ସଂଖ୍ୟାଲଘୁଙ୍କ କ୍ରୋଧ, ସଚେତନତା ପାଇଁ ରାଲି ଆରମ୍ଭ, ୩୦ ମାର୍ଚ୍ଚରେ ବିରୋଧ ପ୍ରଦର୍ଶନ

କରାଚି,୧୪ ।୩: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସହ ଲଗାତାର ଜାରି ରହିଥିବା ଅପହରଣ, ଧର୍ମାନ୍ତରିକରଣ ଓ ନାବାଳିକାଙ୍କ ବିବାହ ମଧ୍ୟରେ ଏବେ ବିରୋଧର ସ୍ୱର ବଢିବାରେ ଲାଗିଛି । ଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଏହିଭଳି ଭାବେ ବୃଦ୍ଧି ପାଉଥିବା ଘଟଣା ବିରୋଧରେ ଚଳିତ ମାସ ଶେଷରେ ଏକ ରାଲି ବାହାର କରିବେ ଓ ସେଠାରେ ଥିବା ସିନ୍ଧ ବିଧାନସଭା ଭବନ ବାହାରେ ଏକତ୍ର ହୋଇ ବିରୋଧ ପ୍ରଦର୍ଶନ କରିବେ ।

ସିନ୍ଧ ଅଞ୍ଚଳରେ କିଛି ହିନ୍ଦୁ ସମ୍ପ୍ରଦାୟର ନେତାଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା ରାଲି ୩୦ ମାର୍ଚ୍ଚରେ ଦେଶର ସଂଖ୍ୟାଲଘୁଙ୍କ ଅଧିକାର ପାଇଁ କାମ କରୁଥିବା ସଙ୍ଗଠନ ପାକିସ୍ତାନ ଦାରାବର ଇନ୍ତେହାଦ(ପିଟିଆଇ) ବ୍ୟାନର ତଳେ ଆୟୋଜିତ ହୋଇଛି । ପିଟିଆଇର ଅଧ୍ୟକ୍ଷ ଫକିର ଶିବା କୁଚି କହିଛନ୍ତି, ଆମେ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକଙ୍କୁ ରାଲିରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରୁଛୁ । କାରଣ ସରକାର ଆମର ମହିଳା ଓ ଯୁବତୀଙ୍କୁ ଅପହରଣ, ଜବରଦସ୍ତ ଧର୍ମ ପରିବର୍ତ୍ତନ ଓ ଫର୍ଜି ବିବାହକୁ ନେଇ ଆଖି ବନ୍ଦ କରି ଦେଇଛନ୍ତି ।
ସେ କହିଛନ୍ତି ସଙ୍ଗଠନ ସଚେତନତା ସୃଷ୍ଟି କରିବାକୁ ସମଗ୍ର ଅଞ୍ଚଳରେ ରାଲି ବାହାର କରିବା ଆରମ୍ଭ କରିଦେଇଛି । ସେ କହିଛନ୍ତି, ଆମେ ଚାହୁଁଛୁ ଯେତେବେଳେ ଏହି ବିରୋଧୀ ରାଲି ୩୦ ମାର୍ଚ୍ଚରେ ଆୟୋଜନ କରାଯିବ, ସେତେବେଳେ ସମସ୍ତେ ଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ସାମ୍ନାକୁ ଆସୁଥିବା ପ୍ରସଙ୍ଗକୁ ଦେଖନ୍ତୁ । କୁଚି କହିଛନ୍ତି ତାଙ୍କର ଦାବି ହେଉଛି ଜବରଦସ୍ତ ଧର୍ମ ପରିବର୍ତ୍ତନ ଓ ବିବାହ ବିରୋଧରେ ସିନ୍ଧ ବିଧାନସଭାରେ ଅଟକି ରହିଥିବା ଏକ ବିଧେୟକକୁ ପାସ କରାଯାଉ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?