ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ

ଧାମନଗର,୧୦।୫ (ଡି.ଏନ.ଏ/ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବିଡିଓଙ୍କ କାର୍ଯ୍ୟାଳୟରେ ସୋମବାର ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝି, ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲାପାଳ ମନୋଜ ପାତ୍ର, ସିଡିଏମ୍‌ଓ ସନ୍ତୋଷ କୁମାର ପାତ୍ର, ବିଡିଓ ଦୁର୍ଗା ଚରଣ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ମୋଟ ୬୦ଟି ଅଭିଯୋଗ ପ୍ରଶାସନର ହସ୍ତଗତ ହୋଇଥିଲା। ୪ ଅଭିଯୋଗର ସମାଧାନ ହୋଇଥିବା ବେଳେ ୫୬ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ୫୦ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୧୦ଟି ବିଭିନ୍ନ ଗ୍ରାମ ସମସ୍ୟା ଉପରେ ରହିଥିଲା। ଘରପୋଡ଼ିରେ ଆର୍ଥିକ ସାହାଯ୍ୟ ଟଙ୍କା ନ ମିଳିବା, ରାସ୍ତା କାମ ନ ହେବା, କାଳିଆ ଯୋଜନାରେ ଟଙ୍କା ନ ମିଳିବା, ଇନ୍ଦିରା ଆବାସ, ବିଧବା ଭତ୍ତା ସମ୍ପର୍କିତ ଅଭିଯୋଗ ହୋଇଥିଲା। ବିଶେଷ କରି ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀରେ ନିର୍ମାଣାଧୀନ ସେତୁର ସଂଯୋଗକାରୀ ରାସ୍ତା ନିର୍ମାଣରେ ପ୍ରିୟାପ୍ରୀତି ଯୋଗୁ ଠିକ୍‌ ଭାବେ ନ ହେବା, ବାଲି ଚୋରା ଚାଲାଣ ଯୋଗୁ ନଦୀ କୂଳ କ୍ଷୟ, ଧାମନଗର ସୀମାରେ ନ ଥିବାରୁ ଯାଜପୁର ସୀମାରୁ ବାଲି ଉଠାଯାଇ ଧାମନଗର ପଟେ ଚୋରା ଚାଲାଣ ନେଇ ଅଭିଯୋଗ ହୋଇଥିଳା। ଜିଲାପାଳ ଧାମନଗର ଅତିରିକ୍ତ ତହସିଲଦାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ବାଲି ଚୋରା ଚାଲାଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ପାତ୍ରଙ୍କୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଜିଲାପାଳ କହିଥିଲେ। ଏଥିସହ ଆବଶ୍ୟକ ପଡ଼ିଲେ ପୋଲିସ ଯୋଗାଇ ଦେବାକୁ ସେ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ମୁସ୍ତାଫାପୁର ପଞ୍ଚାୟତରେ ୨୩ଏକର ଜମି ଜବରଦଖଲରେ ଅଛି। ସେଠାରେ କେତେଜଣ ମୁଷ୍ଟିମେୟ ଲୋକ ଘର କରି ରହିଛନ୍ତି। ବହୁ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ରାସ୍ତାପାର୍ଶ୍ୱ ଦୋକାନ କେବିନ ଉଚ୍ଛେଦ କରାଯାଇଥିବା ବେଳେ ଘରଦ୍ୱାର ଏବେବି ରହିଥିବା ଅଭିଯୋଗ ହୋଇଥିଲା। ସେଠାରୁ ତୁରନ୍ତ ଜବରଦଖଲ ହଟାଇବା ପାଇଁ ଜିଲାପାଳ ଅତିରିକ୍ତ ତହସିଲଦାର ଓ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିର ପ୍ରହସନରେ ପରିଣତ ହୋଇଥିବା ଉପସ୍ଥିତ ଅଭିଯୋଗକାରୀମାନେ କହିଛନ୍ତି। ବ୍ଲକ ସମ୍ମିଳନୀ ଗୃହରେ ଏସି ଖରାପ ଥିବାରୁ ବିଡିଓଙ୍କ ଅଫିସରେ ଶିବିର କରାଯାଇଥିଲା। ବିଡିଓଙ୍କ ଅଫିସରେ ଅଧିକାରୀମାନେ ବସିଯିବାରୁ ଅଭିଯୋଗକାରୀଙ୍କ ପାଇଁ ସ୍ଥାନ ନ ଥିଲା। ଜଣେ ଜଣେ ଅଭିଯୋଗକାରୀ ଯାଇ ଦୁଇ ମିନିଟ୍‌ରେ ଆସୁଥିଲେ। ଏହାକୁ ନେଇ ଅଭିଯୋଗକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଜିଲାପାଳ ଧାମନଗର ଏନ୍‌ଏସି କାର୍ଯ୍ୟାଳୟକୁ ଗସ୍ତ କରି ଅଧ୍ୟକ୍ଷା ନିବେଦିତା ଯେନା, ଉପାଧ୍ୟକ୍ଷ ୱାସିମ ଏଜଦାନୀ କାଦରୀ ଏବଂ ନଗର ସଭାପତି ସୁଶାନ୍ତ ନାୟକଙ୍କ ସମେତ ଉପସ୍ଥିତ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ରଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସାରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?