ଯୁବ ବିଜେଡିର ସାଙ୍ଗଠନିକ ପୁନର୍ଗଠନ

ଭୁବନେଶ୍ବର, ୨୦ା୮(ବ୍ୟୁରୋ): ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ବିଭିନ୍ନ ପଦ ପଦବୀରେ ବହୁ ନେତାଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି। ଦଳ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାଏକ, ଶୁଭେନ୍ଦୁ ମଙ୍ଗରାଜ ଏବଂ ଧ୍ରୁତି ରଞ୍ଜନ ମାର୍ଥାଙ୍କୁ ନିଯୁକ୍ତି ମିଳିଛି। ଦଳ ମହାସଚିବ ଭାବେ ଏଲିନା ଦାସଙ୍କୁ ନିଯୁକ୍ତି ଦିଆଯାଇଛି।
ବରିଷ୍ଠ ଉପସଭାପତି ଭାବେ ୩ ଜଣ ଦାୟିତ୍ୱ ପାଇଥିବା ବେଳେ ୭ ଜୋନ୍‌ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସମ୍ପାଦକ, ୬୩ ସମ୍ପାଦକ ଏବଂ ୨୩ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି। ସେହିପରି ଦଳ ୩୫ଟି ସାଙ୍ଗଠନିକ ଜିଲାର ସଭାପତି ଏବଂ କେତେକ ସ୍ଥାନରେ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରିଛି।
ଦଳ ବରିଷ୍ଠ ଉପସଭାପତି ଭାବେ ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୁବାସ ଚନ୍ଦ୍ର ନାଏକ ଏବଂ ମଣ୍ଟୁ ନାୟକଙ୍କୁ ନିଯୁକ୍ତି ଦେଇଛି। ଭୁବନେଶ୍ୱର ଜୋନ୍‌ ସଭାପତି ଭାବେ ବିଜୟକେତନ ସାହୁ, କଟକରେ ସୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମରେ ନଚିକେତା ସ୍ବାଇଁ, ବଲାଙ୍ଗୀରରେ ମଣିନନ୍ଦ୍ରା ମହାନ୍ତି, ସମ୍ବଲପୁରରେ ଦେବାଶିଷ ପରିଡ଼ା, କୋରାପୁଟରେ ତାପସ ତ୍ରିପାଠୀ, ବାଲେଶ୍ୱରରେ ଜୟରାମ ଦାସଙ୍କୁ ଦାୟିତ୍ୱ ମିଳିଛି। ଉପସଭାପତି ଭାବେ ଛବି ମହଲ, ସୋଫିଆ ଆଲମ, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ସୁଭାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ତାରିଣୀ ପ୍ରସାଦ ନାଏକ, ଶୁଭ୍ରଜିତ ପାଢ଼ୀ, ସୁଜିତ ପ୍ରସାଦ ଦ୍ୱିବେଦୀ, ଦିଲୀପ ସେନାପତି, ମାନଭଞ୍ଜନ ବେହେରା, ମିହିର ରଞ୍ଜନ ପରିଡ଼ାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟପଟେ ସାଧାରଣ ସମ୍ପାଦକ ଭାବେ ଅମିତ ଅଗ୍ରଓ୍ବାଲ, ବିଷ୍ଣୁପ୍ରସାଦ ଡେଙ୍ଗ, ବାଣୀ କଲ୍ୟାଣ ମହାନ୍ତି, କନିଷ୍କ ଜେନା, ମଧୁସ୍ମିତା ପରିଡ଼ା, ମଧୁସ୍ମିତା ନାଏକ, ଅପର୍ଣ୍ଣା ଦାସ, ଲଗ୍ମଦୀପ ମିଶ୍ର, ସୋନାଲି ପ୍ରିୟଦର୍ଶିନୀ, ମହେକସିତା ମିଶ୍ର, ମଳୟ ରଞ୍ଜନ ପତି, ଆଶିଷ ରଞ୍ଜନ ମିଶ୍ର, ଅବିନାଶ କୁମାର ପ୍ରଧାନ, ରଶ୍ମି ରଞ୍ଜନ ଦାସ, ବାସୁଦେବ ଶାହା, ବିଭୂତି ପୁହାଣ, ଅଫ୍‌ତାବ ଆଲମ ଖାନ, ହୀରାଲାଲ ବେହେରା, ମନୋଜ ମହାନ୍ତି, ଶିବବ୍ରତ ଚମ୍ପତିରାୟ, ଅବ୍ୟକ୍ତ ହରିହର ଖାଡେଙ୍ଗା, ପାର୍ଥସାରଥି ମୁଦୁଲି, ଗଣେଶ ମହାପାତ୍ର, ଜଗତଜ୍ୟୋତି ପଟ୍ଟନାୟକ, ଅମିତ ମହାରାଣା, ରମେଶ ନାରାୟଣ ପ୍ରହରାଜ, ସତିଶ ବିଶି, ଅଞ୍ଜନ ବେଜ, ତ୍ରିଲୋଚନ ତରାଇ, ପ୍ରଦୀପ୍ତ ଭୂୟଁା, ତାପସ ପାଣିଗ୍ରାହୀ, ସୁବାସ ସ୍ବାଇଁ, ଅଂଶୁମାନ ରଶ୍ମି ସାଗର ସେଠୀ, ଦୀପକ ଜେନା, ପ୍ରିନ୍ସ ରାକେଶ ନାଏକ, ପ୍ରମୋଦ କୁମାର ପଣ୍ଡା, ଆଶିଷ କୁମାର ସାହୁ, ଅମରେନ୍ଦ୍ର ପ୍ରତାପ ସ୍ବାଇଁ, ଦେବାଶିଷ ମଲ୍ଲିକ, କୁମାର ଜଗତ ବଲ୍ଲଭ ମହାରଥ, ସତ୍ୟବ୍ରତ ମହାନ୍ତି, ପିଲାସ୍କି କୁମାର ସ୍ବାଇଁ, ଅନଓ୍ବର ଅଲ୍ଲୀ, ଚିତ୍ତରଞ୍ଜନ ଦାସ, ପୃଥ୍ବୀରାଜ ପଣ୍ଡା, ସତ୍ୟଜିତ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି।
ସେହିପରି ସମ୍ପାଦକ ଭାବେ ରାଜଲକ୍ଷ୍ମୀ ବେହେରା, ସବ୍‌ନମ ବେଗମ, ଶିବାନୀ ସାହୁ, ଆଦ୍ୟାପର୍ଣ୍ଣା ସୁବୁଦ୍ଧି, ଷ୍ଟାଲିନ ପରିଜା, ଦୀପକ ସାହୁ, ସୌମ୍ୟରଞ୍ଜନ ତ୍ରିପାଠୀ, ଜଗମୋହନ ବଳିଆରସିଂ, କମଳାକାନ୍ତ ନାଏକ, ଅମରେନ୍ଦ୍ର ହାସା, ସମାପ୍ତ କୁମାର ମହାନ୍ତି, ଇମ୍ରାନ ଖାନ, ଅଜିତ ଜୋଷୀ, ମୁକୁନ୍ଦ ଗୌଡ଼ଙ୍କ ସମେତ ମୋଟ ୬୩ ଜଣ ନିଯୁକ୍ତି ପାଇଛନ୍ତି।
ଯୁଗ୍ମ ସମ୍ପାଦକ ଭାବେ ଚନ୍ଦ୍ରକାନ୍ତ ପ୍ରଧାନ, ସୌମ୍ୟ ସାର୍ଥକ ରାୟ, ରଜନୀକାନ୍ତ ମହନ୍ତ, ଅମର କୁଆଁର, ଦେବୀପ୍ରସାଦ ଦାସ, ଚିନ୍ମୟ ସାହୁ, ଅଜୟ ଅମାତଙ୍କ ସମେତ ମୋଟ ୨୩ ଜଣ ନିଯୁକ୍ତ ହୋଇଛନ୍ତି। ଯାଜପୁର ଜିଲା ସଭାପତି ଭାବେ ପ୍ରତାପ ମହାନ୍ତି, ସୋନପୁରରେ ଅଶୋକ ନନ୍ଦ, କଳାହାଣ୍ଡି ଆଦିତ୍ୟ ନନ୍ଦ, କୋରାପୁଟ ଲଲତ ରଞ୍ଜନ ସେଠୀ, ସୁନ୍ଦରଗଡ଼ ଦେବେନ୍ଦ୍ର ପ୍ରସାଦ ମାଝି, ଝାରସୁଗୁଡ଼ା ପ୍ରଶାନ୍ତ କୁମାର ଜେନା, ଗଜପତି ଏସ୍‌. ଲିଙ୍ଗାରାଜୁ, ଭଦ୍ରକ ମୁକୁନ୍ଦଦେବ ସାମଲ, ମାଲକାନଗିରି ଆଦାମ ରବା, ଦେଓଗଡ଼ ପ୍ରତାପ କୁମାର ଦେବ, ଢେଙ୍କାନାଳ ଧର୍ମେନ୍ଦ୍ର ପରିଡ଼ା, ଅନୁଗୋଳ ଦିନେଶ ପ୍ରଧାନ, ଖୋର୍ଦ୍ଧା ରାଜେଶ କୁମାର ପରିଡ଼ା, ବୌଦ୍ଧ ମୃତ୍ୟୁଞ୍ଜୟ ମିଶ୍ର, ବଲାଙ୍ଗୀର ରାଜେନ୍ଦ୍ର ପ୍ରସାଦ ହୋତା, ନୂଆପଡ଼ା ହରିଶ ଚନ୍ଦ୍ର ପଣ୍ଡା, କେନ୍ଦୁଝର ରାକେଶ ରାମ, ପୁରୀ ନାରାୟଣ ସ୍ବାଇଁ, ନୟାଗଡ଼ ରମେଶ ଚନ୍ଦ୍ର ସାହୁ, ବରଗଡ଼ ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ବଲପୁର ଲକ୍ଷ୍ମୀପ୍ରସାଦ ମହାପାତ୍ର, କନ୍ଧମାଳ ବିଷ୍ଣୁଚରଣ ମଲ୍ଲିକ, ରାୟଗଡ଼ା ଦେବାଶିଷ ଖାଡେଙ୍ଗା, ନବରଙ୍ଗପୁର ଶିବାନନ୍ଦ ବିଶୋଇ, ଗଞ୍ଜାମ ଭବାନିକାନ୍ତ ସାହୁ, କେନ୍ଦ୍ରାପଡ଼ା ରାଜେଶ ଦାସ, ବାଲେଶ୍ୱର ତାପସ କୁମାର ପରିଡ଼ା, ଜଗତସିଂହପୁର ସୌମ୍ୟଜିତ ମହାପାତ୍ର, କଟକରେ ସ୍ମୃତିରଞ୍ଜନ ନାଏକ ସଭାପତି ଏବଂ ସିଦ୍ଧାର୍ଥ ରାଏଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ସେହିପରି ମୟୂରଭଞ୍ଜ-୧ରେ ଅରୁଣ ବରାଦ, ମୟୂରଭଞ୍ଜ-୨ରେ ଅଭିଶେଷ ପଟ୍ଟନାୟକ, ଭୁବନେଶ୍ୱରରେ ସମରେଶ ବେଉରା, କଟକ ନଗରରେ ସୌମ୍ୟଦୀପ ଘୋଷ ସଭାପତି ଏବଂ ଓ୍ବାଲିଦ ରଫିକ ପଟେଲ କାର୍ଯ୍ୟକାରୀ ସଭାପତି, ବ୍ରହ୍ମପୁର ସହରରେ ଅଜିତ କୁମାର ପଣ୍ଡା ଏବଂ ରାଉରକେଲାରେ ଅବିନାଶ ସୁମନ ବାଗେଙ୍କୁ ଯୁବ ଜନତା ଦଳ ସଭାପତି ଭାବେ ନିଯୁକ୍ତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?