ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ

ଧାମନଗର,୧୦।୫ (ଡି.ଏନ.ଏ/ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବିଡିଓଙ୍କ କାର୍ଯ୍ୟାଳୟରେ ସୋମବାର ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝି, ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲାପାଳ ମନୋଜ ପାତ୍ର, ସିଡିଏମ୍‌ଓ ସନ୍ତୋଷ କୁମାର ପାତ୍ର, ବିଡିଓ ଦୁର୍ଗା ଚରଣ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ମୋଟ ୬୦ଟି ଅଭିଯୋଗ ପ୍ରଶାସନର ହସ୍ତଗତ ହୋଇଥିଲା। ୪ ଅଭିଯୋଗର ସମାଧାନ ହୋଇଥିବା ବେଳେ ୫୬ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ୫୦ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୧୦ଟି ବିଭିନ୍ନ ଗ୍ରାମ ସମସ୍ୟା ଉପରେ ରହିଥିଲା। ଘରପୋଡ଼ିରେ ଆର୍ଥିକ ସାହାଯ୍ୟ ଟଙ୍କା ନ ମିଳିବା, ରାସ୍ତା କାମ ନ ହେବା, କାଳିଆ ଯୋଜନାରେ ଟଙ୍କା ନ ମିଳିବା, ଇନ୍ଦିରା ଆବାସ, ବିଧବା ଭତ୍ତା ସମ୍ପର୍କିତ ଅଭିଯୋଗ ହୋଇଥିଲା। ବିଶେଷ କରି ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀରେ ନିର୍ମାଣାଧୀନ ସେତୁର ସଂଯୋଗକାରୀ ରାସ୍ତା ନିର୍ମାଣରେ ପ୍ରିୟାପ୍ରୀତି ଯୋଗୁ ଠିକ୍‌ ଭାବେ ନ ହେବା, ବାଲି ଚୋରା ଚାଲାଣ ଯୋଗୁ ନଦୀ କୂଳ କ୍ଷୟ, ଧାମନଗର ସୀମାରେ ନ ଥିବାରୁ ଯାଜପୁର ସୀମାରୁ ବାଲି ଉଠାଯାଇ ଧାମନଗର ପଟେ ଚୋରା ଚାଲାଣ ନେଇ ଅଭିଯୋଗ ହୋଇଥିଳା। ଜିଲାପାଳ ଧାମନଗର ଅତିରିକ୍ତ ତହସିଲଦାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ବାଲି ଚୋରା ଚାଲାଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ପାତ୍ରଙ୍କୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଜିଲାପାଳ କହିଥିଲେ। ଏଥିସହ ଆବଶ୍ୟକ ପଡ଼ିଲେ ପୋଲିସ ଯୋଗାଇ ଦେବାକୁ ସେ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ମୁସ୍ତାଫାପୁର ପଞ୍ଚାୟତରେ ୨୩ଏକର ଜମି ଜବରଦଖଲରେ ଅଛି। ସେଠାରେ କେତେଜଣ ମୁଷ୍ଟିମେୟ ଲୋକ ଘର କରି ରହିଛନ୍ତି। ବହୁ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ରାସ୍ତାପାର୍ଶ୍ୱ ଦୋକାନ କେବିନ ଉଚ୍ଛେଦ କରାଯାଇଥିବା ବେଳେ ଘରଦ୍ୱାର ଏବେବି ରହିଥିବା ଅଭିଯୋଗ ହୋଇଥିଲା। ସେଠାରୁ ତୁରନ୍ତ ଜବରଦଖଲ ହଟାଇବା ପାଇଁ ଜିଲାପାଳ ଅତିରିକ୍ତ ତହସିଲଦାର ଓ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିର ପ୍ରହସନରେ ପରିଣତ ହୋଇଥିବା ଉପସ୍ଥିତ ଅଭିଯୋଗକାରୀମାନେ କହିଛନ୍ତି। ବ୍ଲକ ସମ୍ମିଳନୀ ଗୃହରେ ଏସି ଖରାପ ଥିବାରୁ ବିଡିଓଙ୍କ ଅଫିସରେ ଶିବିର କରାଯାଇଥିଲା। ବିଡିଓଙ୍କ ଅଫିସରେ ଅଧିକାରୀମାନେ ବସିଯିବାରୁ ଅଭିଯୋଗକାରୀଙ୍କ ପାଇଁ ସ୍ଥାନ ନ ଥିଲା। ଜଣେ ଜଣେ ଅଭିଯୋଗକାରୀ ଯାଇ ଦୁଇ ମିନିଟ୍‌ରେ ଆସୁଥିଲେ। ଏହାକୁ ନେଇ ଅଭିଯୋଗକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଜିଲାପାଳ ଧାମନଗର ଏନ୍‌ଏସି କାର୍ଯ୍ୟାଳୟକୁ ଗସ୍ତ କରି ଅଧ୍ୟକ୍ଷା ନିବେଦିତା ଯେନା, ଉପାଧ୍ୟକ୍ଷ ୱାସିମ ଏଜଦାନୀ କାଦରୀ ଏବଂ ନଗର ସଭାପତି ସୁଶାନ୍ତ ନାୟକଙ୍କ ସମେତ ଉପସ୍ଥିତ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ରଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସାରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri