Posted inଖେଳ

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ ଦଳକୁ ଭେଟିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ମଧ୍ୟରେ ଭାରତ ବିପକ୍ଷ ସମ୍ଭାବ୍ୟ ମ୍ୟାଚ୍‌କୁ ନେଇ ପାକିସ୍ତାନର ମୁଖ୍ୟ କୋଚ ମାଇକ ହେସନ ବଡ଼ ବୟାନ ଦେଇଛନ୍ତି।

ହେସନ କହିଛନ୍ତି, ଯଦି ଏସିଆନ ଗେମ୍ସରେ ଭାରତ ବିପକ୍ଷରେ ମ୍ୟାଚ ହୁଏ, ତେବେ ତାଙ୍କ ଦଳ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିବ। ତେବେ ଏହା ପୂର୍ବରୁ ପାକିସ୍ତାନର ଧ୍ୟାନ କ୍ୱାର୍ଟର ଫାଇନାଲ ଜିତିବା ଉପରେ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏସିଆନ ଗେମ୍ସରେ ଭାରତ ଓ ପାକିସ୍ତାନର ପୁରୁଷ କ୍ରିକେଟ ଦଳ ପୂର୍ବରୁ ପରସ୍ପର ବିପକ୍ଷରେ ଖେଳିନାହାନ୍ତି। ତେବେ ଏଥର ଉଭୟ ଦଳ ସେମିଫାଇନାଲରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ଭାରତ ମଧ୍ୟ ୨୮ ସେପ୍ଟେମ୍ବରରେ କ୍ୱାର୍ଟର ଫାଇନାଲ ଖେଳିବ। ଯଦି ଉଭୟ ଦଳ ନିଜ ନିଜ କ୍ୱାର୍ଟର ଫାଇନାଲ ଜିତନ୍ତି, ତେବେ ଅକ୍ଟୋବର ୧ରେ ଭାରତ-ପାକିସ୍ତାନ ମୁକାବିଲା ହୋଇପାରେ।

ହେସନ ଏସିଆ କପ୍‌ର ଉଦାହରଣ ଦେଇ କହିଛନ୍ତି ଯେ, ଭାରତ ବିପକ୍ଷରେ ମ୍ୟାଚ ହେଲେ ତାଙ୍କ ଦଳ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିବ। ପାକିସ୍ତାନର କ୍ୱାର୍ଟର ଫାଇନାଲ ମୁକାବିଲା ପୁଲ-ବିର ବିଜେତା ଦଳ ବିପକ୍ଷରେ ହେବ। ଏହି ପୁଲ୍‌ରେ ମାଲେସିଆ, ଓମାନ ଏବଂ ହଂକଂ ରହିଛନ୍ତି।

ହେସନ କହିଛନ୍ତି ଯେ, ସେ ଏବେଠାରୁ ଅଧିକ ଦୂରର କଥା ଚିନ୍ତା କରୁନାହାନ୍ତି। ପ୍ରଥମେ କ୍ୱାର୍ଟର ଫାଇନାଲ ଜିତିବା ତାଙ୍କ ଦଳର ଲକ୍ଷ୍ୟ। ଭିନ୍ନ ଭିନ୍ନ ପିଚ ଓ ପରିସ୍ଥିତି ଅନୁଯାୟୀ ଗତ ତିନି ଦିନ ଧରି ଖେଳାଳିମାନଙ୍କୁ ଅଭ୍ୟାସ କରାଯାଇଛି। ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ ଦଳର ଅଧିନାୟକ ଅଛନ୍ତି ସାହିବଜାଦା ଫରହାନ। ଏହି ପ୍ରତିଯୋଗିତା ଫରହାନଙ୍କ ପାଇଁ ଅଧିନାୟକତ୍ୱର ଅନୁଭବ ହାସଲ କରିବାର ଏକ ଭଲ ସୁଯୋଗ।

ତେବେ ଏସିଆନ ଗେମ୍ସରେ ଫରହାନଙ୍କ ଭୂମିକାକୁ ଆଧାର କରି ପାକିସ୍ତାନର ଭବିଷ୍ୟତ ଅଧିନାୟକତ୍ୱ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ବୋଲି ହେସନ ସ୍ପଷ୍ଟ କରିଛନ୍ତି। ଭବିଷ୍ୟତରେ ଅଧିନାୟକ କିଏ ହେବେ, ସେନେଇ ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଓ ଚୟନ କମିଟି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

ଅଲୋଡା ରେକର୍ଡ କଲେ ଅଭିଷେକ ଶର୍ମା: ଟି-୨୦ରେ ଓପନର ଭାବେ…

ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ…

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?