ଇସ୍ରାଏଲ ଉପରେ ରକେଟ୍ ମାଡ଼ କଲା ହେଜ୍‌ବୋଲ୍ଲା: ଏକାଧିକ ଆହତ, ଅନେକ ଗାଡି ନଷ୍ଟ

ନୂଆଦିଲ୍ଲୀ,୧୧।୧୧: ପୁଣି ଇସ୍ରାଏଲ ଉପରେ ରକେଟ୍ ମାଡ଼ କଲା ହେଜ୍‌ବୋଲ୍ଲା। ସୋମବାର ନର୍ଥନ ସିଟି ହାଇଫା ଆଡକୁ ୯୦ ରୁ ଅଧିକ ରକେଟ୍ ସହିତ ଇସ୍ରାଏଲ ଉପରେ ଏକ ନୂତନ ଷ୍ଟ୍ରାଇକ୍ କରିଛି ହେଜ୍‌ବୋଲ୍ଲା। ରିପୋର୍ଟ ଅନୁସାରେ ଏଥିରେ ପ୍ରାୟ ଚାରି ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ ଇସ୍ରାଏଲର ଡିଫେନ୍ସ ସିଷ୍ଟମ ଆଇରନ ଡୋମ୍ ଅନେକ ରକେଟକୁ ଅଟକାଇବାରେ ସଫଳ ହୋଇଥିଲା। କିନ୍ତୁ ଅନେକ ରକେଟ ହାଇଫା ଉପକୂଳ ଜନବସତି ଅଞ୍ଚଳରେ ପହଞ୍ଚିବାରେ ସକ୍ଷମ ହୋଇଥିଲା।

ଇସ୍ରାଏଲର ସେନା କହିଛି ଯେ, ଏହି ରକେଟ ଗୁଡିକ ଗାଲିଲେ ଅଞ୍ଚଳରେ ମାଡ଼ କରାଯଇଅଥିଲା। ସେଗୁଡିକ ମଧ୍ୟରୁ ଅନେକ ସେନାର ଡିଫେନ୍ସ ସିଷ୍ଟମ ଆକାଶରେ ଧ୍ୱଂସ କରିଦେଇଥିଲା, କିନ୍ତୁ କିଛି ରକେଟ କାର୍ମିଏଲ ଏବଂ ସ୍ଥାନୀୟ ଅଞ୍ଚଳରେ ପଡିଥିଲା।

ରକେଟ ପଡିବା ଏବଂ ଏହା ପରା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାର କିଛିକ୍ଷଣ ପରେ ଇସ୍ରାଏଲ ସେନା ଦାବିକରିଛି ଯେ, ଏକ ଡ୍ରୋନ୍ ଆକ୍ରମଣରେ ରକେଟ ମାଡ଼ ପାଇଁ ବ୍ୟବହାର ହୋଇଥିବା ଲଞ୍ଚରକୁ ଧ୍ବଂସ କରିଦିଆଯାଇଛି।

ତେବେ ଏହି ରକେଟ ମାଡ଼ ବହୁତ ବଡ ଅଟେ, କାରଣ ସେପ୍ଟେମ୍ବର ମାସରେ ପେଜର ଆକ୍ରମଣ ପଛରେ ହାତ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱୀକାର କରିବାର ଗୋଟିଏ ଦିନ ପରେ ଘଟିଛି। ଏହି ପେଜର ଆକ୍ରମଣରେ ଲେବନାନରେ ପ୍ରାୟ ୩୯ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୩୦୦୦ ରୁ ଅଧିକ ଲୋକେ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri