ତାଲିବାନ ଦଖଲ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ସକ୍ରିୟ, ଜାତିସଂଘ ରିପୋର୍ଟ…

ଜେନେଭା/କାବୁଲ, ୩୦।୫ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଇ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେଠାରେ ସେମାନେ ପ୍ରଶିକ୍ଷଣ ଶିବିର ଚଳାଉଛନ୍ତି ଏବଂ ଶାସକ ତାଲିବାନ ସହିତ ମଲ ସମ୍ପର୍କ ସ୍ଥାପନ କରିଛନ୍ତି। ମିଳିତ ଜାତିସଂଘର ମନିଟରିଂ ଗ୍ରୁପର ଆଫଗାନିସ୍ତାନ ଉପରେ ହୋଇଥିବା ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତୀୟ ଉପମହାଦେଶରେ ଅଲ କାଏଦାର ୧୮୦ ରୁ ୪୦୦ ସଦସ୍ୟ ସକ୍ରିୟ ଅଛନ୍ତି। ସେମାନେ ବାଂଲାଦେଶ, ଭାରତ, ମ୍ୟାନ୍‌ମାର, ପାକିସ୍ତାନ ନାଗରିକ ଏବଂ ଆଫଗାନିସ୍ତାନରେ ବେଶ୍‌ ସକ୍ରିୟ ରହିଛନ୍ତି।

ଆଫଗାନିସ୍ତାର ଗଜନୀ, ହେଲମନ୍ଦ, କନ୍ଧାହାର, ନିମରୁଜ୍‌, ପତିକା, ଜାବୁଲ ଆଦି ପ୍ରଦେଶରେ ଅଲ୍‌ କାଏଦା ଅଧିକ ସକ୍ରିୟ ରହିଛନ୍ତି। ଏଥିସହ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ଆଫଗାନିସ୍ତାନ ଶାସନ ଅଧୀନରେ ଅଲ-କାଏଦା ଅଧିକ ସ୍ବାଧୀନ ଭାବେ କାର୍ଯ୍ୟ କରୁଛି। ତେବେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଅଭାବରୁ ଆସନ୍ତା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆଫଗାନିସ୍ତାନ ବାହାରେ ଲ୍‌ କାଏଦା ପକ୍ଷରୁ ଆକ୍ରମଣ କିମ୍ବା ପ୍ରତ୍ୟକ୍ଷ ଆକ୍ରମଣ କରିବା ସମ୍ଭବ ନୁହେଁ।

ଏହି ରିପୋର୍ଟରେ ଦର୍ଶାଯାଇଛି ନଙ୍ଗରହରରେ ଜୈଶ୍‌ର ଆଠଟି ତାଲିମ ଶିବିର ରହିଛି। ସେଥିମଧ୍ୟରୁ ତିନୋଟି ସିଧାସଳଖ ତାଲିବାନ ଅଧୀନରେ ଅଛି। ସେହିପରି କୁନାର ଏବଂ ନାଙ୍ଗରହାରରେ ଲଶ୍କରର ତିନୋଟି ଶିବିର ରହିଛି ଏବଂ ତାଲିବାନ କାର୍ଯ୍ୟକଳାପକୁ ଅର୍ଥ ଏବଂ ତାଲିମ ପ୍ରଦାନ କରା ଯାଉଛି। ଜାନୁୟାରୀ ୨୦୨୨ରେ ଜାତିସଂଘ ସଦସ୍ୟ ରାଷ୍ଟ୍ରର ଏକ ପ୍ରତିନିଧୀ ଦଳ ନାଙ୍ଗରହାରର ହାସ୍କା ମେନା ଜିଲାର ଲଶ୍କର-ଇ-ତୋଏବା ଦ୍ୱାରା ବ୍ୟବହୃତ ଏକ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରିଥିଲେ।

ପାକିସ୍ତାନର ଡନ ଖବରକାଗଜ ଅନୁଯାୟୀ, ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନ-ପାକିସ୍ଥାନ ସୀମାରେ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଅଞ୍ଚଳରେ ୪,୦୦୦ ଆତଙ୍କବାଦୀ ରହିଛନ୍ତି। ସେଠାରେ ବିଦେଶୀ ଆତଙ୍କବାଦରମାନଙ୍କର ଏକ ବୃହତ ଦଳ ଗଠନ କରାଯାଇଛି। ଗତ ବର୍ଷ ଅଗଷ୍ଟରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଏହା ପାକିସ୍ତାନର ପ୍ରଥମ ରିପୋର୍ଟ। ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ପିସ୍‌ ଷ୍ଟଡିଜ ଦ୍ୱାରା ଆକଳନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ଚଳିତ ବର୍ଷ ଆତଙ୍କବାଦୀ ଗୋଷ୍ଠୀ ୪୬ ଟି ଆକ୍ରମଣ କରିଛନ୍ତି। ଏଥିରେ ୭୯ ଜଣଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାକେଟ୍‌ର ପ୍ରତ୍ୟେକ ସିଗାରେଟ୍‌ରେ ରହିବ ଓ୍ବାର୍ଣ୍ଣିଂ ଚେତାବନୀ

ଟୋରୋଣ୍ଟୋ(କାନାଡ଼ା): ତମାଖୁ, ସିଗାରେଟ, ଖଇନି ଆଦି ସେବନ କରିବା ଦ୍ୱାରା ଯକ୍ଷ୍ମା, କର୍କଟ ଭଳି ମାରାତ୍ମକ ରୋଗ ହୋଇଥାଏ। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ...

୧୧ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟାକଲା ଆଇଏସ୍‌

କାନୋ,୨୮ା୧୨: ଉତ୍ତର-ପୂର୍ବ ନାଇଜେରିଆରେ ଆଇଏସ୍‌ ଆତଙ୍କବାଦୀମାନେ ୧୧ ଜଣ ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିଛନ୍ତି। ଆଖିରେ କଳାପଟି ବନ୍ଧାଯାଇଥିବା ଏହି ଖ୍ରୀଷ୍ଟିଆନ୍‌ମାନଙ୍କୁ ଏକ ଅଜଣା ଜାଗାକୁ ନେଇ...

ରାମସହାୟ ପ୍ରସାଦ ଯାଦବ ହେଲେ ନେପାଳର ନୂତନ ଉପରାଷ୍ଟ୍ରପତି

କାଠମାଣ୍ଡୁ,୧୭।୩: ମାଡେସି ନେତା ରାମସହାୟ ପ୍ରସାଦ ଯାଦବ ନେପାଳର ନୂତନ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ନେପାଳର ନିର୍ବାଚନ ଆୟୋଗ ଏହା ଘୋଷଣା କରିଛନ୍ତି।...

ବର୍ଷକୁ ୪୪ ଘଣ୍ଟାର ନିଦ ହରାଉଛି ମଣିଷ, ମହିଳାଙ୍କଠାରେ ସମସ୍ୟା ଅଧିକ…

କୋପେନହେଗେନ୍‌, ୩୧।୫ : ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ସହିତ ଆମର ଶୋଇବା ସମୟ ହ୍ରାସ ପାଉଛି। ରାତିରେ ଉତ୍ତାପ ବୃଦ୍ଧି...

କରୋନା ମହାମାରୀକୁ ନେଇ ଟ୍ରମ୍ପଙ୍କ ଉପରେ ବର୍ଷିଲେ ଓବାମା

ୱାଶିଂଟନ,୨୨ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳକୁ ବେଳ ପାଖେଇ ଆସୁଥିବା ବେଳେ ପ୍ରାର୍ଥିମାନେ ପରସ୍ପର ଉପରେ ଆକ୍ରମଣ କରିବା ମୁଡ୍‌ରେ ଥିବା ଦେଖାଯାଇଛି ।...

ବ୍ରେକ୍‌ଜିଟ୍‌: ଡିଲ୍‌ ଡନ୍‌

ଲଣ୍ଡନ,୨୫ା୧୨:‘ଡିଲ୍‌ ଇଜ୍‌ ଡନ୍‌’। ୟୁରୋପୀୟ ସଂଘ (ଇୟୁ)ଠାରୁ ବ୍ରିଟେନ ଅଲଗା ହେବା ପରେ ଉଭୟ ପକ୍ଷ ମଧ୍ୟରେ ଶେଷରେ ‘ପୋଷ୍ଟ ବ୍ରେକ୍‌ଜିଟ୍‌ ଡିଲ୍‌’ ସମ୍ପନ୍ନ ହୋଇଛି।...

ପାକିସ୍ତାନକୁ ସହାୟତା ଦେଲା ଚାଇନା

ଇସଲାମାବାଦ୍‌,୨୨।୨: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ...

ସୋଲେଦାର ସହର ଦଖଲକଲା ରୁଷିଆ

କିଭ୍‌,୧୪।୧: ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ...

Advertisement
Archives

Model This Week