ବିଲୁପ୍ତ ହୋଇଯିବ ମନ୍ତ୍ରୀପଡ଼ାର କଣ୍ଢେଇ ନାଚ

ଡେରାବିଶ,୨୦।୮ (ସ୍ବ.ପ୍ର.): ପ୍ରାଚୀନ ଲୋକକଳା ଓଡ଼ିଶାର ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି। ଏହି ଲୋକକଳା ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳର କଳା, ସଂସ୍କୃତି, ବୈଭବ ଓ ସାମାଜିକ ବ୍ୟବସ୍ଥାର ଏକ ସ୍ବତନ୍ତ୍ର ପରିଚୟ ସାରା ରାଜ୍ୟରେ ରହିଛି, ଯାହାକି ଆଗାମୀ ଯୁବ ପିଢ଼ିଙ୍କ ପାଇଁ ଏହି କଳା ଓ ସଂସ୍କୃତି ଏକ ପ୍ରେରଣାର ଉତ୍ସ ହୋଇ ରହିବ। ମାତ୍ର ପ୍ରୋତ୍ସାହନ ଅଭାବରୁ କେତେକ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ଲୋକକଳା ଯେପରି ନିଷ୍ପ୍ରଭ ହେବାକୁ ଯାଉଛି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡ଼ା କେଳାସାହିର ଲୋକକଳା କଣ୍ଢେଇ ନାଚ କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି।
ଲୋକଲୋଚନରୁ ଲିଭିଲିଭି ଯାଉଥିବା ପୌରାଣିକ କଥାବସ୍ତୁ ଏହି କଣ୍ଢେଇ ନାଚ ମାଧ୍ୟମରେ କଳାକାରମାନେ ପ୍ରଦର୍ଶିତ କରି ଡେରାବିଶ ବ୍ଲକ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକଙ୍କୁ ବହୁଳ ଭାବେ ଆକର୍ଷିତ କରିଥାନ୍ତି। ଦ୍ୱାପର ଯୁଗର ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ଲୀଳାର କିୟଦଂଶ ଢୋଲ କି ବାଦ୍ୟ ମାଧ୍ୟମରେ ସୁସଜ୍ଜିତ ରାଧାକୃଷ୍ଣଙ୍କ କାଠ ପିତୁଳାର କଣ୍ଢେଇ ନାଚ ‘ବାଟ ଛାଡ଼ ନାଗର ପାଣିକି, ଶାଶୁ ନଣନ୍ଦ କି ବୋଲି ଜାଣିକି’ ଗୀତ ମାଧ୍ୟମରେ ମନ୍ତ୍ରୀପଡ଼ାର କଣ୍ଢେଇ କଳାକାରମାନେ ଗ୍ରାମଠାରୁ ସହରଯାଏ ଲୋକାଦୃତ ହୋଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲା ଓ ରାଜ୍ୟରେ ଏହି ନାଚ ପ୍ରଦର୍ଶିତ କରି କଳାକାରମାନେ ସମ୍ମାନିତ ହୋଇଛନ୍ତି। ଏଥିସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବହୁ ପ୍ରଶଂସାପତ୍ର ସାଉଣ୍ଟିଛନ୍ତି ବୋଲି ଗଁାର କଳାକାର ଭରତ ସିଂ କହିଛନ୍ତି। ମନ୍ତ୍ରୀପଡ଼ା ଗ୍ରାମର ଏହି କେଳାସାହିରେ ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ କୌଳିକ ପରମ୍ପରା କଣ୍ଢେଇ ନାଚ ପରିବାରର ଏକମାତ୍ର ଆୟ ବୋଲି ଗଁାର ରଞ୍ଜନ ସିଂ କହିଛନ୍ତି ା ସକାଳୁ କାନ୍ଧରେ ଏକ ବାହୁଙ୍ଗି ପକାଇ ଝୁଲା ଭିତରେ ରାଧାକୃଷ୍ଣ ବେଶ ହୋଇଥିବା କାଠରେ ତିଆରି ପିତୁଳା ସହ ଆଉ ଏକ ଝୁଲାରେ ହାତ ତିଆରି ବିଭିନ୍ନ ସାମଗ୍ରୀ ସହ ଢୋଲକି ନେଇ ବିଭିନ୍ନ ଗ୍ରାମକୁ ଯାଇ କଣ୍ଢେଇ ନାଚ ପ୍ରଦର୍ଶନ କରୁ। ତେବେ ଦିନରେ ଆୟ ହେଉଥିବା ଅର୍ଥରେ ପରିବାର ପ୍ରତିପୋଷଣ କରୁଛୁ। ସେହିପରି ଗଁାର ମହିଳାମାନେ ତାଳପତ୍ରରେ ତିଆରି ଝୁମୁକା, ମାଟିରେ ତିଆରି ବେଙ୍ଗବାଜା ସହ ମହିଳାଙ୍କ ପାଇଁ ସିନ୍ଦୂର, ଶଙ୍ଖା ଇତ୍ୟାଦି ଏକ ଝୁଡ଼ିରେ ପୂରାଇ ବିଭିନ୍ନ ଗ୍ରାମକୁ ଯାଇ ଚାଉଳ, ଅର୍ଥ ଆଣିଥାନ୍ତି। ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ମହାମାରୀ କରୋନା ଯେପରି ଏହି କଳାକାରମାନଙ୍କ ଉପରେ ୨ ବର୍ଷ ହେବ ଦାଉ ସାଧିଥିଲା। ସରକାରଙ୍କ ପ୍ରୋତ୍ସାହନ ନ ଥିବା ବେଳେ କଣ୍ଢେଇ ନାଚ ପ୍ରଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି। ଏହି ବୃତ୍ତିକୁ ଆପଣେଇ ନେଇଥିବା କଳାକାରମାନେ ବହୁ ଦୁଃଖକଷ୍ଟରେ ଦିନ ବିତାଉଛନ୍ତି। କାମ ମିଳିଲେ ପରର ମୂଲ ଲାଗି ପରିବାରକୁ ପ୍ରତିପୋଷଣ କରିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଗ୍ରାମର ଅରୁଣ ସିଂ କହିଛନ୍ତି। ଗ୍ରାମର କଳାକାର ଭରତ ଅତି ଦୁଃଖରେ କହିଛନ୍ତି, ମନେ ପଡ଼ିଗଲେ ଘରେ ଥିବା ଗୋଟିଏ ଢୋଲକି ବଜାଇ ଘରେ ସାଇତି ଥିବା କଣ୍ଢେଇକୁ ନୃତ୍ୟ କରି ନିଜ ମନକୁ ଟିକିଏ ଆନନ୍ଦ ଦେବା ଛଡ଼ା ଆମ ପାଖରେ ଅନ୍ୟ ଉପାୟ ନାହିଁ। ମହାମାରୀ କରୋନାର ପ୍ରଭାବ ଏବେ ନାହିଁ। ମାତ୍ର ସରକାରଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମକୁ ଡକରା ମଧ୍ୟ ଆସୁନାହିଁ ବୋଲି ଭରତଙ୍କ ସମେତ ଅନ୍ୟ କଳାକାରମାନେ ପ୍ରକାଶ କରିଛନ୍ତି। ତେବେ ଏହି ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ କରାଗଲେ ବିଲୁପ୍ତ ହେବାକୁ ଯାଉଥିବା ଏହି ଲୋକକଳା ପୁଣି ଉଜ୍ଜୀବିତ ହୋଇପାରନ୍ତା ବୋଲି ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?