Posted inଖେଳ

ମା’ଙ୍କ ପାଇଁ ଚିନ୍ତାରେ ବାବର

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ଅପରାଜେୟ ଧାରା ଜାରି ରଖିଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ଏବେ ମାନସିକ ଚାପରେ ଅଛନ୍ତି। ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିଲା ବେଳେ ବାବରଙ୍କ ମା’ ଭେଣ୍ଟିଲେଟରରେ ଥିଲେ। ଏ ନେଇ ତାଙ୍କ ବାପା ଶନିବାର ସୂଚନା ଦେଇଛନ୍ତି।

ଭାରତ ପକ୍ଷରୁ ଧାର୍ଯ୍ୟ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ବାବର ୬୮ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ସାଥି ଓପନର ମହମ୍ମଦ ରିଜଓ୍ବାନଙ୍କ ଅପରାଜିତ ୭୯ ରନର ପାଳି ଯୋଗୁ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇ ଦେଇଥିଲା।

ବାବରଙ୍କ ବାପା ଆଜାମ ସିଦ୍ଦିକି ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଅତ୍ୟନ୍ତ ମାନସିକ ଚାପରେ ଥାଇ ବାବର ଚଳିତ ସପ୍ତାହରେ ୩ ମ୍ୟାଚ୍‌ ଖେଳିଥିଲେ। ମୋ ଦେଶ ପାଇଁ କିଛି ସତ୍ୟତା ଜାଣିବାର ସମୟ ଆସି ଯାଇଛି। ଯେଉଁ ଦିନ ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳାଯାଇଥିଲା, ସେହି ଦିନ ବାବରଙ୍କ ମା’ ଭେଣ୍ଟିଲିଟରରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିଷ୍ଣା ପୁନିଆଙ୍କୁ କରୋନା

ନୂଆଦିଲ୍ଲୀ, ୧୯ା୪(ପି.ଟି.)-ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ କ୍ରିଷ୍ଣା ପୁନିଆ କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ତାଙ୍କର ପଜିଟିଭ ଆସିଛି। ୪୩...

ଆଇପିଏଲ୍‌ : ପ୍ରସ୍ତୁତି ସମୀକ୍ଷା ପାଇଁ ଦୁବାଇରେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୦।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଦୁବାଇରେ ପହଞ୍ଚିଛନ୍ତି।...

ଏଏଆଇକୁ ବିଶ୍ୱ ତୀରନ୍ଦାଜୀର ଅନ୍ତିମ ଚେତାବନୀ

କୋଲକାତା,୧୯।୬- ଅନ୍ତର୍ଜାତୀୟ ତୀରନ୍ଦାଜୀ ସଂସ୍ଥା ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)କୁ ସଦସ୍ୟ ତାଲିକାରୁ ବାଦ୍‌ ଦେଇଛିି। ଗୋଟିଏ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା କରାଯାଉ...

ସପରିବାରେ ଯାଇପାରିବେନି ପାକିସ୍ତାନ ଖେଳାଳି

କରାଚୀ, ୧୬ା୬ (ପି.ଟି.)-ଇଂଲଣ୍ଡ ଟୁର୍‌ ବେଳେ ଖେଳାଳି ଓ ଅଫିସିଆଲମାନେ ସେମାନଙ୍କ ସାଥିରେ ପରିବାର ନେଇ ଯିବାକୁ ଅନୁମତି ଦେବ ନାହିଁ ପାକିସ୍ତାନ କ୍ରିକେଟ ବୋର୍ଡ...

ଆମେ ବେଶି କଥା କହୁନାହିଁ, ଶାନ୍ତ ଥାଉ: ଧୋନୀ

ଦୁବାଇ,୧୬।୧୦: ଏଠାରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଗତ...

ପଡ଼ିଆକୁ ଓହ୍ଲାଇଲେ ଧୋନୀ

କ୍ରିକେଟ ନୁହେଁ ଫୁଟ୍‌ବଲ ପଡ଼ିଆରେ ନଜର ଆସିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ଅବସରପ୍ରାପ୍ତ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ଜୁହୁ ସ୍ଥିତି ଫୁଟବଲ ଗ୍ରାଉଣ୍ଡରେ...

କୋଭିଡ-୧୯ ପ୍ରଭାବ: ୨୦୨୧ ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ା ୨୦୨୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ,୧।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ୨୦୨୧ରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ାକୁ ୨୦୨୩କୁ ଘୁଞ୍ଚାଇ...

ପାକିସ୍ତାନ ଦଳର ନେତୃତ୍ୱରେ ପରିବର୍ତ୍ତନ ଦରକାର: ଆର୍ଥର

କରାଚୀ,୫।୮(ପି.ଟି.)- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ କୋଚ୍‌ ମିକି ଆର୍ଥର। ଏଥିସହିତ ପିସିବି କ୍ରିକେଟ କମିଟିକୁ...

Advertisement
Archives

Model This Week