Posted inଖେଳ

ପାକିସ୍ତାନ ପେସରଙ୍କ ବୋଲିଂ ଉପରେ ଉଠିଲା ପ୍ରଶ୍ନ

ମେଲବୋର୍ନ,୧୯।୧: ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ଖେଳିଥିବା ପାକିସ୍ତାନ ପେସର ମହମ୍ମଦ ହାସନେନଙ୍କ ବୋଲିଂ ଆକଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ଜଣେ ଅମ୍ପାୟର। ୨୧ ବର୍ଷୀୟ ହାସନେନ ଏବେ ସିଡ୍‌ନୀ ଥଣ୍ଡର ପାଇଁ ୫ ମ୍ୟାଚ୍‌ ଖେଳିବା ଚୁକ୍ତି ଶେଷ କରିଛନ୍ତି। କିନ୍ତୁ ତାଙ୍କୁ ଆଇସିସି ସ୍ବୀକୃତି ପ୍ରାପ୍ତ ବାୟାମେକାନିକ୍ସ ଲାବୋରେଟୋରୀରେ ପରୀକ୍ଷାରେ ସମ୍ମୁଖୀନ ହେବାକୁ ପଡ଼ିବ।

କାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଘଣ୍ଟା ପ୍ରତି ୧୫୫ କିମି ବେଗରେ ବୋଲିଂ କରି ହାସନେନ ଚର୍ଚ୍ଚାକୁ ଆସିଥିଲେ। ୨୦୧୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଏହି ପେସର ଏପର୍ଯ୍ୟନ୍ତ ୮ ଦିନିକିଆ ଓ ୧୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

ତାଙ୍କୁ ୧୯ ତାରିଖରେ ଅଷ୍ଟ୍ରେଲିଆରେ ବୋଲିଂ ଟେଷ୍ଟ ଦେବାର ଥିଲା। ମାତ୍ର ସେ ପାକିସ୍ତାନ ଫେରିଯାଇ ଥିବାରୁ ପରେ ପରୀକ୍ଷା କରାଯିବ। ଯଦି ଏଥିରେ ସେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସସ୍‌ପେଣ୍ଡ କରାଯିବ। ଏଥିଯୋଗୁ ୧୦ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ସୁପର ଲିଗ୍‌ରେ ହାସନେନଙ୍କ ଉପଲବ୍ଧତା ଉପରେ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଭାରତ ବାହାରକୁ ଯିବ: ଆବୁଧାବି, ଦୁବାଇ, ଶାରଜା, ମସ୍କଟରେ ମ୍ୟାଚ୍‌ ସମ୍ଭାବନା

ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି।...

ଉମେଶ ମେମୋରିଆଲ୍‌ ଚେସ୍‌:ରାଜେନ୍ଦ୍ର ଚାମ୍ପିୟନ, ରାଜେଶ ରନର୍ସଅପ୍‌

ଭୁବନେଶ୍ୱର, ୩୦।୭ (କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଉମେଶ ଚନ୍ଦ୍ର ମିଶ୍ର ମେମୋରିଆଲ୍‌ ଚେସ୍‌ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ...

କ୍ଷତିପୂରଣ ପାଇଁ ଇସିବିକୁ ଏଭଳି ପ୍ରସ୍ତାବ ଦେଲା ବିସିସିଆଇ

ମାଞ୍ଚେଷ୍ଟର,୧୩।୯: ଆଗାମୀ ବର୍ଷ ଜୁଲାଇରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବାର ଅଛି। ସେହି ସିରିଜ୍‌ରେ ଅତିରିକ୍ତ...

ଓଲି ରବିନସନଙ୍କ ଡାକରା

ସାଉଥାମ୍ପଟନ, ୯ା୮ (ପି.ଟି.)- ଅଗଷ୍ଟ ୧୩ରୁ ଏଜାସବାଓଲଠାରେ ହେବାକୁଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡର ରୁଦ୍ଧଦ୍ୱାର ଟ୍ରେନିଂ କ୍ୟାମ୍ପରେ ଯୋଗଦେବା...

ଚାଇନା ଜିତିଲା ନେସନ୍ସ କପ୍‌: ଆମେରିକା ୨ୟ,ଭାରତ ୫ମ

ମାନିଲା(ଫିଲିପାଇନ୍ସ),୧୨।୫- ଫିଡେ୍‌ ଚେସ୍‌ ପକ୍ଷରୁ ଆୟୋଜିତ ସର୍ବପ୍ରଥମ ଅନ୍‌ଲାଇନ୍‌ ନେସନ୍ସ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ଚାଇନା ଚାମ୍ପିୟନ ହୋଇଛି। ଚାଇନା ଓ ଆମେରିକା ମଧ୍ୟରେ ଅନୁଷ୍ଠିତ...

ସ୍ୟାଣ୍ଡେଲ୍‌କୁ ନେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍‌ ଭାଷ୍ୟକାର

ନୂଆଦିଲ୍ଲୀ, ୫।୧୦: ପୂର୍ବତନ କ୍ରିକେଟର୍‌ ତଥା ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍‌ ଭାଷ୍ୟକାର ମାରିନା ଇକ୍‌ବାଲ ଏବେ ନିଜ ହିଲ୍ସ ସ୍ୟାଣ୍ଡେଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ...

ପ୍ରତ୍ୟାବର୍ତ୍ତନରେ ସୁଶୀଲ ବିଫଳ

ନୂଆଦିଲ୍ଲୀ,୧୦।୮(ପି.ଟି.)- ଅଭିଜ୍ଞ ରେସଲର ଦୀର୍ଘ ଏକ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରି ବିଫଳତାର ସମ୍ମୁଖୀନ ହୋଇଛନ୍ତି। ବେଲାରୁଷର ମିନସ୍କଠାରେ ଅନୁଷ୍ଠିତ ମେଡଭେଡ ରେସଲିଂ ଟୁର୍ନାମେଣ୍ଟରେ ସେ...

ରଣ୍‌ଜୀ ଟ୍ରଫି: ସୌରାଷ୍ଟ୍ର-ବେଙ୍ଗଲ ଫାଇନାଲ

ରାଜକୋଟ, ୪।୩ (ପି.ଟି.): ଲଗାତର ୨ୟ ବର୍ଷ ଲାଗି ସୌରାଷ୍ଟ୍ର କ୍ରିକେଟ୍‌ ଦଳ ରଣ୍‌ଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛି। ସ୍ଥାନୀୟ...

Advertisement
Archives

Model This Week