ପଦ୍ମପୁର ଉପନିର୍ବାଚନ, ଆଜି ମତଦାନ

ବରଗଡ଼ ଅଫିସ୍‌/ପଦ୍ମପୁର,୫।୧୨(ଡି.ଏନ.ଏ):ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏହାପୂର୍ବରୁ ସକାଳ ସାଢେ ୫ଟାରେ ମକ୍‌ ପୋଲ୍‌ ଆରମ୍ଭ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ପଦ୍ମପୁର ବିଜ୍ଞାପିତ ପରିଷଦ ଅଞ୍ଚଳ(ଏନ୍‌ଏସି)ର ୧୩ ବୁଥ୍‌ (ଭୋଟ୍‌ଗ୍ରହଣ କେନ୍ଦ୍ର) ସମେତ ୩୧୯ ବୁଥ୍‌ରେ ଭୋଟଗ୍ରହଣ କରାଯିବ। ତେବେ ସ୍କୁଲର ନାମ ପରିବର୍ତ୍ତନ ଯୋଗୁ ସେଥିମଧ୍ୟରୁ ୩୦୬ ବୁଥ୍‌ର ନାମ ପରିବର୍ତ୍ତନ ହୋଇଛି । କିନ୍ତୁ ବୁଥ୍‌ଗୁଡିକର ସ୍ଥାନ (ଲୋକେଶନ) ବଦଳି ନାହିଁ। କେବଳ ବୁଥ୍‌ ନଂ-୨୪୧, ୨୪୩ ଏବଂ ୨୯୫ର ସ୍ଥାନ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ତାହା ପୂର୍ବ ବୁଥ୍‌ ନିକଟରେ ରହିଥିବା ସୂଚନା ଦିଆଯାଇଛି। ସମୁଦାୟ ବୁଥ୍‌ ମଧ୍ୟରୁ ୧୫ ଆଦର୍ଶ ବୁଥ୍‌ ଏବଂ ୬ ପିଙ୍କ୍‌ ବୁଥ୍‌ ରହିଛି। ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉକ୍ତ ନିର୍ବାଚନ ମଣ୍ଡଳୀରେ ୭୯ ବୁଥ୍‌କୁ ଅଧୀନ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି। ଫଳରେ ଏହି ବୁଥ୍‌ ସମେତ ୧୨୦ ବୁଥ୍‌ରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା ହୋଇଛି। ୬୬ ବୁଥ୍‌ରେ ସିସିଟିଭି ସଂଲଗ୍ନ କରାଯାଇଛି। ସେହିପରି ୯୧ ମାଇକ୍ରୋ ଅବଜର୍ଭରଙ୍କୁ ନିୟୋଜିତ କରାଯାଇଛି ଏବଂ ସେମାନେ ସମସ୍ତେ କେନ୍ଦ୍ର ସରକାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ହୋଇଥିବା ବେଳେ ସାଧାରଣ ପର୍ଯ୍ୟବେକ୍ଷଙ୍କ ତତ୍ତ୍ବାବଧାନରେ ଦାୟିତ୍ୱ ତୁଲାଉଛନ୍ତି। ମତଦାନ ସମୟରେ ଆଇନଶୃଙ୍ଖଳା ପ୍ରତି ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏଥିପାଇଁ ୨୦୬ ପୋଲିସ ଅଧିକାରୀ, ୨୧ପ୍ଲାଟୁନ ଆର୍ମସ୍‌ ଫୋର୍ସ, ୪୪୫ ହୋମ୍‌ଗାର୍ଡଙ୍କ ସମେତ ସମୁଦାୟ ୧୪୧୩ ପୋଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଏପିଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି ।
ମତଦାନ ଯେଭଳି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୨୭୬ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ପଦ୍ମପୁର ଆର୍‌ଏମ୍‌ସି ପରିସରରୁ ଇଭିଏମ୍‌ ଏବଂ ଅନ୍ୟ ସାମଗ୍ରୀ ଧରି ନିର୍ଦ୍ଧାରିତ ବୁଥ୍‌ଗୁଡ଼ିକରେ ପହଞ୍ଚତ୍ ସାରିଛନ୍ତି। ପ୍ରତି ବୁଥ୍‌ରେ ୪ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅତିରିକ୍ତ ୧୨୮ ପୋଲିଂ କର୍ମଚାରୀ ରହିଛନ୍ତି ଏବଂ କେଉଁଠି କିଛି ଅସୁବିଧା ହେଲେ ସେମାନେ ସେଠାକୁ ପହଞ୍ଚତ୍ ପୋଲିଂ ଦାୟିତ୍ୱ ନିର୍ବାହ କରିବେ। ସେହିପରି ସ୍ବତନ୍ତ୍ର ଇଭିଏମ୍‌ ମଧ୍ୟ ସୁରକ୍ଷିତ ରଖାଯାଇଛି। କୌଣସି ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଦେଖାଗଲେ ଅଧ ଘଣ୍ଟା ମଧ୍ୟରେ ସେଠାକୁ ଅନ୍ୟ ଇଭିଏମ୍‌ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷେ ମତାଦାନର ୪୮ଘଣ୍ଟା ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଥିବା ସବୁ ମଦ ଦୋକାନକୁ ସିଲ୍‌ କରାଯାଇଛି। ହୋଟେଲ, ବାର୍‌, ରେଷ୍ଟୁରାଣ୍ଟ, ଦୋକାନ ଏବଂ ଅନ୍ୟ ସ୍ଥାନରେ ମଦ ବିକ୍ରି କିମ୍ବା ବଣ୍ଟନକୁ ବାରଣ କରାଯାଇଛି। ସେହିପରି ମତଦାନ ବେଳେ ଏକ୍‌ଜିଟ୍‌ ପୋଲ୍‌ ଉପରେ ରୋକ୍‌ ଲଗାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?