କନ୍ଧମାଳରେ ହଟହଟା କଳାହାଣ୍ଡି ପୋଲିସ: ଅପହରଣକାରୀ ଭାବି ନିର୍ଦ୍ଧୁମ ଛେଚିଲେ ଲୋକେ

ବାଲିଗୁଡ଼ା, ୧୧।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼ ମାରିଲେ ସାଧାରଣ ଲୋକେ। ଶେଷରେ ତୂମୁଡ଼ିବନ୍ଧ ପୋଲିସକୁ ଡାକି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ଅଞ୍ଚଳରେ ।
ସୂଚନା ପ୍ରକାରେ, ଜଣେ ଅପରାଧୀ ବାଲିଗୁଡ଼ା ଥାନା ଅଞ୍ଚଳରେ ଲୁଚି ରହିଥିବା ମୋବାଇଲ ନମ୍ବର୍‌ ଟ୍ରାକିଂ ଦ୍ବାରା ଜାଣିବାକୁ ପାଇଥିଲା କଳାହାଣ୍ଡି ଜିଲା ପୋଲିସ । ଗତକାଲି ସାଧା ପୋଷାକରେ ତିନିଜଣ ପୋଲିସ ଏକ ଘରୋଇ କାର୍‌ରେ ମୋବାଇଲ ଫୋନ ନମ୍ବର୍‌ ଲୋକେସନ ଟ୍ରାକିଂ କରିଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ଅଞ୍ଚଳରେ ପହଁଚିବା ପରେ ନିଜ ପରିଚୟ ଲୁଚାଇ ସମ୍ପୃକ୍ତ ଅପରାଧିକୁ ଫୋନ କରି ଡାକିଥିଲା ପୋଲିସ।
ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ପୋଲିସକୁ ଜାଣିପାରି ଚତୁରତାର ସହ ସେଠାରୁ ଦୌଡ଼ି ଯାଇ ପାଟିକରି ତାକୁ କିଛି ଅଜଣା ଲୋକ ଅପହରଣ କରି ନେଇଯାଉଥିବା କହିଥିଲ ଗାଁ ଲୋକଙ୍କୁ। ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଆଖପାଖ ଅଞ୍ଚଳରେ ଘଟଣା ବିଷୟରେ ପ୍ରଚାର କରିଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରୁ ସାଧା ପୋଷାକଧାରୀ ପୋଲିସ ଫେରିବାବେଳେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ପନ୍ଦରମାଇଲ ଛକ ନିକଟରେ କିଛି ଲୋକ ସାଧା ପୋଷାକଧାରୀ ପୋଲିସ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରୁ ତଳକୁ ଓହ୍ଲାଇ ଲୋକଙ୍କୁ ନିଜ ପରିଚୟ ଦେଇଥିଲେ ପୋଲିସ କର୍ମଚାରୀ।
କିନ୍ତୁ ପୋଲିସ କର୍ମଚାରୀଙ୍କ କିଛି କଥା ନ ଶୁଣି ୫୯ ନଂ ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ ତିନିଜଣ ପୋଲିସ କର୍ମଚାରିଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ପୋଲିସ ରିଭଲଭର, ମୋବାଇଲ ଏବଂ ସାତ ହଜାର ଟଙ୍କା ଛଡ଼ାଇ ନେଇଥିଲେ ଉତ୍ତ୍ୟକ୍ତ ଲୋକେ। ଘଟଣା ସମ୍ପର୍କରେ ଖବରପାଇ ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପହଁଚି ସେମାନଙ୍କୁ ଉଦ୍ଧାର କରିବା ସହ ପୋଲିସ ରିଭଲଭର, ମୋବାଇଲ ଓ ଟଙ୍କା ମଧ୍ୟ ପୁନରୁଦ୍ଧାର କରି ଆହତ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା କରାଇ କଳାହାଣ୍ଡି ପଠାଇ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ଏନେଇ ତୁମୁଡ଼ିବନ୍ଧ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri