ପ୍ରଦୂଷଣ ବଳୟରେ ଶିଳ୍ପବିହୀନ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩୦ା୫: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ରାସାୟନିକ ପ୍ରଦୂଷଣ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ଜିଲାର ୭ ନଦୀ ଓ ୨୭ ନାଳର ପାଣି ଏବେ ମିଠା ଜହର ପାଲଟିଛି। ପାନୀୟ ଜଳ ସମେତ ଜିଲାର ବାୟୁମଣ୍ଡଳ ଏବେ ପ୍ରଦୂଷଣର ବଳୟ ମଧ୍ୟରେ ରହିଥିବା ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ଅଛି। ଜନସାଧାରଣଙ୍କ ସହ ଜଙ୍ଗଲ, ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଏଥିଯୋଗୁ ହନ୍ତସନ୍ତ ହେଉଛନ୍ତି। ପ୍ରଦୂଷଣକୁ ରୋକିବାକୁ ପ୍ରଶାସନିକ ଉଦ୍ୟମ କରାଯାଉନାହିଁ। ଏହା ବିରୋଧରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ମାମଲା ହେବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି, ପଡ଼ୋଶୀ ଜଗତ୍‌ସିଂହପୁର ଜିଲାର ୧୬ଟି ବୃହତ ଶିଳ୍ପ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକକୁ ଲାଗିଛି। ଶିଳ୍ପାଞ୍ଚଳରେ ଆମୋନିଆ, ନାଇଟ୍ରୋଜେନ, ହାଇଡ୍ରୋଜେନ, ସଲ୍‌ଫର ଡାଇଅକ୍ସାଇଡ, କ୍ଲୋରିନ ପରି ମାରାତ୍ମକ ଗ୍ୟାସ୍‌ ବ୍ୟବହାର ହେଉଛି। କଳକାରଖାନାରୁ ନିର୍ଗତ ମିଥାଇଲ ଆଇସୋସିଆନେଡ, କ୍ଲୋର ପ୍ରିକ୍ରିନ, କ୍ଲୋର ବେଞ୍ଜାଇକ ଆଦି ବର୍ଜ୍ୟ ରାସାୟନିକ ବସ୍ତୁକୁ ନିକଟସ୍ଥ ନଦୀନାଳକୁ ଛଡାଯାଉଛି। ଏହି ଗ୍ୟାସ୍‌ ଏବେ କେନ୍ଦ୍ରାପଡ଼ା ଜିଲାବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ବିପଦ ସାଜିଛି। ବିଷାକ୍ତ ଗ୍ୟାସ୍‌ ଫଳରେ ଚାଷ ଓ ଫସଲ ନଷ୍ଟ ହେଉଥିବା ବେଳେ ଚର୍ମରୋଗଠାରୁ ଆରମ୍ଭ କରି କ୍ୟାନ୍‌ସର ରୋଗର କାରଣ ସାଜିଛି। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟିଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଦୂଷଣ ରୋକିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ନିିଆଯାଉନାହିଁ। ଏ ନେଇ ଏକ ମାମଲା ଏନ୍‌ଜିଟିରେ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢୀ କହିଛନ୍ତି, ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୧୧ରେ କେନ୍ଦ୍ରାପଡ଼ା ଜିଲାରେ ଏକ ସର୍ଭେ କରିଥିଲା। ଭୂତଳ ଜଳକୁ ପରୀକ୍ଷା ପରେ ନାଇଟ୍ରେଟ, ଆଇରନ ଓ ଫ୍ଲୋରାଇଡ ଆବଶ୍ୟକତାଠାରୁ ବହୁ ପରିମାଣରେ ଜଳରେ ଥିବା ଜାଣିବାକୁ ପାଇଥିଲା। ୨୦୧୪ରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜିର ବି. ସି. ବେହେରା, ଭୁବନେଶ୍ୱରସ୍ଥିତ ଏମ୍‌ଆଇଟିଏସ୍‌ ସ୍କୁଲ ଅଫ୍‌ ବାୟୋଟେକ୍ନୋଲୋଜିର ଆର୍‌. ଆର୍‌. ମିଶ୍ର, ବେଙ୍ଗାଲୁରୁସ୍ଥିତ ଆଇଆର୍‌ଏସ୍‌ର ଏସ୍‌. କେ. ଦତ୍ତା ପ୍ରମୁଖ ଏକ ରିପୋର୍ଟ କରିଛନ୍ତି। ଏଥିରେ ବାୟୁ ପ୍ରଦୂଷଣ ସହ ଜଳ ମାତ୍ରାଧିକ ପ୍ରଦୂଷିତ ହୋଇଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ପଡୋଶୀ ୪ ଜିଲାର ଶିଳ୍ପକୁ ଦାୟୀ କରାଯାଇପାରେ। ବ୍ରାହ୍ମଣୀ ନଦୀରେ ତାଳଚେର ଜିଲାର ଶିଳ୍ପ ବର୍ଜ୍ୟବସ୍ତୁ ଛାଡୁଥିବା ବେଳେ ଏଥିରେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପ ସାମିଲ ହୋଇଛି। ସେହିପରି ମହାନଦୀର ଜଳକୁ କଟକ ଓ ଜଗତ୍‌ସିଂହପୁର ଜିଲାର ଶିଳ୍ପାଞ୍ଚଳ ନଷ୍ଟ କରୁଥିବା ବେଳେ ଧାମରା ବନ୍ଦର ମଧ୍ୟ ଏହି ଜିଲାର ପରିବେଶକୁ ନଷ୍ଟ କରୁଛି। ଏସବୁ ଶିଳ୍ପାଞ୍ଚଳ କେନ୍ଦ୍ରାପଡ଼ା ଜିଲାର ରାସ୍ତାକୁ ଉପଯୋଗ କରୁଥିବା ବେଳେ ରାସାୟନିକ ବିପର୍ଯ୍ୟୟ ପାଇଁ କୌଣସି ତପତ୍ରତା ନାହିଁ। ସେହିପରି ପଡୋଶୀ ଜିଲା କେନ୍ଦ୍ରାପଡ଼ାରେ ସିଏସ୍‌ଆର ଫଣ୍ଡ ବିନିଯୋଗ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ସୁବାଶିଷ ଷଡଙ୍ଗୀ କହିଛନ୍ତ, ଗତ ୨୦୨୧ରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ଦେଶର ୧୧୨ଟି ପ୍ରଦୂଷିତ ଅଞ୍ଚଳକୁ ଚିହ୍ନଟ କରିଛନ୍ତି। ଏଥିରେ ପାରାଦୀପ ବନ୍ଦର ୪୮ ତମ ସ୍ଥାନରେ ଅଛି। ପ୍ରଦୂଷଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ପଡିଛି। ଏପରିସ୍ଥିତି ଜାରି ରହିଲେ ଏହି ଅଭୟାରଣ୍ୟରେ ବହୁ ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ନିଶ୍ଚିହ୍ନ ହେବା ସହ ତଟକ୍ଷୟ ଦ୍ରୁତଗତିରେ ହେବ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବିଭାଗୀୟ ଅନୁଧ୍ୟାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ପରିବେଶ ବିଭାଗକୁ ଚିଠି ହୋଇଛି। ପ୍ରଦୂଷଣ କରୁଥିବା ପ୍ଲାଣ୍ଟଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri