ପଞ୍ଚଭୂତରେ ବିଲୀନ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର

ଭୁବନେଶ୍ୱର,୨୫ା୯(ଅସମାପିକା ସାହୁ): ଚିତ୍ରକଳା ଜଗତ ପାଇଁ ସୋମବାର ହେଉଛି ଏକ ଦୁଃଖଦ ଦିବସ। ପଞ୍ଚମହାଭୂତରେ ଲୀନ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର। ସ୍ବାଧୀନତା ପୂର୍ବ ଅର୍ଥାତ୍‌ ୧୯୪୦ରେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲାରେ ଜନ୍ମଗ୍ରହଣ କରିଥିଲେ ପଦ୍ମନାଭ। ହାଇସ୍କୁଲ ଶିକ୍ଷା ଗ୍ରହଣ ପରେ ସରକାରୀ କାର୍ଯ୍ୟରେ ଯୋଗଦାନ କରିଥିଲେ। କିନ୍ତୁ ନିଜ ଭିତରେ ଥିବା ଚିତ୍ରକର ତାଙ୍କୁ ସରକାରୀ ଚାକିରିରେ ବାନ୍ଧି ରଖି ପାରି ନ ଥିଲା। ସେ ସରକାରୀ ଚାକିରିର ମୋହ ଭଙ୍ଗ କରି ଚିତ୍ରକଳା ଶିକ୍ଷା ଗ୍ରହଣ ପାଇଁ ଚାଲି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତି ନିକେତନ ଓ ପରେ ନିଜ ମାଟିକୁ ଫେରି ଆସି ଗଙ୍ଗାଧର ମହାବିଦ୍ୟାଳୟ ସମ୍ବଲପୁରରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଚିତ୍ରଶିଳ୍ପୀ ଭାବେ ଯୋଗଦେଇଥିଲେ। କର୍ମମୟ ଜୀବନର କିଛି ସମୟ ଅତବାହିତ ପରେ ନିଜ ଭିତର ଚିତ୍ରଶିଳ୍ପୀ ତାଙ୍କୁ ଆନ୍ଦୋଳିତ କରିଥିଲା। ସେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ‘ଚିତ୍ରଭୂମି’ ପ୍ରତିଷ୍ଠା କରିଥିଲେ। ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ଯଥା ୟୁଥ୍‌ଫୋରମ୍‌, ଭୂମିକା ବଲାଙ୍ଗୀର, ରୋଟାରୀ ସମ୍ବଲପୁର ଓ ଆହୁରି ଅନେକ ଯଥା ସୂଚନା ଭବନରେ ତାଙ୍କ ଏକକ ପ୍ରଦର୍ଶନୀ ‘ଅନ୍ଧାର ଆଲୁଅ’, ‘ମଧୁଶାଳା’ ଆଦି ବେଶ୍‌ ଆଦୃତ। ଶ୍ରୀ ମିଶ୍ର କେବଳ ଯେ, ଜଣେ ଚିତ୍ରଶିଳ୍ପୀ ନ ଥିଲେ ସେ ତବଲା ବାଦନରେ ସ୍ନାତକୋତ୍ତର ମଧ୍ୟ କରିଥିଲେ। ବହୁ ବର୍ଷ ଧରି ନିଜ ଏକମାତ୍ର ପୁତ୍ର ସିଦ୍ଧାର୍ଥଙ୍କ ସହ ଭୁବନେଶ୍ୱରରେ ରହୁଥିଲେ। ସେ ଏକ ଛୋଟ ଦୁର୍ଘଟଣାରେ ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ଆଜି ତାଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ମୃତ୍ୟଶଯ୍ୟା ନିକଟରେ ବନ୍ଧୁ ପରିଜନ ଉପସ୍ଥିତ ଥିବା ବେଳେ ଏକମାତ୍ର ପୁତ୍ର ସିଦ୍ଧାର୍ଥ ମୁଖାଗ୍ନୀ ଦେଇଥିଲେ। ଚିତ୍ରକଳା ଜଗତରେ ଏକ ଯୁଗର ଅବସାନ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri