। ଏପରି କଲେ ସେହି ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନା ଦେବାକୁ ପଡ଼ିଥାଏ।
ପାକିସ୍ତାନ ଏପରି ଏକ ଦେଶ, ଯେଉଁଠାରେ ରାଷ୍ଟ୍ରପତି ପଦ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ପଡ଼େ ନାହିଁ। କିନ୍ତୁ ଏଠାରେ ଥିବା ସ୍କୁଲ୍‌ରେ ଚାକିରି କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ଦରକାର ପଡ଼ିଥାଏ।
ଦେଶରେ ରମ୍‌ଜାନ ମାସରେ ବାହାରେ କିଛି କିଣି ଖାଇପାରିବେ ନାହିଁ। ଏଠାରେ ଏହାକୁ ଅପରାଧ ବୋଲି ଧରାଯାଏ। କେବଳ ମୁସଲମାନ ନୁହନ୍ତି, ସେଠାରେ ରହୁଥିବା ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଧ୍ୟ ନିୟମ ଲାଗୁ ହୋଇଥାଏ।
ସମୁଦାୟ ଜନସଂଖ୍ୟାରେ ଟ୍ରାନ୍ସଜେଣ୍ଡରଙ୍କ ସଂଖ୍ୟା ଅଧିକ। କିନ୍ତୁ ସେମାନେ ଆର୍ମିରେ ଯୋଗ ଦେଇପାରିବେ ନାହିଁ ବୋଲି ନିୟମ ଅଛି।
ବିବାହ ପୂର୍ବରୁ ଯୁବତୀ ଯୁବକ ଏକାଠି ରହିବା ଆଇନ ସମ୍ମତ ନୁହେଁ। ତେଣୁ କେହି ଏପରି କରୁଥିଲେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଥାଏ।
ଛାତ୍ରୀଛାତ୍ରଙ୍କୁ ପାକିସ୍ତାନରେ ରହି ପାଠ ପଢ଼ିବାକୁ ହେଲେ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ତେଣୁ ଏଠାରେ ଦୁଇଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିବା ଛାତ୍ରୀଛାତ୍ରଙ୍କୁ ହିଁ ପଢିବାକୁ ଅନୁମତି ରହିଛି।
କାହାକୁ ଅଯଥାରେ ମେସେଜ୍‌ କରିପାରିବେ ନାହିଁ। ଏପରି କରୁଥିବାର ଧରାପଡ଼ିଲେ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟା ଲେଖନ୍ତି, ଓଲଟା ଗାଆନ୍ତି; ଦେଖି ନ ଥିବେ ଏଭଳି…

ଓଲଟା ଚାଲିବା, ଓଲଟା ଲେଖିଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ। ହେଲେ ଯଦି କୁହାଯାଏ ଓଲଟା ଗୀତ ଗାଉଥିବାର କାହାକୁ ଦେଖିଛନ୍ତି। ଉତ୍ତର ନା ହୋଇପାରେ।...

ଗୁଗଲ୍‌ ବେବେ

ଆଠ ବର୍ଷର ‘ଗୁଗଲ ବୟ’ କୌଟିଲ୍ୟ ଦିନେ ସାରା ଭାରତରେ ତା’ର ବିଚକ୍ଷଣ ବୁଦ୍ଧି ପାଇଁ ଚହଳ ପକାଇଥିଲା। ତେବେ ଜାଣନ୍ତି କି କେବଳ ‘ଗୁଗଲ...

ଅଶ୍ଳୀଳ ମେସେଜ୍‌ ପଠାଉଥିଲେ ବସ୍‌: ମହିଳା କର୍ମଚାରୀ କଲେ ଏପରି….

ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍‌ଙ୍କୁ...

ଡିଜିଟାଲର ମାଧ୍ୟମ ଇ-ରିଡିଂ

ଇ-ରିଡିଂ ବ୍ୟବସ୍ଥା ଏବେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ପ୍ରତିଟି ପଢ଼ାପ୍ରେମୀଙ୍କ ପାଇଁ ହାତପାଆନ୍ତାରେ ଆଣିଦେଇଛି ସମସ୍ତ ବହି ପଢ଼ିବାର ସୁଯୋଗ; ଯାହାଦ୍ୱାରା ନା ଅଛି ଏଣେ...

ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ...

ବ୍ରେନ୍‌ ସର୍ଜରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମାଲିକ: ଗେଟ୍‌ ବାହାରେ ଗୋଟିଏ ସପ୍ତାହ ଅପେକ୍ଷା କଲା କୁକୁର

କୁକୁର ସବୁଠାରୁ ବିଶ୍ୱସ୍ତ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତୁର୍କୀର ଇସ୍ତାନବୁଲରେ। ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ତାଙ୍କୁ ହସ୍ପିଟାଲ ବାହାରେ ଏକ...

ନିଜ ଖାଦ୍ୟକୁ ମାଛ ସହ ବାଣ୍ଟି ଦେଉଛିି ପାରା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଅକ୍ସଫୋର୍ଡରେ ଭାରତର ପ୍ରଥମ ଦିବ୍ୟାଙ୍ଗ

ଅମୃତସର: ଦୃଢ ଇଚ୍ଛାଶକ୍ତି ଆଉ କଠିନ ଅଧ୍ୟବସାୟ ବଳରେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହି ଉକ୍ତିକୁ ଏବେ ପ୍ରମାଣ କରି ଦେଖାଇଛନ୍ତି ପଞ୍ଜାବର...

Advertisement
Archives

Model This Week