ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ

ବାରିପଦା ଅଫିସ/ଚିତ୍ରଡ଼ା,୨୨ା୧୦(ଡି.ଏନ.ଏ.): କରୋନା କଟକଣା ନ ମାନି ଯାତ୍ରା ପରିବେଷଣ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ‘ଧର୍ତ୍ତୀ ସିର୍ଜନ’ ନାମକ ଏକ ଆଦିବାସୀ ଯାତ୍ରା ପାର୍ଟିର ମାଲିକଙ୍କୁ ଗିରଫ କରିବା ସହ ୬ ଆୟୋଜକଙ୍କ ନାମରେ ମାମଲା ରୁଜୁ କରିଛି। ଯାତ୍ରା ପାର୍ଟିର ସରଞ୍ଜାମ ବୋଝେଇ ଏକ ଟ୍ରକ୍‌ ମଧ୍ୟ ଜବତ ହୋଇଛି । ଗିରଫ ମାଲିକ ହେଲେ କରଞ୍ଜିଆ ଥାନା ଅଧୀନ ଖଡ଼ିକୁଦର ଗ୍ରାମର କରନ ମୁର୍ମୁ।

ମୋରଡା ଥାନା ଅଧୀନ ଖୁଣ୍ଟାପାଳ ଗ୍ରାମରେ ବୁଧବାର ରାତିରେ ବେଆଇନ ଭାବେ ଏକ ଆଦିବାସୀ ଯାତ୍ରା ଚାଲିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରା ପରିବେଷଣ ବନ୍ଦ ପାଇଁ କହିଥିଲା। ତେବେ କମିଟିର କର୍ମକର୍ତ୍ତା ଓ ଯାତ୍ରା ପାର୍ଟିର ମାଲିକ ପୋଲିସ କଥା ନ ଶୁଣି ଯୁକ୍ତିତର୍କ କରିଥିଲେ। ଅଧାରୁ ଯାତ୍ରା ବନ୍ଦ ହେବା ଶୁଣି ଦର୍ଶକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଯାତ୍ରାପାର୍ଟି ମାଲିକଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୬ ଆୟୋଜକଙ୍କ ସମେତ ଅନ୍ୟମାନଙ୍କ ନାମରେ ମାମଲା (ନଂ.୨୩୦/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଇଇ ଆଡଭାନ୍ସଡରେ ଓଡିଏମ୍‌ ବିଦ୍ୟାର୍ଥୀଙ୍କ କୃତିତ୍ୱ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ଆଇଆଇଟି ଦିଲ୍ଲୀ ଏବଂ ଜଏଣ୍ଟ ଆଡମିଶନ୍‌ ବୋର୍ଡ (ଜେ.ଏ.ବି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ଆଡଭାନ୍ସଡ-୨୦୨୦ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ପଟିଆସ୍ଥିତ...

ବ୍ରିଜ୍‌ରେ ଗାତ: ଯାତାୟାତରେ ସମସ୍ୟା

ସୋରଡା,୩।୧(ଡି.ଏନ.ଏ.): ଜାତୀୟ ରାଜପଥ ୫୯ ସୋରଡା ସହର ମଧ୍ୟକୁ ସଂଯୋଗ କରୁଥିବା ଜରଉ ବ୍ରିଜ୍‌ ପ୍ରାରମ୍ଭରେ ୭ ଫୁଟ ଲମ୍ବ ଓ ୨ ଫୁଟ ଓସାରରେ...

ସରକାରୀ ଚକ୍ରବୂ୍ୟହରେ ଫସିଛି ୧୪୦ ଗ୍ରାମାଞ୍ଚଳ ଆବାସିକ ପ୍ରକଳ୍ପ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ନିଜର ଘର ଖଣ୍ଡେ ହେବ। ଜୀବନର ଶେଷ ଯାଏ ସେହି ଘରେ ଆନନ୍ଦରେ କଟିବ। ଏମିତି ଆଶା ରଖି ଲୋକମାନେ ଜୀବନର ସମସ୍ତ ରୋଜଗାର ଘର...

ଇନ୍‌ଫୋସିଟି ଥାନାରେ ବୀରେନ୍ଦ୍ର ଲାକ୍ରାଙ୍କୁ ଜେରା

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ସୋମବାର ସନ୍ଧ୍ୟାରେ ହାଜର ହୋଇଛନ୍ତି ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା।...

ହାତ କାଟିଦେଲେ ନିଶାସକ୍ତ ଯୁବକ

କୁକୁଡ଼ାଖଣ୍ଡି,୨୫ା୭: ଗଞ୍ଜାମ ଜିଲା ନିମଖଣ୍ଡି ଫାଣ୍ଡି ଅଧୀନ ନିମଖଣ୍ଡି ଗ୍ରାମରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହାତ କାଟି ଦେଇଛନ୍ତି। ଯୁବକ ଜଣକ ଶନିବାର ରାତିରେ...

ଉତ୍ସବ ପରି ଉତ୍ସାହ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ...

ଆକ୍ରାନ୍ତ କଏଦୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଝାରପଡା ଜେଲ୍‌ରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଶତାଧିକ କଏଦୀ ଆକ୍ରାନ୍ତ ହୋଇଥିବାବେଳେ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ଜେଲ୍‌ ଆଇସୋଲେଶନ...

ଶୌଚ ହେବାକୁ ଯାଇ ଆଉ ଫେରିଲେନି ଢାବା କର୍ମଚାରୀ

ପାଟଣା,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କୋଲକାତା ଜାତୀୟ ରାଜପଥର ହାତିବାରୀ ନିକଟରେ ବୁଧବାର ଅଜଣା ଟ୍ରକ୍‌...

Advertisement
Archives

Model This Week