ମା’ ବୁଝୁନି ମମତା

ଅନୁଗୋଳ ଅଫିସ,୨୨ା୮: ମାତୃତ୍ୱର ଅର୍ଥ ବୁଝେ ମା’। ସେଥିପାଇଁ ସେ ସ୍ନେହମୟୀ। ମମତାମୟୀ। ପିଲାଟିଏ ତା’ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ। ସରଗର ସଜଫୁଟା ପାରିଜାତ। ହେଲେ ଅନେକ ପାରିଜାତ ଏବେ ମଧ୍ୟ ହେଉଛନ୍ତି ପରିତ୍ୟକ୍ତ। କେତେବେଳେ କେଉଁ ବୁଦା ମୂଳରେ ତ ପୁଣି କେବେ ଅଳିଆ ଗଦାରେ ପିଙ୍ଗାଯାଉଛନ୍ତି ଅଦରକାରୀ ସାମଗ୍ରୀ ଭାବେ। ଅନ୍ୟ କେହି ନୁହେଁ, କେତେଜଣ ହୃଦୟହୀନ ମା’ ହିଁ କରୁଛନ୍ତି ଏପରି ମମତାହୀନ କାର୍ଯ୍ୟ।

ଅନୁଗୋଳ ଜିଲାରେ ବଢ଼ୁଛି ଅଲୋଡ଼ା ନବଜାତକଙ୍କ ସଂଖ୍ୟା। ଅନେକ ସମୟରେ ସହର ଓ ଏହାର ଉପକଣ୍ଠ ଅଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଉଛି। ଏମାନଙ୍କ ମଧ୍ୟରେ କନ୍ୟାରତ୍ନଙ୍କ ସଂଖ୍ୟା ଅଧିକ ରହୁଛି। ଗତ ୫ ବର୍ଷ ମଧ୍ୟରେ ଶତାଧିକ ଶିଶୁ ଅଲୋଡ଼ା ହୋଇଥିବାବେଳେ ଅର୍ଦ୍ଧାଧିକ ମୃତ ଅବସ୍ଥାରେ ମିଳିଛନ୍ତି। ହେଲେ ୩୬ ଜଣ ନବଜାତକଙ୍କ ଜୀବନ ରକ୍ଷା ହୋଇପାରିଛି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ବିଭିନ୍ନ ରାସ୍ତା ପାର୍ଶ୍ୱରୁ ୨୨ ଜଣ ନବଜାତକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୧୩ ଜଣ କନ୍ୟା ରତ୍ନ ଥିବାବେଳେ ୯ ଜଣ ପୁତ୍ରସନ୍ତାନ ଅଛନ୍ତି। ଅନ୍ୟ ୧୪ ଜଣଙ୍କୁ ପ୍ରଶାସନ ନିକଟରେ ସରେଣ୍ଡର କରାଯାଇଛି। ଏହି ପିଲାଙ୍କ ମଧ୍ୟରେ ୯ ଜଣ ଝିଅ ଓ ୫ ଜଣ ପୁଅ ରହିଛନ୍ତି। ନବଜାତକଙ୍କୁ ଏପରି ଫିଙ୍ଗୁଥିବା ମା’ମାନଙ୍କ ମଧ୍ୟରୁ ଅଧିକାଂଶ କୁଅଁାରୀ ବୋଲି କୁହାଯାଉଛି। ଆଉ କେତେଜଣ ମା’ ଲାଳନ ପାଳନର ସାମର୍ଥ୍ୟ ନ ଥିବାରୁ ଏପରି କରିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ଜରପଡ଼ା ଥାନା ଅଞ୍ଚଳର ଜଣେ କୁଆଁରୀ ମାତୃତ୍ୱ ଲାଭ କରିଥିଲେ। ହେଲେ ସୌଭାଗ୍ୟକୁ ତାଙ୍କ ପରିବାର ଲୋକଙ୍କ ଜାଣତରେ ଏହା ଘଟିଥିଲା। ତେବେ ସଚେତନତା ଅଭାବରୁ ଏପରି ଘଟଣା ବଢ଼ିଚାଲିଥିବା ବୁଦ୍ଧିଜୀବୀମାନେ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଅନୁଗୋଳ ଜିଲାରେ କିଛିବର୍ଷ ହେବ ଅଧିକରୁ ଅଧିକ ଏପରି ଘଟଣା ଦେଖିବାକୁ ମିଳୁଛି। ନିକଟ ଅତୀତରେ ସହରସ୍ଥିତ ଡେଲି ମାର୍କେଟଠାରେ ଏକ ନବଜାତ ଶିଶୁ ଫିଙ୍ଗାଯାଇ ଜରିପାଲ ଘୋଡ଼ାଇ ଦିଆଯାଇଥିଲା। ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ସେହିପରି କିଛିଦିନ ତଳେ ଏକ ରାସ୍ତା ପାର୍ଶ୍ୱରୁ ନବଜାତକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଘଣ୍ଟା ଘଣ୍ଟା ଧରି ଶିଶୁମାନେ ପରିତ୍ୟକ୍ତ ସ୍ଥାନରେ ପଡ଼ି ରହୁଥିବାରୁ ସେମାନଙ୍କ ମୃତ୍ୟୁ ଘଟୁଛି। କୁଅଁାରୀ ମା’ ହୁଅନ୍ତୁ ଅବା ଗରିବ ମା’ ବାପା, ସେମାନେ ପ୍ରଶାସନର ଦ୍ୱାରସ୍ଥ ହେଲେ ଏପରି ପିଲାଙ୍କ ଜୀବନ ରକ୍ଷା ହୋଇପାରନ୍ତା। ଏଥିପାଇଁ ସରକାରୀ ବ୍ୟବସ୍ଥା ରହିଛି। ତେବେ ଆବଶ୍ୟକ ସଚେତନତା ଅଭାବରୁ ଅବା ଅପନିନ୍ଦାରୁ ରକ୍ଷା ପାଇବା ପାଇଁ ବେଳେ ବେଳେ ମା’ମାନେ ଏପରି ଘଟଣା ଘଟାଉଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଅଧିକ ଧ୍ୟାନ ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ମୂଲ୍ୟବାନ୍‌ ଜୀବନ ନଷ୍ଟ କରନ୍ତୁନି
ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ତଥାପି ଅନେକ ସମୟରେ ଅଳିଆ ଗଦାରୁ ଶିଶୁ ଉଦ୍ଧାର ଘଟଣା ଦେଖିବାକୁ ମିଳୁଛି। ଏପରି କାର୍ଯ୍ୟ କରୁଥିବା ମା’ ବାପା ଚାହିଁଲେ ସେମାନଙ୍କ ପିଲାଙ୍କୁ ପ୍ରଶାସନ ନିକଟରେ ସରେଣ୍ଡର କରିପାରିବେ। ସେମାନଙ୍କ ପରିଚୟ ମଧ୍ୟ ଗୋପନୀୟ ରହିବ। ତେଣୁ ମୂଲ୍ୟବାନ ଜୀବନଟିଏ ନଷ୍ଟ କରନ୍ତୁ ନାହିଁ।
-ଗୌରୀ ଶଙ୍କର ବେହେରା, ଶିଶୁ ସୁରକ୍ଷା ଅଧିକାରୀ, ଅନୁଗୋଳ
ସରେଣ୍ଡର କଲେ ଭବିଷ୍ୟତ ଉଜ୍ୱଳ
ଯେଉଁମାନେ ଶିଶୁଙ୍କୁ ଅଦରକାରୀ ସାମଗ୍ରୀ ଭାବେ ପିଙ୍ଗିଦେବାକୁ ଚାହଁୁଛନ୍ତି, ସେମାନେ ସ୍ପେଶାଲ ଆଡପଶନ୍‌ ଏଜେନ୍ସି (ସା)କୁ ସୂଚନା ଦିଅନ୍ତୁ। ଫଳରେ ସେହି ଶିଶୁଙ୍କୁ ସା ପକ୍ଷରୁ ଅଣାଯିବ। ଜିଲାର କେତେଜଣ ଅଭିଭାବକ ସେମାନଙ୍କ ପିଲାଙ୍କୁ ଏପରି ସରେଣ୍ଡର କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ଶିଶୁଙ୍କ ଭବିଷ୍ୟତ ଉଜ୍ୱଳ ହୋଇପାରିବ।
-ଅନିଲ କୁମାର ମିଶ୍ର, ସଦସ୍ୟ, ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ
ଶିଶୁ ମଙ୍ଗଳ ସମିତିରେ ଦେଇଦିଅନ୍ତୁ
ଶିଶୁକୁ ଅଲୋଡ଼ା ଭାବୁଥିବା ମା’ମାନେ ତାଙ୍କୁ ମୃତ୍ୟୁ କୋଳକୁ ଠେଲି ନ ଦେଇ ଶିଶୁ ମଙ୍ଗଳ ସମିତିରେ ଦେଇପାରିବେ। ସେମାନେ ଜାଣିନାହାନ୍ତି, ସେଇ ଶିଶୁଟି ଅନ୍ୟ କାହାରି ପରିବାରରେ ଖୁସି ଭରିଦେଇପାରିବ। ଭବିଷ୍ୟତକୁ ଉଜ୍ବଳ କରିପାରିବ। ତେଣୁ ଏ ବିଷୟରେ ସେମାନେ ସଚେତନ ହୁଅନ୍ତୁ ଓ ସମସ୍ତେ ମିଶି ଶିଶୁଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ କାମ କରନ୍ତୁ।
-ଅନୁପମା ରାଉତ
ସମ୍ପାଦିକା, ଜୀତା ଏନ୍‌ଜିଓ
ଆଇନଗତ ଭାବେ ଶିଶୁଙ୍କୁ ଗ୍ରହଣ କରନ୍ତୁ
ଅନେକ ସମୟରେ ପରିତ୍ୟକ୍ତ ଶିଶୁଟିକୁ ନେବାକୁ ସନ୍ତାନହୀନ ଦମ୍ପତି ଆଗ୍ରହ ଦେଖାଇଥାନ୍ତି। କିନ୍ତୁ ଏହା ଆଇନର ଉଲ୍ଲଂଘନ। ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହଁୁଥିବା ଦମ୍ପତି ବେଳେ ବେଳେ ଦଲାଲଙ୍କ ହାବୁଡ଼ରେ ପଡ଼ିଥାନ୍ତି। ଏହା ନ କରି ସେମାନେ ଆଇନଗତ ଉପାୟରେ ପଞ୍ଜୀକରଣ କରି ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ପିଲାଟିକୁ ନେଇପାରିବେ।
-ସୁଦର୍ଶନ ପରିଡ଼ା, ପରିଚାଳକ, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri