ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର ଆରମ୍ଭ ନ ହେବା, ଦୀର୍ଘ ସମୟ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବା ଏବଂ କେତେକ ଅଭିଯୋଗର ସମାଧାନ ନେଇ ଅନିଶ୍ଚିତତାକୁ ନେଇ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହିତ କୁନ୍ଦୁରା ବିଡିଓଙ୍କ ବିରୋଧରେ ସାମ୍ବାଦିକଙ୍କ ପ୍ରତି ଅସମ୍ମାନ ଓ ଦୁର୍ବ୍ୟବହାର ଅଭିଯୋଗ ଆଣିଛି ସ୍ଥାନୀୟ ସାମ୍ବାଦିକ ସଂଘ।

ସୂଚନାପତ୍ର ଅନୁଯାୟୀ, ଦିନ ୧୦ଟାରେ ଶିବିର ଆରମ୍ଭ ହେବାର ଥିଲା। ମାତ୍ର ଜିଲା ପ୍ରଶାସନର ଅଧିକାରୀମାନେ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ପରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ଗାଁ ଗହଳିରୁ ଶତାଧିକ ମହିଳା ଓ ପୁରୁଷ ନିଜ ନିଜ ସମସ୍ୟା ଜଣାଇବାକୁ ଆସି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଉଦୁଉଦିଆ ଖରାରେ ସକାଳ ୧୦ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ପ୍ରଶାସନର ଏପରି ମନୋଭାବକୁ କେତେକ ସାଧାରଣ ଲୋକ ଓ ଜନପ୍ରତିନିଧି ନାପସନ୍ଦ କରିଥିଲେ।

ମସିଗାଁ, ଘୁମର ଓ ଦିଗାପୁର ପଞ୍ଚାୟତରୁ ଶତାଧିକ ବୃଦ୍ଧବୃଦ୍ଧା ଭତ୍ତା ମିଳୁନଥିବା ସମସ୍ୟା ନେଇ ଅଭିଯୋଗ କରିବାକୁ ଶିବିରରେ ପହଞ୍ଚିଥିଲେ। ଅନ୍ୟପଟେ, କେରମେଟି ପଞ୍ଚାୟତ ଅନ୍ତର୍ଗତ ତୁମ୍ବାପଦର ଗ୍ରାମର ପ୍ରାୟ ୫୦ରୁ ଅଧିକ ପରିବାର ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ଗରା, ହାଣ୍ଡି ଓ ମାଠିଆ ଧରି କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସକାଳ ୧୦ଟାରୁ ଧାରଣାରେ ବସିଥିବା ଗ୍ରାମବାସୀଙ୍କ ସମସ୍ୟାକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଜିଲାପାଳ ଫେରିଯାଉଥିବା ସମୟରେ କେତେକ ସ୍ଥାନୀୟ ଜନପ୍ରତିନିଧି ତାଙ୍କୁ ଅଟକାଇ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଶିବିରରେ କୋଟପାଡ଼ ବ୍ଲକରୁ ଆସିଥିବା ଶତାଧିକ ଚାଷୀ ନାରାବାଜି କରି ବନ୍ୟା କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ସହାୟତା ରାଶି ପ୍ରଦାନ ଦାବିରେ ଦାବିପତ୍ର ଦେଇଥିଲେ। କୋରାପୁଟ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ମଧ୍ୟ ଶତାଧିକ ଚାଷୀ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ରାଶି ଯୋଗାଇଦେବାକୁ ଦାବି କରିଥିଲେ।

ଜନଶୁଣାଣି ଚାଲିଥିବା ସମୟରେ କେତେକ ବିଭାଗୀୟ ଅଧିକାରୀ ଶିବିରରୁ ବାହାରି ଚାଲିଯାଉଥିବା ଦେଖି ଉପସ୍ଥିତ ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆୟୋଜିତ ଜନଶୁଣାଣି ଯଦି ଏଭଳି ଢଙ୍ଗରେ ଚାଲେ, ତେବେ ଏହା କେବଳ ଏକ ପ୍ରହସନରେ ପରିଣତ ହେବ ବୋଲି ସେମାନେ କଟାକ୍ଷ କରିଥିଲେ।

ଅନ୍ୟପକ୍ଷରେ, ଜିଲାପାଳ ଶିବିରରେ ପହଞ୍ଚିବା ପରେ କୁନ୍ଦୁରା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଡିଓଙ୍କ ବିରୋଧରେ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା। ସାମ୍ବାଦିକଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ଓ ଦୁର୍ବ୍ୟବହାର କରାଯାଉଥିବା ସଂଘ ଅଭିଯୋଗ କରିବା ସହ ଏହାର ସମାଧାନ ଦାବି କରିଥିଲା।

କୁନ୍ଦୁରା ବିଡିଓଙ୍କ ମନମୁଖି କାର୍ଯ୍ୟ ଓ ସାମ୍ବାଦିକଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ଏବଂ ଏହି ପ୍ରସଙ୍ଗରେ ଜିଲାପାଳଙ୍କ ନିରବତାକୁ ନେଇ ସାଧାରଣ ଲୋକ ଓ ସାମ୍ବାଦିକ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ବିଡିଓ ସାମ୍ବାଦିକ ସଂଘ ସହ ଆଲୋଚନା କରି ସମସ୍ୟାର ସମାଧାନ ନ କଲେ, ରାଜ୍ୟ ସଂଘର ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ସଂଘ ଚେତାବନୀ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?