Posted inଫୁରସତ

ପେଟମାଡ଼ି ଶୋଉଥିଲେ ପେଟମାଡ଼ି ଶୋଇବାକୁ ଅନେକେ ଭଲପାଆନ୍ତି।

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟମାଡ଼ି ମୋବାଇଲ୍‌ କିମ୍ବା ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣନ୍ତି କି ପେଟମାଡ଼ି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ଉପୁଜିପାରେ….
ପେଟମାଡ଼ି ଶୋଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ପାରେନାହିଁ। ବିଶେଷକରି ହୃତ୍‌ପିଣ୍ଡରୁ ମସ୍ତିଷ୍କକୁ ଭଲ ଭାବେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବାରୁ ମୁଣ୍ଡବିନ୍ଧା ହୋଇଥାଏ।
ଏପରି ଶୋଇଲେ ବଡି ପୋଜିଶନ ଠିକ୍‌ ଭାବେ ନ ରହିବା ଯୋଗୁ ମାଂସପେଶୀଗୁଡ଼ିକ ଚାପି ହୋଇ ରହିଥାଏ। ଫଳସ୍ବରୂପ ଏଥିପାଇଁ ଅନେକ ସମୟରେ ମଶଲ୍ସ କ୍ରାମ୍ପ୍‌ ହେବା ସହ ଖୁବ୍‌ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।
ପେଟମାଡ଼ି ଶୋଇବା ଦ୍ୱାରା ପେଟ ଚାପି ହୋଇରହେ। ଫଳରେ ଖାଦ୍ୟ ଭଲ ଭାବେ ହଜମ ହେବାରେ କଷ୍ଟ ହୋଇଥାଏ। ବାରମ୍ବାର ଏପରି ହେଲେ ଧୀରେ ଧୀରେ ଗ୍ୟାସ୍‌, ବଦହଜମି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଏପରି ଶୋଇବା ଶୈଳୀ ମେରୁଦଣ୍ଡ ଉପରେ ଚାପ ପକାଇଥାଏ। ପ୍ରତିଦିନ ଏପରି ଶୋଇଲେ ଧୀରେ ଧୀରେ ପିଠି ଯନ୍ତ୍ରଣା ସମସ୍ୟା ଆରମ୍ଭ ହୋଇଥାଏ। ଏପରି ଶୋଇବା ଅଭ୍ୟାସରେ ଯଥା ସମୟରେ ପରିବର୍ତ୍ତନ ନ ଆଣିଲେ ବେକରୁ ଅଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣା ଜଟିଳ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।
କେବଳ ଏତିକି ନୁହେଁ, ଏହାଦ୍ୱାରା ମୁହଁ ଚାପି ହୋଇ ରହୁଥିବାରୁ ମୁହଁକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିପାରେ ନାହିଁ। ଫଳସ୍ବରୂପ ବ୍ରଣ, ଦାଗ ଭଳି ସମସ୍ୟା ସହ ଅଳ୍ପ ବୟସରୁ ଏଜ୍‌ଲାଇନ୍‌ ଏବଂ ରିଙ୍କିଲ୍‌ ମାର୍କ ଦେଖାଦେଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri