Posted inଖେଳ

୨୦୧୦ ପରଠାରୁ ଇଂଲଣ୍ଡଠାରୁ ହାରିନାହିଁ ପାକିସ୍ତାନ

ମାଞ୍ଚେଷ୍ଟର, ୪।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଜୈବ-ସୁରକ୍ଷିତ ପରିବେଶରେ ବିନା ଦର୍ଶକରେ ସିରିଜର ପ୍ରଥମ ଟେଷ୍ଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ୨-୧ରେ ବିଜୟୀ ହୋଇଛି। ଘରୋଇ ଦଳ ସେହି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ଥିବାବେଳେ ପାକିସ୍ତାନ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ। ନିକଟ ଅତୀତରେ ଇଂଲଣ୍ଡ ମାଟିରେ ପାକିସ୍ତାନର ରେକର୍ଡ ବହୁତ ଭଲ ରହିଛି। ୨୦୧୦ ପରଠାରୁ ଇଂଲଣ୍ଡ ମାଟିରେ ପାକିସ୍ତାନ କେବେହେଲେ ଟେଷ୍ଟ ସିରିଜ ହାରିନାହିଁ। ଶେଷଥର ପାଇଁ ଦଳ ୨୦୧୦ରେ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୩ରେ ଇଂଲଣ୍ଡଠାରୁ ହାରିଥିଲା। ୨୦୧୧-୧୨ରେ ଏବଂ ୨୦୧୫-୧୬ରେ ଉଭୟ ଦେଶ ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ଯଥାକ୍ରମେ ୩-୦ ଓ ୨-୦ରେ ସିରିଜ ଜିତିଥିଲା। ୨୦୧୬ ଓ ୨୦୧୮ରେ ଇଂଲଣ୍ଡ ଗସ୍ତରେ ୨ ଥର ଆସିଥିବା ପାକିସ୍ତାନ ସିରିଜକୁ ଯଥାକ୍ରମେ ୨-୨ ଏବଂ ୧-୧ରେ ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଏଥର ମଧ୍ୟ ପାକିସ୍ତାନ ଜୋ ରୁଟ୍‌ଙ୍କ ଦଳକୁ ଅସୁବିଧାରେ ପକାଇବାର ଦକ୍ଷତା ରଖିଛି।
ଗତମାସରେ ଏଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ଟି ଟେଷ୍ଟ ବର୍ଷାଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଏଥର ପ୍ରଥମ ଦିବସରେ ବର୍ଷା ହେବାର ସମ୍ଭାବନା ଥିଲେ ହେଁ ପରେ ପାଗ ଶୁଖିଲା ରହିବା ପୂର୍ବାନୁମାନ କରାଯାଇଛି। ଓଲ୍ଡ ଟ୍ରାଫୋର୍ଡ ପିଚ୍‌ରୁ ଟର୍ନ ଏବଂ ବାଉନ୍ସ ମିଳୁଥିବାରୁ ଏବଂ ପାଗ ଶୁଖିଲା ରହିବା ଆଶା ଥିବାରୁ ପାକିସ୍ତାନ ୨ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକଥା ଚିନ୍ତା କରୁଥିବା ଏହାର କୋଚ୍‌ ମିସ୍‌ବା-ଉଲ୍‌-ହକ୍‌ ପ୍ରକାଶ କରିଛନ୍ତି। ମିସ୍‌ବାଙ୍କ କଥା ଅନୁସାରେ ଯଦି ପାକିସ୍ତାନ ୨ ସ୍ପିନରଙ୍କୁ ନେଇ ଖେଳେ ତେବେ ଚୂଡ଼ାନ୍ତ ଏକାଦଶରେ ହାରିସ ସୋହେଲଙ୍କୁ ସ୍ଥାନ ମିଳିବ ନାହିଁ। ଲେଗ୍‌ ସ୍ପିନର ଶାଦବ ଖାଁ ଦଳକୁ ଆସିବେ ଏବଂ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ଏ କ୍ଷେତ୍ରରେ ଉଇକେଟ କିପର ମହମ୍ମଦ ରିଜଓ୍ବାନ ୬ ନମ୍ବର ସ୍ଥାନକୁ ଉନ୍ନୀତ ହେବେ। ଓ୍ବାର୍ମଅପ୍‌ ମ୍ୟାଚରେ ସୋହେଲ ଖାଁ ୨ ଥର ୫ ଉଇକେଟ ନେଇଥିଲେ ହେଁ ପଡ଼ିଆ ବାହାରେ ବସିବା ସମ୍ଭାବନା ରହିଛି।
ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟରେ ବେନ୍‌ ଷ୍ଟୋକ୍ସ କେବଳ ବ୍ୟାଟିଂ କରିଥିଲେ। ଫଳରେ ଇଂଲଣ୍ଡ ୪ ପେସ୍‌ ଓ ଜଣେ ସ୍ପିନରଙ୍କୁ ନେଇ ଖେଳିଥିଲା। ମାତ୍ର ଏବେ ଷ୍ଟୋକ୍ସ ଫିଟ୍‌ ଥିବାରୁ ଘରୋଇ ଦଳ ୪ ବୋଲର ଏବଂ ଅଲରାଉଣ୍ଡରଭାବେ ଷ୍ଟୋକ୍ସଙ୍କୁ ବ୍ୟବହାର କରିବ। ଏ କ୍ଷେତ୍ରରେ ଜ୍ୟାକ କ୍ରଲି ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ପାଗକୁ ଦୃଷ୍ଟିରେ ରଖି ସ୍ପିନର ଡବ୍‌ ବେସ୍‌ ଖେଳିବା ସମ୍ଭାବନା ଥିବାରୁ ଇଂଲଣ୍ଡ ପାଇଁ ୩ ପେସର ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌ ଓ ଜୋଫ୍ରା ଆର୍ଚର ଫେଭରାଇଟ ରହିବେ। ତେବେ କ୍ରିସ୍‌ ଓ୍ବକ୍ସଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ସହଜ ହେବନାହିଁ।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜୋ ରୁଟ୍‌(ଅଧିନାୟକ), ରୋରି ବନର୍‌ସ, ଡୋମିନିକ୍‌ ସିବ୍‌ଲେ, ଜ୍ୟାକ କ୍ରଲି, ବେନ୍‌ ଷ୍ଟୋକ୍ସ, ଓଲି ପୋପ୍‌, ଜୋସ୍‌ ବଟଲର, ଡୋମିନିକ୍‌ ବେସ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ।
ସମ୍ଭାବ୍ୟ ପାକିସ୍ତାନ ଦଳ: ଆଝାର ଅଲୀ(ଅଧିନାୟକ), ଶାନ ମାସୁଦ, ଅବିଦ ଅଲୀ, ବାବର ଆଜମ, ଅସଦ ଶାଫିକ୍‌, ମହମ୍ମଦ ରିଜଓ୍ବାନ, ଶାଦବ ଖାଁ ୟାସିର ଶାହ, ମହମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦୀ, ନସିମ ଶାହ।
ମ୍ୟାଚ ଆରମ୍ଭ: ଅପରାହ୍ନ ୩ଟା ୩୦
ପ୍ରସାରଣ: ସୋନି ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?