ବଡ଼ କାରନାମା ହାସଲ କଲା ପାକିସ୍ତାନ: ଚାଇନା ସହ ମିଶି…

ଇସଲାମାବାଦ୍‌,୩୧।୭: ଚାଇନା ସହାୟତାରେ ପାକିସ୍ତାନ ଏକ ବଡ଼ ସଫଳତା ହାସଲ କରିଛି। ଏହା ଏକ ରିମୋଟ ସେନ୍ସିଂ ସାଟେଲାଇଟ (PRSS-01) ଉତକ୍ଷେପଣ କରିଛି। ଏହାକୁ ଚାଇନାର ଜିଚାଙ୍ଗ ସାଟେଲାଇଟ ଲଞ୍ଚିଂ ସେଣ୍ଟର୍ରୁ ଉତକ୍ଷେପଣ କରାଯାଇଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ପ୍ରଦାନ କରିଛି। ମନ୍ତ୍ରଣାଳୟ କହିଛି ଯେ, ଏହି ସାଟେଲାଇଟ ସାହାଯ୍ୟରେ ଅନେକ ଅଞ୍ଚଳର ହାଇ-ରିଜୋଲ୍ୟୁସନ ଚିତ୍ର ୨୪ ଘଣ୍ଟା ଉପଲବ୍ଧ ହେବ। ଏହା ଚାିନା-ପାକିସ୍ତାନ ଅର୍ଥନୈତିକ କରିଡର୍‌ ଉପରେ ମଧ୍ୟ ନଜର ରଖିବ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ରିଲିଜ ମାଧ୍ୟମରେ କହିଛି, ପାକିସ୍ତାନ ମହାକାଶ ଜଗତରେ ଏକ ବଡ଼ ସଫଳତା ହାସଲ କରିଛି। ଚାଇନାର ଜିଚାଙ୍ଗ ସାଟେଲାଇଟ ଲଞ୍ଚିଂ ସେଣ୍ଟରରୁ ଏକ ରିମୋଟ ସେନ୍ସିଂ ସାଟେଲାଇଟ ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ ପାକିସ୍ତାନକୁ ୨୪ ଘଣ୍ଟା ଉଚ୍ଚ-ରିଜୋଲ୍ୟୁସନ ଇମେଜ ପ୍ରଦାନ କରିବ। ଏହା ସହରାଞ୍ଚଳ ଯୋଜନା, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା, କୃଷି ତଦାରଖ, ଖାଦ୍ୟ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ଜଳ ସମ୍ପଦ ପରିଚାଳନା ଭଳି କ୍ଷେତ୍ରଗୁଡ଼ିକ ଉପରେ ନଜର ରଖିବାରେ ସାହାଯ୍ୟ କରିବ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନର ଜାତୀୟ ମହାକାଶ ସଂସ୍ଥା SUPARCO ଚାଇନାର CETC ଏବଂ MICROSAT ସହଯୋଗରେ ଏହାକୁ ଉତକ୍ଷେପଣ କରିଛି। ଏହି ସଫଳତା ସହିତ, ପାକିସ୍ତାନ ମହାକାଶ କ୍ଷେତ୍ରରେ ନିଜର ସ୍ଥିତିକୁ ମଜଭୁତ କରିଛି।

ପାକିସ୍ତାନ ଏବଂ ଚାଇନା ମଧ୍ୟରେ ଏପର୍ଯ୍ୟନ୍ତ ବହୁତ ଭଲ ସମ୍ପର୍କ ରହିଛି। ଚାଇନା ପାକିସ୍ତାନର ଅନେକ କ୍ଷେତ୍ରରେ ନିବେଶ କରିଛି। ଚାଇନା ପାକିସ୍ତାନର ସାଟେଲାଇଟ ଉତକ୍ଷେପଣ କରି ନିଜର ସହଭାଗୀତାକୁ ଆହୁରି ମଜଭତ କରିଛି। କୁହାଯାଏ ଯେ, ଭାରତର ଅପରେଶନ ସିନ୍ଦୁର ସମୟରେ ମଧ୍ୟ ଚାଇନା ପାକିସ୍ତାନକୁ ବହୁତ ସାହାଯ୍ୟ କରିଥିଲା।

ଚାଇନା ଏବଂ ପାକିସ୍ତାନ ମଧ୍ୟରେ CPEC ପ୍ରକଳ୍ପ ବଡ଼ ପରିମାଣରେ ଚାଲିଛି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଏକ ଆର୍ଥିକ ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପ, ଯାହା ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀର ଏକ ଅଂଶ। ଏହା ଚୀନ ର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)ର ଏକ ପ୍ରମୁଖ ଅଂଶ, ଯାହାର ଲକ୍ଷ୍ୟ ଆଞ୍ଚଳିକ ସଂଯୋଗୀକରଣ, ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ବୃଦ୍ଧି କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?