Posted inଖେଳ

ଭାରତକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା ପାକିସ୍ତାନ

କେପ୍‌ଟାଉନ୍‌,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଭାରତ ସମ୍ମୁଖରେ ପାକିସ୍ତାନ ୧୫୦ ରନ ଲକ୍ଷ୍ୟ ରଖିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ୱିତୀୟ ଓଭରରେ ଦୀପ୍ତି ଶର୍ମା ଜାଭେରିଆ ଖାନଙ୍କ ଉଇକେଟ୍‌ ନେଇଥିଲେ। ପାଇଥିଲେ। ଜାଭେରିଆ ୬ ବଲରେ ଆଠ ରନ ସ୍କୋର କରିଥିଲେ। ଏହା ପରେ ମୁନିବା ଅଲି ଏବଂ ଅଧିନାୟକ ବିସମା ମାରୋଫ ଦ୍ୱିତୀୟ ଉଇକେଟ ପାଇଁ ୩୨ ରନ ଭାଗିଦାରୀ କରିଥିଲେ।
ବିସ୍‌ମା ଆୟେଶାଙ୍କ ସହ ପଞ୍ଚମ ଉଇକେଟ ପାଇଁ ୪୭ ବଲରେ ୮୧ ରନର ଅପରାଜିତ ଭାଗିଦାରୀ ଖେଳିଥିଲେ। ବିସ୍‌ମା ୫୫ ବଲରେ ୬୮ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୭ଟି ଚୌକା ମାରିଥିଲେ। ଏଥି ସହିତ ଆୟେଶା ୨୫ ବଲରେ ୪୩ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ସେ ଦୁଇଟି ଚୌକା ଓ ଦୁଇଟି ଛକା ମାରିଥିଲେ। ଶେଷ ପାଞ୍ଚ ଓଭରରେ ପାକିସ୍ତାନ ୫୮ ରନ ସଂଗ୍ରହ କରି କୌଣସି ଉଇକେଟ ହରାଇ ନଥିଲା। ଏହି ପରି ୨୦ ଓଭର ପରେ ପାକିସ୍ତାନ ଚାରି ଉଇକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା। ରାଧା ଯାଦବ ଭାରତ ପକ୍ଷରୁ ସର୍ବାଧିକ ଦୁଇଟି ଉଇକେଟ ନେଇଥିଲେ। ଏଥିସହିତ ପୂଜା ଭାଷ୍ଟ୍ରକର ଏବଂ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକାଥରକେ ପଦାର୍ପଣ କରିଥିବା ଦୁଇ ଭାରତୀୟ ଓପନର

ହାମିଲଟନ,୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ପାଇଁ ଦୁଇ ପଦାର୍ପଣକାରୀ ଖେଳାଳି ପୃଥ୍ବୀ ଶ’ ଓ ମୟଙ୍କ ଅଗ୍ରଓ୍ବାଲ ଓପନିଂ କରିଥିଲେ। ତେବେ...

ଇଂଲଣ୍ଡ ୪୯, ଓ୍ବେଷ୍ଟଇଣ୍ଡିଜ ୫୭

ମାଞ୍ଚେଷ୍ଟର, ୬।୭: କରୋନା ଭାଇରସ ସଂକ୍ରମଣ ଜନିତ ୩ ମାସର ବ୍ରେକ୍‌ ପରେ ଇଂଲଣ୍ଡରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୮ ତାରିଖରୁ...

ଜୋସୁଆଙ୍କ ହ୍ୟାଟ୍ରିକ୍‌

ଆଡିଲେଡ୍‌,୪ା୧୧: ଷଷ୍ଠ ବୋଲର ଭାବେ ଟି୨୦ ବିଶ୍ୱକପରେ ହ୍ୟାଟ୍ରିକ ନେଇଛନ୍ତି ଆୟର୍ଲାଣ୍ଡର ଜୋସୁଆ ଲିଟିଲ୍‌। ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ସୁପର-୧୨ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ...

ଗୋଲାପୀ ବଲ୍‌ରେ କାହିଁକି ଖେଳାଯାଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌

ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଦିନିକିଆ ଏବଂ ଟି-୨୦ ପରେ ବିରାଟ ସେନା ପରେ ଏବେ ଟେଷ୍ଟ ସିରିଜ୍‌ ଖେଲିବାକୁ ଯାଉଛି। ଡିସେମ୍ବର ୧୭ଠାରୁ...

ଫ୍ରେଞ୍ଚ୍‌ ଓପନ ଟେନିସ: ନାଡାଲ, ଫେଡରର ତୃତୀୟ ରାଉଣ୍ଡରେ

ପ୍ୟାରିସ, ୩୦।୫(ଏଏଫପି)- ସ୍ପେନର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରର ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।...

ଆଇପିଏଲ୍‌ରେ ସର୍ବାଧିକ ଛକା ମାରିଛନ୍ତି କ୍ରିସ୍‌ ଗେଲ୍‌; ଟପ୍‌-୫ରେ ୩ ଭାରତୀୟ

ନୂଆଦିଲ୍ଲୀ, ୩।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ।...

ମଲିକଙ୍କ ପଛରେ ଟିମ୍‌ ଇଣ୍ଡିଆ ପ୍ରଶଂସକ

ବଡ଼ଦିନ ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କରିଥିବା ଟୁଇଟ୍‌ ଯୋଗୁ ପୂର୍ବତନ ପାକିସ୍ତାନ ଅଧିନାୟକ ସୋଏବ ମଲିକଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ସେ ଭାରତ...

୧୩ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏହି କ୍ରିକେଟର: ପ୍ରଥମ ମ୍ୟାଚ୍‌ରେ କରିଥିଲେ ମାତ୍ର ୧୨ ରନ୍‌; ଏବେ…

ନୂଆଦିଲ୍ଲୀ,୧୮।୮: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। କୋହଲି ଶ୍ରୀଲଙ୍କା ବିପକ୍ଷରେ...

Advertisement
Archives

Model This Week