Posted inଖେଳ

ଛକା ମାରିବାରୁ ବ୍ୟାଟରଙ୍କ ଉପରକୁ ଫୋପାଡ଼ିଲେ ବଲ

ଢାକା,୨୦।୧୧: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ ଆହତ ହୋଇଛନ୍ତି। ହେଲେ ତାଙ୍କ ଆହତ ହେବାର କାରଣ ସାଧାରଣ ନ ଥିଲା। ମ୍ୟାଚ୍‌ର ୩ୟ ଓଭରରେ ଅଫିଫ ପାକିସ୍ତାନୀ ପେସର ଶାହିନ ଶାହ ଆଫ୍ରିଦୀଙ୍କୁ ଫାଇନ ଲେଗ୍‌ ଅଞ୍ଚଳରେ ଛକା ଲଗାଇଥିଲେ। ଏହାର ପରବର୍ତ୍ତୀ ବଲରେ ସେ ଡିଫେନ୍ସିଭ ଶଟ୍‌ ଖେଳିଥିଲେ। କିନ୍ତୁ ଛକା ରାଗ ସୁଜାଇବା ପାଇଁ ଶାହିନ ଫଲୋଥ୍ରୁରେ ବଲ ଧରି ଡାଇରେକ୍ଟ ଫୋପାଡ଼ିଥିଲେ ଅଫିଫଙ୍କ ଉପରକୁ। ବର୍ତ୍ତିବା ପାଇଁ ବ୍ୟାଟର ବୁଲି ଯାଇଥିଲେ। ମାତ୍ର ବଲ ତାଙ୍କ ଡାହାଣ ଗୋଡ଼ର ଗୋଇଠିରେ ବାଜିଥିଲା। ଫଳରେ ତଳେ ପଡ଼ିଯାଇଥିଲେ ବାଲାଂଦେଶର ୨୨ ବର୍ଷୀୟ ବ୍ୟାଟର। ତାଙ୍କ ନିକଟକୁ ଯାଇ ନିଜ ବ୍ୟବହାର ପାଇଁ କ୍ଷମା ମାଗିଥିଲେ ଆଫ୍ରିଦୀ। ଏହି ଘଟଣା ପରେ ବାମହାତୀ ବ୍ୟାଟର ବ୍ୟାଟିଂ ଜାରି ରଖି ସେ ୨୦ ରନ୍‌ ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇଥିଲେ। ତେବେ ଆଫ୍ରିଦୀଙ୍କୁ ତାଙ୍କ ବ୍ୟବହାର ଲାଗି ସୋସିଆଲ ମିଡିଆରେ ଖୁବ୍‌ ସମାଲୋଚିତ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇର ଲଗାତର ପଞ୍ଚମ ପରାଜୟ

ପୁଣେ,୧୨୵୪: ଆଇପିଏଲ ୨୦୨୨ର ୨୩ତମ ମ୍ୟାଚରେ ଆଜି ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ...

ହାଇଦ୍ରାବାଦ୍‌କୁ ଝଟ୍‌କା, ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ, ୨୩।୯: ଆଇପିଏଲ୍‌-୧୩ତମ ସଂସ୍କରଣ ଆରମ୍ଭରୁ ସନ୍‌ରାଉଜର୍ସ ହାଇଦ୍ରାବାଦ୍‌ ଟିମ୍‌କୁ ଝଟ୍‌କା ଲାଗିଛି। ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ହାରିଥିବା ହାଇଦ୍ରାବାଦର ଅଭିଜ୍ଞ ଅଲ୍‌ରାଉଣ୍ଡ...

ଭାରତୀୟ ଦଳ ପାଇଁ ଖୁସି ଖବର, ପାସ୍‌ ହେଲେ ଏହି ଖେଳାଳି

ମେଲବର୍ନ,୨୫।୧୨: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହ ସେ ଏବେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି)...

ବର୍ଷିଲେ ଗାଭାସ୍କର: ‘୧୯ତମ ଓଭର ପାଲଟିଲାଣି ଚିନ୍ତାର ବିଷୟ…ସବୁଥର ଦେଉଛନ୍ତି ଅଧିକ ରନ୍‌’

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି୨୦ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ଏହାକୁ ନେଇ ବିଭିନ୍ନ ମହଲରେ ଦଳକୁ ସମାଲୋଚନାର ଶିକାର ହେବାକୁ...

ସୀମା ପୁନିଆଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ପଟିଆଲା, ୩୦ା୬ (ପି.ଟି.)- ଭେଟେରାନ ଡିସ୍‌କସ୍‌ ଥ୍ରୋୟର ସୀମା ପୁନିଆ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ଜାତୀୟ ଆନ୍ତଃ-ରାଜ୍ୟ ଆଥ୍‌ଲେଟିକ୍ସ...

ବାସନ୍ଦ ହୋଇପାରନ୍ତି କୋହଲି

ନୂଆଦିଲ୍ଲୀ,୪।୭- ଏକ ରୋମାଞ୍ଚଭରା ମ୍ୟାଚ୍‌ରେ ଭାରତୀୟ ଦଳ ୨୮ ରନ୍‌ରେ ବାଂଲାଦେଶକୁ ହରାଇ ଚଳିତ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ବିଶ୍ୱକପ୍‌ ଜିତିବା...

୨ ମାସ ମଧ୍ୟରେ ଦ୍ୱିତୀୟଥର ଦ୍ୱିଶତକ ହାସଲ କଲେ ଏହି ମହାନ କ୍ରିକେଟରଙ୍କ ପୁଅ, ବୋଲିଂରେ ବି କଲେ କମାଲ

ଭାରତୀୟ କ୍ରିକେଟର ଦ ୱାଲ ଭାବେ ପ୍ରସିଦ୍ଧି ହାସଲ କରିଥିବା ରାହୁଲ ଦ୍ରାବିଡଙ୍କ ପୁଅ ସମିତ ମଧ୍ୟ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।...

ବିଦେଶୀ ଖେଳାଳିଙ୍କୁ ଆଶ୍ୱାସନା ଦେଲା ବିସିସିଆଇ: ତୁମ ସମସ୍ତଙ୍କୁ ଘରେ ପହଞ୍ଚାଇବା ଆମର ଦାୟିତ୍ୱ

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୧କୁ ନେଇ ଏବେ ଚିନ୍ତାରେ ପଡିଆଯାଇଛି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)। କରୋନା ଯୋଗୁ ଆଇପିଏଲ୍‌ରେ ଭାଗ ନେଉଥିବା ଅନେକ ବିଦେଶ...

Advertisement
Archives

Model This Week