ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ ଅଳିଆ ଆବର୍ଜନା ଉଠି ପାରୁନାହିଁ। ଏନେଇ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀ ଅନେକ ଥର ଅଭିଯୋଗ ଜଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆବର୍ଜନା ଜମି ଏତେ ବଢ଼ିଲାଣି ଯେ ତାହା ଘର ଭିତରକୁ ପଶିବାରେ ଲାଗିଛି। ଏହି ଅସୁବିଧାର ସ୍ଥାୟୀ ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

