ନକଲି ଭିଡିଓ ଭାଇରାଲ ମାମଲା: ଅପମାନିତ କରିଛି ଓଟିଭି

ଭୁବନେଶ୍ୱର/କେନ୍ଦୁଝର,୧୮ା୧୦(ବ୍ୟୁରୋ/ସ୍ବ.ପ୍ର.): ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦୁଝର ଲୋକ ସଭା ଆସନପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ନକଲି ଭିଡିଓ ଭାଇରାଲ କରାଯାଇଥିଲା। ଉକ୍ତ ଘଟଣାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ନେଇ କେନ୍ଦୁଝର ପୋଲିସ ଖୋଳତାଡ଼ କରୁଛି। ଅପରପକ୍ଷରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଏବଂ ତାଙ୍କ ସ୍ବାମୀ ତଥା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିଜର କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଅଭିଯୋଗ ଆଣିଛନ୍ତି। ଚନ୍ଦ୍ରାଣୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ମୋର ସମ୍ମାନହାନି କରିବା ସହ ମାନସିକ ଯନ୍ତ୍ରଣା ଦେବା ପାଇଁ ଓଟିଭିର ସାମ୍ବାଦିକ ଓ ଅନ୍ୟମାନେ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଉକ୍ତ ଘଟଣାରେ ପୋଲିସ ତଦନ୍ତ କରି ଓଟିଭି ସାମ୍ବାଦିକଙ୍କ ସମେତ ୫ଜଣଙ୍କୁ ଗିରଫ ମଧ୍ୟ କରିଛି। ଏହା ସତ୍ତ୍ୱେ ଓଟିଭିର ମାଲିକାଣୀ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ନିଜ କର୍ମଚାରୀଙ୍କୁ ବଞ୍ଚାଇବାକୁ ସଫେଇ ଦେଉଛନ୍ତି, ଯାହାକି ମୋ’ ଭଳି ଏକ ଆଦିବାସୀ ଝିଅର ସମ୍ମାନକୁ ଆଞ୍ଚ ପହଞ୍ଚାଇଛି। ଯଦି ମୋ ସ୍ଥାନରେ ନିଜ ଝିଅ ସହ ଏଭଳି ଘଟଣା ଘଟିଥାନ୍ତା, ତା’ହେଲେ ଓଟିଭି କର୍ତ୍ତୃପକ୍ଷ କ’ଣ ଏଭଳି କରିଥାନ୍ତେ ବୋଲି ଚନ୍ଦ୍ରାଣୀ ପ୍ରଶ୍ନ କରିଛନ୍ତି। ଏନେଇ ମୋତେ ନ୍ୟାୟ ଆବଶ୍ୟକ ବୋଲି ସେ କହିଛନ୍ତି। କେନ୍ଦୁଝର ଲୋକ ସଭା ଆସନରୁ ଚନ୍ଦ୍ରାଣୀ ବିଜୟୀ ହୋଇ ପାର୍ଲାମେଣ୍ଟର ସର୍ବକନିଷ୍ଠ ଏମ୍‌ପି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ପ୍ରତିଷ୍ଠା କ୍ଷୁଣ୍ଣ ଓ ନିର୍ବାଚନରେ ପରାଜିତ କରିବା ପାଇଁ ନିର୍ବାଚନ ପୂର୍ବରୁ ଏଭଳି ଏକ ହୀନ ଚକ୍ରାନ୍ତ କରାଯାଇଥିଲା। ହେଲେ ଲୋକମାନଙ୍କ ଆଶୀର୍ବାଦରୁ ସେ ବିଜୟୀ ହୋଇଛନ୍ତି ବୋଲି ଚନ୍ଦ୍ରାଣୀ କହିଛନ୍ତି।
ପ୍ରକାଶ ଯେ, ଚନ୍ଦ୍ରାଣୀଙ୍କ ନକଲି ଭିଡିଓ ଭାଇରାଲ ହେବା ପରେ କେନ୍ଦୁଝର ସଦର ଥାନାରେ ଏକ ମାମଲା(୧୦୬/୨୦୧୯) ରୁଜୁ ହୋଇଥିଲା। ତଦନ୍ତ ସମୟରେ ଓଟିଭିର ସାମ୍ବାଦିକ ସୀମାଞ୍ଚଳ ପାତ୍ରଙ୍କୁ ୨୦୧୯ ଏପ୍ରିଲ ୧୯ରେ ଗିରଫ କରାଯାଇଥିଲା। ଏପରିକି ଏହି ଘଟଣାରେ ଅନ୍ୟ ଜଣେ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ସହ ଅନ୍ୟ ୩ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ଓଟିଭି ସାମ୍ବାଦିକ ରମେଶଙ୍କ ପ୍ରରୋଚନାରେ ଏଭଳି କରାଯାଇଥିବା ପୋଲିସ ଜାଣିବା ପରେ ତାଙ୍କୁ ପଚରାଉଚରା ଜାରି ରଖିଛି। ଗତ ଗୁରୁବାର ରମେଶଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ରାତିରେ ଛାଡ଼ିଥିଲା। ଏଥିସହ ତାଙ୍କୁ ଆସନ୍ତା ୨୧ତାରିଖରେ କେନ୍ଦୁଝର ଥାନାରେ ହାଜର ହେବାକୁ ନୋଟିସ୍‌ କରିଛି। ଏନେଇ କେନ୍ଦୁଝର ଏସ୍‌ଡିପିଓ ପି.ଜେ. ଟପ୍ପୋଙ୍କୁ ପଚାରିବାରେ ଘଟଣାର ତଦନ୍ତ ପାଇଁ କେନ୍ଦୁଝର ପୋଲିସର ଏକ ଟିମ୍‌ ଭୁବନେଶ୍ୱର ଯାଇଥିଲା। ସେଠାରୁ ତଦନ୍ତ କରି ଫେରିଛନ୍ତି। ରମେଶ ୨୧ତାରିଖରେ ହାଜର ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଟପ୍ପୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri