Posted inଖେଳ

ବିଶ୍ୱକପ୍‌ରେ ପାକିସ୍ତାନର ପରାଜୟ ଧାରା ଜାରି

ଦୁବାଇ,୧୨।୧୧: ଗ୍ରୁପ ପର୍ଯ୍ୟାୟରେ ଭାରତକୁ ହରାଇଥିବା ପାକିସ୍ତାନର ବିଜୟ ରଥ ଚଳିତ ଟି୨୦ ବିଶ୍ୱକପ୍‌ର ସେମିଫାଇନାଲଟରେ ଅଟକିଛି। ଦ୍ୱିତୀୟ ସେମିଫାଇନାଲକୁ ୫ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନର ପରାଜୟ ରେକର୍ଡ ଜାରି ରହିଛି। ଟି୨୦ ହେଉ କି ଦିନିକିଆ ବିଶ୍ୱକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟରେ ପାକିସ୍ତାନ କାଦପି ଅଷ୍ଟ୍ରେଲିଆକୁ ହରାଇ ପାରି ନାହିଁ।

ଏଥିପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨୦୧୫ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପାକିସ୍ତାନକୁ ପରାଜୟ ମିଳିଥିଲା। ତା’ ପୂର୍ବରୁ ୨୦୧୦ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ମଧ୍ୟ ସମାନ ଫଳାଫଳ ଭୋଗିଥିଲା ପାକିସ୍ତାନ। ମୋଟ ଉପରେ ଆଇସିସି ଇଭେଣ୍ଟ ଇତିହାସରେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଦୁଇ ଦଳ ପରସ୍ପର ସହ ୪ ମ୍ୟାଚ୍‌ ଖେଳିଛନ୍ତି। ପ୍ରତ୍ୟେକ ଥର ଅଷ୍ଟ୍ରେଲିଆ ହିଁ ବାଜି ମାରିଛି। ପ୍ରଥମ ଥର ୧୯୯୯ ଦିନିକିଆ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିଥିଲେ ଦୁଇ ଦଳ। ସେଥର ମଧ୍ୟ ପାକିସ୍ତାନ ହାତରୁ ବିଶ୍ୱକପ୍‌ ଛଡ଼ାଇ ନେଇଥିଲା ଅଷ୍ଟ୍ରେଲିଆ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁରୋପିଆନ ମାଷ୍ଟର୍ସ ଗେମ୍ସ: ଇଟାଲୀ ଯିବେ ପାର୍ବତୀ

କଟକ ଅଫିସ,୨୪ା୭-ଓଡ଼ିଶା କ୍ରୀଡ଼ା ଜଗତର ଡିସ୍‌କସ୍‌ ରାଣୀ ଭାବେ ପରିଚିତ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବୁଧବାର ଇଟାଲୀ ଯାତ୍ରା କରିବେ । ଇଟାଲୀର ଟୋରିନୋ...

କୋଚ୍‌ଙ୍କ ଉପସ୍ଥିତି ସାଥୀ ଖେଳାଳିଙ୍କ ବେକ ଟାଣିଲେ ସିରାଜ୍‌, ଆଉ ତା’ପରେ

ଚେନ୍ନାଇ,୯।୨:ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଚତୁର୍ଥ ଦିନରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଭାରତୀୟ...

ଚହଲଙ୍କ ପାଇଁ ପୁଣି ପଡିଆକୁ ଫେରିବେ ଯୁବରାଜ ସିଂ, ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ପାଇଁ ପ୍ରଥମେ...

ବିଜୟ ସୁନିଶ୍ଚିତ ଦେଖି ଉତ୍ସବ ମନାଇବା ଅନୁଚିତ

କ୍ରୀଡ଼ାରେ ବିଜୟ ସୁନିଶ୍ଚିତ ଦେଖି ଉତ୍ସବ କିମ୍ବା ସେଲିବ୍ରେଶନ କରିବା କଦାପି ଉଚିତ ନୁହେଁ। ଏହା ମହଙ୍ଗା ପଡ଼ିପାରେ। ଟ୍ରେନିଙ୍କୁ ଏ ସମ୍ପର୍କରେ ଅବଗତ କରାଇବା...

ରିଷଭ ପନ୍ତଙ୍କ ପିଲାଳିଆମି ଯାଉନି

ରାଜକୋଟ,୮।୧୧- ନିଜର ଶଟ୍‌ ଚୟନ ନେଇ ସର୍ବଦା ସମାଲୋଚନାର ସମ୍ମୁଖୀନ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ...

ଅନ୍ତିମ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୧୯।୧(ପି.ଟି.)- ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ ରବିବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ସିରିଜ ୧-୧...

’ଧୋନୀଙ୍କୁ ୭ନଂରେ ଛାଡ଼ିବା ନିଷ୍ପତ୍ତି ଏକା ମୋର ନ ଥିଲା‘

ମୁମ୍ବାଇ,୨।୮- ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କୁ ୭ ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନେଇ ଚାଲିଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ଥମି ନାହିଁ।...

ବିସିସିଆଇ ଏବେ ସିଏଫ୍‌ଓ ନିଯୁକ୍ତି କରିବନି

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ...

Advertisement


Archives

Model This Week