ଡକାୟତି ଯୋଜନା ପଣ୍ଡ, ବନ୍ଧା ହେଲେ ୪ ଯୁବକ

ବେଗୁନିଆପଡ଼ା,୧୨।୨(ଡି.ଏନ୍‌.ଏ.): ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ବେଗୁନିଆପଡ଼ା ଥାନା ପୋଲିସ। ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅଧୀନ ତିରିଡା ରାସ୍ତାର ପାଣିଟାଙ୍କି ନିକଟରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିଲେ। ସେତିକିବେଳେ ବେଗୁନିଆପଡ଼ା ପୋଲିସ ଚଢାଉ କରି ୪ଜଣ ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲା ଜାଖପୁରା ଦାସମଣିଆ ଗ୍ରାମର ସୁନୀଲ ପ୍ରଧାନ(୨୩), ବିଜୟ ପ୍ରଧାନ(୨୫), ସଞ୍ଜୟ ପ୍ରଧାନ(୨୩) ଓ ସୁନୀଲ ପ୍ରଧାନ(୩୩)। ଗିରଫ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର, ଦୁଇଟି ବାଇକ୍‌ ସମେତ ମଦ ବୋତଲ ଏବଂ ସିଗାରେଟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବୌଦ୍ଧ, ବରଗଡ଼, କଳିଙ୍ଗନଗର ଓ ସୋରଡ଼ା ଥାନାରେ ମାମଲା ରହିଛି। ପୋଲିସ ଏକ ମାମଲା (ନଂ.୪୩/୨୩) ରୁଜୁ କରି ଗିରଫ ଅଭିଯକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଗୁନିଆପଡ଼ା ଥାନା ଏସ୍‌ଆଇ ସଂଗ୍ରାମ ଦେଉରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଧସି ରାସ୍ତା ଅବରୋଧ

ଦଶମନ୍ତପୁର,୧୩ା୯ (ଡି.ଏନ. ଏ.):ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ଛକଠାରୁ ମୁର୍କାର ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଅଧିକଂଶ ସମୟ ମାଟି ଧସି ରାସ୍ତା ଅବରୋଧ ହେଉଛି।...

ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି:ପୁଣି ପଦଯାତ୍ରାରେ ଭୁବନେଶ୍ୱର ଯିବେ ସେବାୟତ

ବାରିପଦା ଅଫିସ,୨୬।୭- ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପ୍ରଦାନ ଲାଗି ଜିଲା ବ୍ୟାପୀ ଦାବି ଜୋର ଧରିଛି। ଜୁନ ୨୯ ତାରିଖରେ ବାରିପଦା ଜଗନ୍ନାଥ ମନ୍ଦିର...

ଭୋଟ୍‌କେନ୍ଦ୍ରରେ ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧୮।୧ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲ୍‌ରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ...

ପହଞ୍ଚିପାରୁନି ପ୍ରକଳ୍ପ ପାଣି

ବଇଣ୍ଡା,୯ା୭(ଡି.ଏନ.ଏ.) ଚାଷ ଜମିକୁ ମାଡ଼ିବ ପାହାଡ଼ ପାଣି। ବର୍ଷସାରା ଫସଲ ଫଳାଇବେ ଚାଷୀ। ଏହି ଉଦ୍ଦେଶ୍ୟ ନେଇ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜୟଗଡଠାରେ ପାହାଡରୁ...

ଆଜିଠୁ ଭିତରକନିକା ବନ୍ଦ

ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ...

ଟ୍ରାଫିକ ନିୟମ କଡ଼ାକଡ଼ି: ମୋହନା ପୋଲିସର ଯାନବାହନ ଯାଞ୍ଚ, ୩୯ ହଜାର ଜରିମାନା ଆଦାୟ

ଚନ୍ଦ୍ରଗିରି, ୭।୯(ଡି.ଏନ୍‌.ଏ.): ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି ।...

ଇଣ୍ଡିଆନ ରାଇସ କଂଗ୍ରେସର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

କଟକ ଅଫିସ,୧୧।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକରେ ପହଞ୍ଚି ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ...

ଭିକ୍ଷାବୃତ୍ତି ଛାଡ଼ିଲେ, ବିଧାୟକଙ୍କ ଗାଡ଼ିରେ ସ୍କୁଲ ଆସିଲେ

ଖଇରା,୧୭।୧୨(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ତୁଡିଗଡିଆ ତେନ୍ତୁଳିଆପଡା ଗ୍ରାମର ଏକ ପରିତ୍ୟକ୍ତ ଘରେ ଭିକ୍ଷାବୃତ୍ତି କରୁଥିବା ଚନ୍ଦନ ଶବରଙ୍କ ନାବାଳକ ପିଲାମାନେ ଶୁକ୍ରବାରଠାରୁ ମୁଖ୍ୟ...

Advertisement
Archives

Model This Week