ମଙ୍ଗଳବାର ହାଟରେ ମିଳିବ ଜୈବିକ ଉତ୍ପାଦିତ ପରିବା

ସମ୍ବଲପୁର,୧୨ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ପଡ଼ିଆବାହାଲ ସାପ୍ତାହିକ ହାଟରେ ଏଣିକି ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ମିଳିବ। ଏଥିପାଇଁ ମଙ୍ଗଳବାର ଏକ ସ୍ବତନ୍ତ୍ର ବଜାରକୁ ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ଓଡ଼ିଶା ଜୀବିକା ମିଶନ ଓ ଫାଉଣ୍ଡେଶନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଜୈବିକ ଉତ୍ପାଦିତ ପନିପରିବା ବିକ୍ରୟ କରିବା ପାଇଁ ଏହି ହାଟ ଖୋଲାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ଜୀବିକା ମିଶନ ଡିପିଏମ୍‌ ଡ.ପୁଷ୍ପଶ୍ରୀ ନାୟକ ଯୋଗଦେଇ ଜୈବିକ ଉତ୍ପାଦିତ ଫସଲର ଉପକାରିତା ଓ ସ୍ବାସ୍ଥ୍ୟ ପାଇଁ କେତେ ଫଳପ୍ରଦ ସେ ସମ୍ପର୍କରେ ବୁଝାଇଥିଲେ।

ଏହି ଅବସରରେ ବାହାମ ପଞ୍ଚାୟତର ଜୟଦୁର୍ଗା ପାଠାଗାରରେ ଏକ ସଭା ଆୟୋଜିତ ହୋଇଥିଲା। ମାଷ୍ଟର ଟ୍ରେନର ଲୀନାରାଣୀ ସାହୁ ସଂଯୋଜନା କରିଥିଲେ। ସଭାରେ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ ବିଭିନ୍ନ ଗ୍ରାମରେ ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଫସଲ ପରିମାଣ ଓ କିସମର ତାଲିକା ପ୍ରଦାନ କରିଥିଲେ।

ଏଣିକି ପ୍ରତି ମଙ୍ଗଳବାର ସାପ୍ତାହିକ ହାଟରେ ଏହି ଜୈବିକ ଉତ୍ପାଦିତ ଫସଲ ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଫାଉଣ୍ଡେଶନ ଫର ଇକୋଲୋଜିକାଲ ସିକ୍ୟୁରିଟିର ସଂଯୋଜକ ସଞ୍ଜୀବ କୁମାର ସାହୁ, ଏମ୍‌ବିକେ ଦିପ୍ତି ରାଣୀ ପଣ୍ଡା ଓ ସାମାଜିକ କର୍ମୀ ଡା. ରାଜାରାମ ଷଡଙ୍ଗୀ ଅତିଥି ଭାବେ ଯୋଗଦେଇ ଜୈବିକ ଉତ୍ପାଦିତ ପନିପରିବା ଓ ଫସଲର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରି ହାଟ ଚାଲୁରଖିବାକୁ ପରାମର୍ଶ ଦେଇଥିଲେ।

ବଜାରରେ ବାହାମ, ଡଙ୍ଗରପଡା, ଘେନୁପାଲି, ନୂଆଁବରଙ୍ଗାମାଲ, ମେଘପାଳ ସହିତ ଜମନକିରା ବ୍ଲକର ଖରସନମାନ, ମୁଣ୍ଢେନପାଲି, ବଡରମା ପ୍ରଭୃତି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଜୈବିକ ପନିପରିବା ଯଥା ଆଳୁ, ପିଆଜ, ଶାଗ, ବାଇଗଣ, ଟମାଟୋ, ଭେଣ୍ଡି, କାକୁଡି, ଶିମ୍ବ, ଝୁଡ଼ଙ୍ଗ, ବୋଇତି କଖାରୁ ଇତ୍ୟାଦି ପନିପରିବା ବିକ୍ରି କରାଯାଇଥିଲା।

ଏହା ଦ୍ୱାରା ଅଞ୍ଚଳର ଚାଷୀମାନେ ବଜାର ସୁବିଧା ପାଇବା ସହ ଜୈବିକ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ। ବିଶେଷକରି ସ୍ଥାନୀୟ ପଞ୍ଚାୟତରେ ଜୈବିକ ଚାଷକୁ ଏହାଦ୍ୱାରା ପ୍ରୋତ୍ସାହନ ମିଳିପାରିବ। ମା’ ବୈଷ୍ଣବୀ ମହାସଂଘ ବାହାମ ଓ ଏସ୍‌ଏଚ୍‌ଜି ମହାସଂଘ ଡଙ୍ଗରପଡ଼ା ଦ୍ୱାରା ଏହି ବଜାର ଆରମ୍ଭ ହୋଇଛି। ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ ଅଧୀନରେ ଥିବା ଆଞ୍ଚଳିକ ମଞ୍ଚଗୁଡ଼ିକ ପାଳିକରି ଜୈବିକ ପନିପରିବା ବିକ୍ରି ଦାୟିତ୍ୱ ତୁଲାଇବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri