ପଦ୍ମପୁର ଉପନିର୍ବାଚନ, ଆଜି ମତଦାନ

ବରଗଡ଼ ଅଫିସ୍‌/ପଦ୍ମପୁର,୫।୧୨(ଡି.ଏନ.ଏ):ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏହାପୂର୍ବରୁ ସକାଳ ସାଢେ ୫ଟାରେ ମକ୍‌ ପୋଲ୍‌ ଆରମ୍ଭ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ପଦ୍ମପୁର ବିଜ୍ଞାପିତ ପରିଷଦ ଅଞ୍ଚଳ(ଏନ୍‌ଏସି)ର ୧୩ ବୁଥ୍‌ (ଭୋଟ୍‌ଗ୍ରହଣ କେନ୍ଦ୍ର) ସମେତ ୩୧୯ ବୁଥ୍‌ରେ ଭୋଟଗ୍ରହଣ କରାଯିବ। ତେବେ ସ୍କୁଲର ନାମ ପରିବର୍ତ୍ତନ ଯୋଗୁ ସେଥିମଧ୍ୟରୁ ୩୦୬ ବୁଥ୍‌ର ନାମ ପରିବର୍ତ୍ତନ ହୋଇଛି । କିନ୍ତୁ ବୁଥ୍‌ଗୁଡିକର ସ୍ଥାନ (ଲୋକେଶନ) ବଦଳି ନାହିଁ। କେବଳ ବୁଥ୍‌ ନଂ-୨୪୧, ୨୪୩ ଏବଂ ୨୯୫ର ସ୍ଥାନ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ତାହା ପୂର୍ବ ବୁଥ୍‌ ନିକଟରେ ରହିଥିବା ସୂଚନା ଦିଆଯାଇଛି। ସମୁଦାୟ ବୁଥ୍‌ ମଧ୍ୟରୁ ୧୫ ଆଦର୍ଶ ବୁଥ୍‌ ଏବଂ ୬ ପିଙ୍କ୍‌ ବୁଥ୍‌ ରହିଛି। ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉକ୍ତ ନିର୍ବାଚନ ମଣ୍ଡଳୀରେ ୭୯ ବୁଥ୍‌କୁ ଅଧୀନ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି। ଫଳରେ ଏହି ବୁଥ୍‌ ସମେତ ୧୨୦ ବୁଥ୍‌ରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା ହୋଇଛି। ୬୬ ବୁଥ୍‌ରେ ସିସିଟିଭି ସଂଲଗ୍ନ କରାଯାଇଛି। ସେହିପରି ୯୧ ମାଇକ୍ରୋ ଅବଜର୍ଭରଙ୍କୁ ନିୟୋଜିତ କରାଯାଇଛି ଏବଂ ସେମାନେ ସମସ୍ତେ କେନ୍ଦ୍ର ସରକାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ହୋଇଥିବା ବେଳେ ସାଧାରଣ ପର୍ଯ୍ୟବେକ୍ଷଙ୍କ ତତ୍ତ୍ବାବଧାନରେ ଦାୟିତ୍ୱ ତୁଲାଉଛନ୍ତି। ମତଦାନ ସମୟରେ ଆଇନଶୃଙ୍ଖଳା ପ୍ରତି ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏଥିପାଇଁ ୨୦୬ ପୋଲିସ ଅଧିକାରୀ, ୨୧ପ୍ଲାଟୁନ ଆର୍ମସ୍‌ ଫୋର୍ସ, ୪୪୫ ହୋମ୍‌ଗାର୍ଡଙ୍କ ସମେତ ସମୁଦାୟ ୧୪୧୩ ପୋଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଏପିଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି ।
ମତଦାନ ଯେଭଳି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୨୭୬ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ପଦ୍ମପୁର ଆର୍‌ଏମ୍‌ସି ପରିସରରୁ ଇଭିଏମ୍‌ ଏବଂ ଅନ୍ୟ ସାମଗ୍ରୀ ଧରି ନିର୍ଦ୍ଧାରିତ ବୁଥ୍‌ଗୁଡ଼ିକରେ ପହଞ୍ଚତ୍ ସାରିଛନ୍ତି। ପ୍ରତି ବୁଥ୍‌ରେ ୪ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅତିରିକ୍ତ ୧୨୮ ପୋଲିଂ କର୍ମଚାରୀ ରହିଛନ୍ତି ଏବଂ କେଉଁଠି କିଛି ଅସୁବିଧା ହେଲେ ସେମାନେ ସେଠାକୁ ପହଞ୍ଚତ୍ ପୋଲିଂ ଦାୟିତ୍ୱ ନିର୍ବାହ କରିବେ। ସେହିପରି ସ୍ବତନ୍ତ୍ର ଇଭିଏମ୍‌ ମଧ୍ୟ ସୁରକ୍ଷିତ ରଖାଯାଇଛି। କୌଣସି ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଦେଖାଗଲେ ଅଧ ଘଣ୍ଟା ମଧ୍ୟରେ ସେଠାକୁ ଅନ୍ୟ ଇଭିଏମ୍‌ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷେ ମତାଦାନର ୪୮ଘଣ୍ଟା ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଥିବା ସବୁ ମଦ ଦୋକାନକୁ ସିଲ୍‌ କରାଯାଇଛି। ହୋଟେଲ, ବାର୍‌, ରେଷ୍ଟୁରାଣ୍ଟ, ଦୋକାନ ଏବଂ ଅନ୍ୟ ସ୍ଥାନରେ ମଦ ବିକ୍ରି କିମ୍ବା ବଣ୍ଟନକୁ ବାରଣ କରାଯାଇଛି। ସେହିପରି ମତଦାନ ବେଳେ ଏକ୍‌ଜିଟ୍‌ ପୋଲ୍‌ ଉପରେ ରୋକ୍‌ ଲଗାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri