ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ଟିକାକରଣ କାର୍ଯ୍ୟ ଜାରିରହିଛି। ସ୍ବାସ୍ଥ୍ୟକର୍ମୀ, କୋଭିଡ୍ ଯୋଦ୍ଧା, ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯାଉଛି। ସମସ୍ତ ସରକାରୀ ହସ୍ପିଟାଲ ସମେତ କେନ୍ଦ୍ର ସ୍ବାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କଓ୍ବୋଇ) ସହ ସହବନ୍ଧିତ ଘରୋଇ ହସ୍ପିଟାଲଗୁଡ଼ିକରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି। ତେବେ ଏହା ପର୍ଯ୍ୟାପ୍ତ ନ ହେବାରୁ ସରକାର ରାଜ୍ୟରେ ଥିବା ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଟିକାକରଣ କେନ୍ଦ୍ର(ସିଭିସି) ଖୋଲିବାକୁ ଯୋଜନା କରିଛନ୍ତି। ତେବେ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି। ଘରୋଇ ହସ୍ପିଟାଲରେ ପର୍ଯ୍ୟାପ୍ତ କୋଲ୍ଡ ଚେନ୍ ଇକ୍ୟୁପ୍ମେଣ୍ଟ ସୁବିଧା ଥିବ, ଟିକାକରଣ ପରେ ଅପେକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ହଲ୍ ସୁବିଧା ଥିବ, ଟିକାକରଣ ପାଇଁ ଅଧିକ ସଂଖ୍ୟାରେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ଓ ଟିକାକରଣ ପରେ ଯଦି କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ତେବେ ସେଥିପାଇଁ ସମ୍ପୃକ୍ତ ହସ୍ପିଟାଲର ଦକ୍ଷତା ଥିବା ଆବଶ୍ୟକ। ଜିଲାଗୁଡ଼ିକରେ ଉକ୍ତ ସୁବିଧା ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ଟିକାକରଣ ପାଇଁ ଅନୁମତି ଦିଆଯିବ। ସେହି ହସ୍ପିଟାଲଗୁଡ଼ିକୁ ଚିହ୍ନଟ କରିବାକୁ ଜିଲାପାଳ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ କମିଶନରଙ୍କୁ ମଙ୍ଗଳବାର ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ଜଣାଇଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକର ଫିଜିବିଲିଟି ଷ୍ଟଡି କରି ଖୁବ୍ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ପାଇବା ପରେ ସମ୍ପୃକ୍ତ ହସ୍ପିଟାଲଗୁଡ଼ିକୁ କୋଭିଡ୍-୧୯ ଟିକାକରଣ କେନ୍ଦ୍ର ଭାବେ ଘୋଷଣା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ
ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍ ଷ୍ଟେକ୍ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ
ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…
ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍
ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…
ଛାତ୍ର ସଂସଦ ନିର୍ବାଚନ; ଘୋଷଣା ହୋଇନି, ଦ୍ୱନ୍ଦ୍ୱ ବି ଛିଡୁନି
ଭୁବନେଶ୍ୱର,୫ା୧୦(ସୁନିତ୍ ମିଶ୍ର): ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ…
ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି
ଭୁବନେଶ୍ୱର,୫ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ତାପମାତ୍ରା ବଢ଼ୁଛି । ଖରାତାତି ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି…
ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା
ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…
ବାଇକ୍କୁ ଧକ୍କା ଦେଲା ଟ୍ରକ୍: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ
ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…
ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା
ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

