ଅପହୃତ ଏଏସ୍‌ଆଇଙ୍କୁ ହତ୍ୟା କଲେ ମାଓବାଦୀ, ଅଟକାଇଲେ ଯାତ୍ରୀବାହୀ ଟ୍ରେନ୍‌; ଲଗାଇଲେ ପୋଷ୍ଟର

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଜଣେ ପୋଲିସ ଏଏସ୍‌ଆଇଙ୍କୁ ଅପହରଣର ତିନିଦିନ ପରେ ମାଓବାଦୀମାନେ ଶୁକ୍ରବାର ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି। ଡିଆରଜି ଯବାନ ଭାବେ କାର୍ଯ୍ୟ କରୁଥିବା ମୁରଲି ତାତି ଗତ ଛୁଟିରେ ନିଜ ଗଁା ବିଜାପୁର ଜିଲା ଗାଙ୍ଗଲୁର ଥାନା ପାଲନାଡ଼ାଗାଁକୁ ଯାଇଥିଲେ ା ଏହି ସମୟରେ ଗ୍ରାମ ନିକଟ ଅନ୍ୟ ଏକ ଗ୍ରାମର ମେଳାକୁ ଯାଇଥିଲେ। ସେଠାରୁ ୪ ମାଓବାଦୀ ତାଙ୍କୁ ଅପହରଣ କରି ନେଇ ଗତକାଲି ପ୍ରଜାକୋର୍ଟରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ପରେ ଏକ ଚିଠିରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି ଯେ, ମୁରଲି ତାତି ଜଣେ ଆଦିବାସୀ ହୋଇ ଆଦିବାସୀଙ୍କୁ ଶୋଷଣ କରିବା ସହ ମାଡ଼ ମାରୁଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଜଙ୍ଗଲ ମଧ୍ୟରେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ର ବଗି ଏବଂ ଇଞ୍ଜିନ ଅଲଗା କରିବା ସହ ଏକ ଯାତ୍ରୀ ବାହୀ ଟ୍ରେନ୍‌କୁ ବି ଅଟକାଇଥିଲେ। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ବଗି ଏବଂ ଇଞ୍ଜିନ୍‌ ସଂଯୋଗ କରିଥିଲେ। ରେଳ ବଗିରେ ମାଓବାଦୀମାନେ ଅପରେଶନ ପ୍ରହାର-୦୩କୁ ବିରୋଧ କରିବା ସହ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟର ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡଟେମରି ମଣ୍ଡିକୁ ଅଲଗା କରିବାକୁ ଦାବି

କୋକସରା,୨୨।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଚାରବାହାଲ ପ୍ୟାକ୍ସ ଅଧୀନରେ ଥିବା ମୋଟେର ମଣ୍ଡିରୁ ରଣମାଲ ପ୍ୟାକ୍ସର ବଡଟେମରି ମଣ୍ଡିକୁ ସମ୍ପୂର୍ଣ୍ଣ ଅଲଗା କରିବାକୁ...

ଖୁଣ୍ଟ ଅଛି, ବିଦ୍ୟୁତ୍‌ ନାହିଁ

ବଅଁରପାଳ, ୨୨ା୩(ଡି.ଏନ.ଏ.) – ବଅଁରପାଳ ବ୍ଲକ କନ୍ୟାବେଡା ତେଲିସାହି ଓ ଭୋଇ ସାହି ବାସିନ୍ଦାଙ୍କ ମୌଳିକ ସମସ୍ୟା ସୁଧାରୁନି ପ୍ରଶାସନ। ସାହିରେ ବିଜୁଳି, ପାନୀୟ, ସ୍ବାସ୍ଥ୍ୟ,...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଢ଼ିଝରଣ ଗ୍ରାମର ଜଣେ ଯୁବକ ରବିବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ...

ବର୍ଷାକୁ ନାହିଁ ଭରସା

ଅନୁଗୋଳ ଅଫିସ, ୩୦ା୭ କଥାରେ ଅଛି ଆଷାଢ଼-ଶ୍ରାବଣ, ମେଘ ବରଷେ ଘନ ଘନ। ଚାଷ ଓ ଚାଷୀ ପାଇଁ ଏହି ଦୁଇ ମାସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।...

ପରିବହନ ବିଭାଗ ପକ୍ଷରୁ ଘରୋଇ ବସ୍‌ ଯାଞ୍ଚ

ମାଲକାନଗିରି,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରବିବାର ଜିଲାରେ ଚଳାଚଳ କରୁଥିବା ବିଭିନ୍ନ ଘରୋଇ ବସ୍‌ଗୁଡିକ ଯାଞ୍ଚ କରାଯାଇଥିଲା। ବିଶେଷକରି ଗ୍ରୀଷ୍ମପ୍ରବାହ ସମୟରେ...

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା

ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍‌ ଡାଉନ ଯୋଗୁ କାମ ଧନ୍ଦା ଠପ୍‌ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର...

ବଜ୍ରପାତରେ ଗଲା ଯୁବତୀଙ୍କ ଜୀବନ

ଜୁନାଗଡ,୨୫।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ଥାନା ନ୍ତର୍ଗତ ଆଟିଗାଁରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତାଙ୍କ ନାମ ଶିବାନୀ ପଧାନ(୨୦)। ମିଳିଥିବା...

କଟକଣାରେ ଜୋରନ୍ଦା ମାଘ ମେଳା: ଏଥର ବି ଶ୍ରଦ୍ଧାଳୁଙ୍କୁ ମନା

ଢେଙ୍କାନାଳ ଅଫିସ, ୩୦।୧: ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାକୁ ଶ୍ରଦ୍ଧାଳଙ୍କୁ ମନା। ଏ ନେଇ ଜିଲା ପ୍ରଶାସନ କଟକଣା ଜାରି କରିିଛନ୍ତି। ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ୍ଣ...

Advertisement
Archives

Model This Week