Posted inଜାତୀୟ

କୋଲକାତାରେ ମମତାଙ୍କ ଧାରଣା: ୮୦ ବିଧାୟକଙ୍କ ମଧ୍ୟରୁ ମାତ୍ର ଆସିଲେ ଏତିକି…

କୋଲକାତା,୩ା୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର ରାଜଧାନୀ କୋଲକାତାରେ ବିଶାଳ ଧାରଣାରେ ଯୋଗଦେଇଛନ୍ତି। ତାଙ୍କ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସମେତ ଦଳୀୟ ନେତାମାନଙ୍କ ଉପରେ ଭାଜପା ଆକ୍ରମଣ କରିବା ସହ ଧମକ ଦେଉଥିବା ଅଭିଯୋଗ କରି ମମତା ଲଢ଼ିବେ ନଚେତ ମରିବେ ବୋଲି ପ୍ରତିଜ୍ଞା କରିଛନ୍ତି। ଭାଜପାର ଆକ୍ରମଣ ପ୍ରତିବାଦରେ କେନ୍ଦ୍ରୀୟ କୋଲକାତାର ଏସ୍‌ପ୍ଲାନାଡେଠାରେ ମମତା ଧାରଣା ଦେଇଥିବାବେଳେ ଏଥିରେ ତାଙ୍କ ଦଳର ୮୦ ବିଧାୟକଙ୍କ ମଧ୍ୟରୁ ମାତ୍ର ୫ ଜଣ ଯୋଗ ଦେଇଥିଲେ। ସେମାନେ ହେଲେ ଶୋଭନଦେବ ଚଟ୍ଟୋପାଧ୍ୟାୟ, ମଦନ ମିତ୍ର, ନନ୍ୟା ବନ୍ଦୋପାଧ୍ୟାୟ, ଅଶୋକ ଦେବ ଏବଂ ଅସୀମା ପାତ୍ର। ସେହିପରି ଟିଏମ୍‌ସିର ୩ ଜଣ ଏମ୍‌ପି ଦୋଳ ସେନ୍‌, କଲ୍ୟାଣ ବାନାର୍ଜୀ ଏବଂ ଡେରେକ୍‌ ଓ’ବ୍ରାଏନ୍‌ ଧାରଣାସ୍ଥଳରେ ଉପସ୍ଥିତ ଥିବା ଦେଖାଯାଇଥିଲା।
ମମତା କହିଛନ୍ତି, ନିର୍ବାଚନରେ ଭାଜପା ଭୋଟ ଲୁଟ୍‌ କରିବା ପରେ ଏବେ ତୃଣମୂଳ କଂଗ୍ରେସକୁ ଭାଙ୍ଗିବା ପାଇଁ ଉଦ୍ୟମ ଚଳାଇଛି। ଏହି ଦଳକୁ କ୍ଷମତାରୁ ନ ହଟାଇବା ପର୍ଯ୍ୟନ୍ତ ମରିବେ ନାହିଁ ବୋଲି ୭୧ ବର୍ଷୀୟ ମମତା କହିଛନ୍ତି। ଧାରଣାରେ ମାତ୍ର ୫ ବିଧାୟକ ଓ ୩ ଜଣ ଏମ୍‌ପି ଉପସ୍ଥିତ ରହି ସମର୍ଥନ ଜଣାଇଥିବାରୁ ଭାଜପାଠାରୁ ପରାଜିତ ହେବା ପରେ ମମତା ଦଳକୁ ଏକାଠି ରଖିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି, ତାହାର ସ୍ପଷ୍ଟ ସଙ୍କେତ ମିଳୁଥିବା କୁହାଯାଇଛି। ଆଭ୍ୟନ୍ତରୀଣ ମତଭେଦ ଯୋଗୁ ଟିଏମ୍‌ସି ଭାଙ୍ଗିବା ସମ୍ଭାବନା ଦେଖାଦେଇଛି। ବିଶୃଙ୍ଖଳିତ କାର୍ଯ୍ୟ ଅଭିଯୋଗରେ ସୋମବାର ଦଳରୁ ବହିଷ୍କୃତ ହୋଇଥିବା ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ୍‌ ଶାହା ମଙ୍ଗଳବାର କୋଲକାତାର ଏମ୍‌ଏଲ୍‌ଏ ହୋଟେଲରେ କେତେଜଣ ଦଳୀୟ ବିଧାୟକଙ୍କୁ ଭେଟିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

୧୮ ପ୍ରକାର ଯୁଦ୍ଧ ବିମାନ ଉଡ଼ାଇଥିବା ଏୟାର ମାର୍ଶଲଙ୍କ କାନ୍ଧରେ ଏବେ ରାମ ମନ୍ଦିର ପରିଚାଳନା ଭାର: ଜାଣନ୍ତୁ କିଏ ଏହି…

ଅଯୋଧ୍ୟା,୨।୯: ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ କ୍ରମାଗତ ବୃଦ୍ଧି ପାଉଥିବା ଭିଡ଼ର ସୁପରିଚାଳନା ଏବଂ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳିତ କରିବା ପାଇଁ ଶ୍ରୀରାମ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri