ଭାରତ ସହିତ ଛିଡ଼ା ହୋଇଛି ପାକିସ୍ତାନ, କରୋନାକୁ ଦିଆଯିବ ଜବାବ: ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରିସ୍ଥଳେ ପାକିସ୍ତାନ ଭାରତ ସହିତ ଛିଡ଼ାହୋଇଛି। ପଡ଼ୋଶୀ ଦେଶରେ ଜାରି ରହିଥିବା ମହାମାରୀ ସଙ୍କଟର ମୁକାବିଲା ଲାଗି ଆମକୁ ମିଳିତ ଭାବେ ଲଢ଼େଇ କରିବାକୁ ପଡ଼ିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଟୁଇଟ୍‌ କରି କହିଛନ୍ତି। ମାନବତାର ଶତ୍ରୁ ପାଲଟିଥିବା କରୋନା ମହାମାରୀରୁ ଶୀଘ୍ର ଆକ୍ରାନ୍ତମାନେ ସୁସ୍ଥ ହେବା ଲାଗି ସେ ପ୍ରାର୍ଥନା କରିବା ପାଇଁ ଏବଂ କରୋନା ଉଚିତ ଜବାବ ଦେବାକୁ ଆହ୍ବାନ ଜଣାଇଛନ୍ତି। ସେହିପରି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମହମ୍ମୁଦ୍‌ କ୍ୟୁରେଶି ଟୁଇଟ୍‌ କରି କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ସମୟରେ ଭାରତ ଲୋକଙ୍କ ପାଖରେ ପାକିସ୍ତାନ ଛିଡ଼ା ହୋଇଛି। ଆକ୍ରାନ୍ତ ପରିବାରଙ୍କ ପ୍ରତି ପାକିସ୍ତାନ ସହାନୁଭୁତି ପ୍ରକଟ କରୁଛି। ସାର୍କ ଦେଶ ସମୂହଙ୍କ ସହିତ ମିଳିତ ଭାବେ ପାକିସ୍ତାନ କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା ସେ କହିଛନ୍ତି। ସେହିପରି ବହୁ ପାକିସ୍ତାନ ୟୁଜର ମଧ୍ୟ ଟୁଇଟ୍‌ କରି ଭାରତ ପ୍ରତି ନିଜର ସକାରାତ୍ମକ ମନୋଭାବ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ୍‌, ଟୁଇଟର ପରେ ଇନ୍‌ଷ୍ଟାଗ୍ରାମରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ମସ୍କୋ,୧୨।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍‌ବୁକ୍‌...

ଗାଈ ଆଲିଙ୍ଗନ ପାଇଁ ୨୦୦ ଡଲାର…

ଓ୍ବାଶିଂଟନ,୩୧।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସାମାଜିକ ଦୂରତା ଯୋଗୁ ପରସ୍ପର ମଧ୍ୟରେ ସାକ୍ଷାତ୍‌ ହେବା ସମ୍ଭବ ହେଉନାହିଁ। ଆମେରିକାରେ ଏବେ ଗାଈ...

ବଢ଼ିପାରେ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ସଂଖ୍ୟା: ଗୁଟେରସଙ୍କ ସୂଚନା…

ନ୍ୟୁୟର୍କ,୨୦।୧୨ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ଉପରେ ମଧ୍ୟ...

କରୋନାରେ ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ

ଭୁବନେଶ୍ୱର,୬।୫(ବ୍ୟୁରୋ): ଭୁବନେଶ୍ୱର ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କରୋନାରେ ଗୁରୁବାର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି।...

ଦାଢ଼ି ରଖିଥିବା-ପଗଡ଼ି ବାନ୍ଧିଥିବା ଶିଖ୍‌ଙ୍କୁ ଆମେରିକା ମେରାଇନ କର୍ପସରେ ଅନୁମତି…

ଓ୍ବାଶିଂଟନ,୨୪।୧୨ : ଆମେରିକାର ଏକ କୋର୍ଟ ନୌସେନାରେ ନିଯୁକ୍ତି ପାଇଥିବା ଶିଖମାନଙ୍କୁ ଦାଢ଼ି ରଖିବା ଏବଂ ପଗଡ଼ି ବାନ୍ଧିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ଅନୁମତି ଦେବା...

ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ବିଶ୍ୱନାଥ ଦେଲେ ୨୫୦ କୋଟି…

ଲଣ୍ଡନ,୨୬।୪ : ଲଣ୍ଡନରେ ବ୍ରିଟେନର ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଜଣେ ମୂଳ ଭାରତୀୟ କୋଟିପତି ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଏହି...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: କରୋନା ଯୋଗୁ ମୁଖ୍ୟମନ୍ତ୍ରୀ-ମନ୍ତ୍ରୀ-ବିଧାୟକଙ୍କ ୭୦%, ଅଫିସରଙ୍କ ୫୦% ଦରମା ସ୍ଥଗିତ

ଭୁବନେଶ୍ୱର,୩୧।୩(ବ୍ୟୁରୋ): କରୋନା ଏବଂ ଲକ୍‌ଡାଉନ୍‌ ପାଇଁ ବଡ଼ ବଡ଼ିଆମାନଙ୍କ ଦରମା କଟିବ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ୭୦% ଦରମା ସ୍ଥଗିତ ରହିବ। ଗ୍ରସ୍‌ ସାଲାରୀର ୭୦%...

ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ମନା, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୮।୧୧: ସାର୍ବଜନୀକ ଛଠ୍‌ ପୂଜା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପାର୍ବଣ ତୁଳନାରେ ବଞ୍ଚିରହିବା ଗୁରୁତ୍ୱପୂର୍ଣ୍ଣ। ବଞ୍ଚି...

Advertisement
Archives

Model This Week