ଜୈବିକ ଖତକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟକୁ ରାସାୟନିକ ସାର ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବ୍ୟବହାର କମିବାରେ ଲାଗିଲାଣି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ମେଟ୍ରିକ ଟନ୍‌ ସାର ବ୍ୟବହାର ହ୍ରାସ ପାଇଥିବା ଜଣାଯାଇଛି। କୃଷିମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସାର ଯୋଗାଇବା ନେଇ ବହୁବାର ଅନୁରୋଧ କଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ମିଳିପାରୁ ନାହିଁ। ଏଥିଯୋଗୁ ରାଜ୍ୟରେ କୃଷି ଉତ୍ପାଦନ କେତେକାଂଶରେ ପ୍ରଭାବିତ ହେଉଛି। ଏପରି ସ୍ଥିତିରେ ରାଜ୍ୟ ସରକାର ଜୈବିକ ଖତ ପ୍ରୟୋଗକୁ ଅଧିକ ପ୍ରୋତ୍ସାହିତ କରିବା ଦରକାର। ସାର ଚାହିଦାକୁ ମେଣ୍ଟାଇବା ସକାଶେ ଜୈବିକ ଖତ ପ୍ରସ୍ତୁତି ଓ ଯୋଗାଣକୁ ବ୍ୟବସ୍ଥିତ କରାଯାଇପାରିଲେ କୃଷି ଉତ୍ପାଦନର ଅଭାବକୁ ପୂରଣ କରାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଓଡ଼ିଶାର ଚାଷୀମାନେ ୧୧,୫୨,୯୫୭ ମେଟ୍ରିକ ଟନ୍‌ ସାର ବ୍ୟବହାର କରିଥିବା ବେଳେ ୨୦୧୯-୨୦ ବର୍ଷରେ ଏହା ୧୧,୨୯,୦୫୯ ମେଟ୍ରିକ ଟନ୍‌କୁ ହ୍ରାସ ପାଇଥିଲା। ତେବେ ୨୦୨୦-୨୧ ଫେବୃୟାରୀ ଶେଷ ସୁଦ୍ଧା ଏହି ପରିମାଣ ୧୦ଲକ୍ଷ ୭୮ ହଜାର ମେଟ୍ରିକ ଟନ୍‌ରୁ ସାମାନ୍ୟ ଅଧିକ ରହିଥିଲା। କୃଷିଜାତ ଦ୍ରବ୍ୟ ଉତ୍ପାଦନରେ ଆଗୁଆ ଥିବା ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ କମ୍‌ ରାସାୟନିକ ସାର ବ୍ୟବହାର ହେଉଛି। ୨୦୧୧-୧୨ରେ ଓଡ଼ିଶାରେ ହେକ୍ଟର ପିଛା ୧୦୩.୭ କେଜି ସାର ବ୍ୟବହାର କରାଯାଉଥିବା ବେଳେ ୨୦୧୯-୨୦ରେ ୭୦.୬ କେଜିକୁ ଖସିଆସିଛି। ପଞ୍ଜାବ, ହରିୟାଣା, ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ପ୍ରତି ହେକ୍ଟର ପିଛା ପ୍ରାୟ ୧୧୩ କେଜିରୁ ୨୪୨ କେଜି ପର୍ଯ୍ୟନ୍ତ ରାସାୟନିକ ସାର ବ୍ୟବହାର ହେଉଛି। ଏଠାରେ ରାଜ୍ୟ ସରକାର ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ରାସାୟନିକ ସାର ବ୍ୟବହାର କମ୍‌ ନେଇ ଚାଷୀ ବଳରାମ ପରିଡ଼ା କହିଛନ୍ତି ଯେ, ସାରର ଅତ୍ୟଧିକ ଦର ବୃଦ୍ଧି ଓ ଠିକଣା ସମୟରେ ଉପଲବ୍ଧ ନ ହେବାରୁ ଚାହିଁଲେ ବି ଅଧିକ ସାର ବ୍ୟବହାର କରିହେଉ ନାହିଁ। ଓଡ଼ିଶାରେ ଅଧିକ ଭାବରେ ବ୍ୟବହାର ହେଉଥିବା ୟୁରିଆ ଓ ଡିଏପି ଭଳି ସାରର ଦର ବଢ଼ିଥିବା ବେଳେ ଠିକଣା ସମୟରେ ଏହା ମିଳୁନାହିଁ। ଶୁକ୍ରବାର ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଲ୍ୟାମ୍ପ୍ସରେ ସାର ନେବା ପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଯେତିକି ସାର ଆସୁଛି ତାହାକୁ ଚାଷୀମାନଙ୍କୁ ବାଣ୍ଟିି ଦିଆଯାଉଥିବାରୁ ସେମାନେ ଅଧିକ ଫସଲ ଅମଳ ପାଇଁ ଚାହିଁଲେ ବି ସାର ବ୍ୟବହାର କରିପାରୁ ନାହାନ୍ତି।

ଅପରପକ୍ଷରେ ଓଡ଼ିଶାରେ ଆଶାନୁରୂପ ଜୈବିକ ସାର ବ୍ୟବହାର ହୋଇପାରୁ ନାହିଁ। ୨୦୧୮-୧୯ ବର୍ଷରେ ରାସାୟନିକ ସାର ତୁଳନାରେ ରାଜ୍ୟରେ ମାତ୍ର ୦.୧୮ ପ୍ରତିଶତ ଜୈବିକ ସାର ବ୍ୟବହାର ହୋଇଥିଲା। ଏଥିରେ ୯୯୫ ମେଟ୍ରିକ ଟନ୍‌ କଠିନଗୁଣ୍ଡ ଜୈବିକ ସାର ଓ ୧,୧୩୮ କିଲୋଲିଟର ତରଳ ଜୈବିକ ସାର ଥିଲା। ସେହିଭଳି ୨୦୧୯ -୨୦ବର୍ଷରେ ଉଭୟ କଠିନ ଓ ତରଳ ଜୈବିକ ସାର ବ୍ୟବହାରର ପରିମାଣ ଯଥାକ୍ରମେ ୯୭୫ ଟନ୍‌ ଓ ୧,୭୧୯ କିଲୋଲିଟର ଥିଲା। ଏହା ରାସାୟନିକ ସାର ତୁଳନାରେ ମାତ୍ର ୦.୨୪ ପ୍ରତିଶତ ରହିଥିଲା। ୨୦୨୦-୨୧ବର୍ଷରେ ଯଦିଓ କଠିନ ଓ ତରଳ ଜୈବିକ ସାର ବ୍ୟବହାର ପରିମାଣ ବୃଦ୍ଧିପାଇ ଯଥାକ୍ରମେ ୧,୪୦୪ ଟନ୍‌ ଓ ୫,୮୯୮ କିଲୋଲିଟରରେ ପହଞ୍ଚିଛି, ତାହା ରାସାୟନିକ ସାର ତୁଳନାରେ ମାତ୍ର ୧ ପ୍ରତିଶତ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା କଥା ହେଲା ମାଟି ଏକ ସଜୀବ ପଦାର୍ଥ। ଏହାର ପୂର୍ଣ୍ଣ ଉର୍ବରତା ପାଇଁ ଯବକ୍ଷାରଜାନ, ଫସ୍‌ଫରସ, କ୍ୟାଲସିୟମ, ସଲ୍‌ଫର, ଲୌହ, ମାଙ୍ଗାନିଜ, ଜିଙ୍କ୍‌, ଗନ୍ଧକ, କପର, ମିଲିମିନିୟମ, କ୍ଲୋରିନ୍‌ର ଆବଶ୍ୟକତା ରହିଛି। ଗଛ ପାଇଁ ଏସବୁ ନିହାତି ଆବଶ୍ୟକ। ପୂର୍ଣ୍ଣ ପୌଷ୍ଟିକତା ଥିବା ମାଟିରୁ ଉତ୍ପାଦିତ ଶସ୍ୟ ଶରୀରର ସମସ୍ତ ଆବଶ୍ୟକତା ମେଣ୍ଟାଇଥାଏ। ପୂର୍ବକାଳରେ ଏସବୁ ଗୋବର ଖତ, ଧନିଚା ଚାଷ ଓ ଅନ୍ୟାନ୍ୟ ଜୈବିକ ଖତରୁ ମିଳିପାରୁ ଥିଲା। ସବୁଜ ବିପ୍ଳବ ଆରମ୍ଭ ହେବା ପରଠାରୁ ଅର୍ଥାତ୍‌ ୮୦ ଦଶକରୁ ଅଧିକ ଉତ୍ପାଦନ ପାଇଁ ଜମିବାଡ଼ିରେ ପ୍ରଚୁର ମାତ୍ରାରେ ରାସାୟନିକ ସାର ପ୍ରୟୋଗ ଚାଲିଛି। ଏହାର ଭୟାନକ ପ୍ରଭାବ ଏବେ ମାନବ ସ୍ବାସ୍ଥ୍ୟ ଉପରେ ପଡ଼ିଲାଣି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?